କାର୍ତିକେଶ୍ୱର ଭଷାଣି ଉତ୍ସବ ପାଳନ , ଶୋଭାଯାତ୍ରାରେ ଦୁଲୁକିଲା ସହର



ପଟ୍ଟାମୁଣ୍ଡାଇ ୧୯/୧୧–କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବାଜା ପାରମ୍ପରିକ ନୃତ୍ୟରେ ରେ କମ୍ପୁଛି ପଟ୍ଟାମୁଣ୍ଡାଇ ସହର । ଭଳିକି ଭଳି ଆଲୋକ ସଜାରେ ଝଲସି ଉଠିଛି ପୁରା ସହର । ଏଥିସହ ପଟ୍ଟାମୁଣ୍ଡାଇ ସହରବାସୀ ମେଳଣ ଉତ୍ସବ କରି ମେଲାଣି ଦେଇଛନ୍ତି ଗୌରୀ ପୁତ୍ର କାର୍ତ୍ତିକେଙ୍କୁ ।


ସୋମବାର ପଂଚୁକରୁ ପଟ୍ଟାମୁଣ୍ଡାଇ ପୌରାଂଚଳ ପୋଖରିଆପଡା, ଦକ୍ଷିଣଦିଆ, ବାଲିପଡା, ବେଲତଳ ପ୍ରଭୁତି ଗ୍ରାମରେ କାର୍ତ୍ତିକେଶ୍ୱର ପୂଜା ମହାସମାରୋହରେ ଅନୁଷ୍ଠିତ ହୋଇଥିଲା । ପୂଜା ମଣ୍ଡପରେ ନିଷ୍ଠାର ସହିତ ପୂଜାନୀତି ସହିତ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ କାର୍ତିକେଶ୍ୱର ପୂଜା କମିଟି ପକ୍ଷରୁ ଦୀର୍ଘ ବର୍ଷ ହେଲା ପୂଜା ଆୟୋଜିତ ହୋଇଆସୁଛି। ପୂଜା ମଣ୍ଡପ ସୁନ୍ଦର ସାଜସଜ୍ଜା ସହିତ ରାସ୍ତାର ଦୁଇପାର୍ଶ୍ୱରେ ରଙ୍ଗୀନ ଆଲୋକମାଳା ଝଲସୁଥିଲା। ପୂଜା କମିଟିମାନଙ୍କର ସଦସ୍ୟ ଏବଂ ଯୁବକମାନେ ମିଳିତ ଭାବେ ଏହି କାର୍ତିକେଶ୍ୱର ପୂଜା ଆୟୋଜନ କରିଛନ୍ତି। କାର୍ତିକ ପୂର୍ଣ୍ଣମୀ ରାତିରେ ବିସର୍ଜନ ପର୍ବ ପାଳନ ହୋଇଥିଲା ।

ପଟ୍ଟାମୁଣ୍ଡାଇ ଏହାର ଆଖପାଖରେ ୧୫ ରୁ ଅଧିକ ମଣ୍ଡପରେ ପ୍ରଭୁ କାର୍ତ୍ତିକେଶ୍ୱରଙ୍କୁ ପୂଜା କରାଯାଇଥିଲା । ତେବେ ଆଜି ହେଉଛି କାର୍ତ୍ତିକେଶ୍ୱରଙ୍କ ପୂଜାର ଭଷାଣି ଉତ୍ସବ। ଏଥର ମେଳଣ ଉତ୍ସବ କରି ପ୍ରଭୁଙ୍କୁ ବିଦାୟ ଦେଇଛନ୍ତି ପଟ୍ଟାମୁଣ୍ଡାଇ ପୌରାଂଚଳ ବାସୀ। ଏଥିପାଇଁ ସ୍ୱତନ୍ତ୍ର ଭାବେ ମେଢ଼ ଗୁଡିକ ସଜ୍ଜିତ ହୋଇ ପଟୁଆରରେ ବସାଣି ଉତ୍ସବରେ ସାମିଲ ହୋଇଥିଲେ । ବିଭିମ୍ମ ଗ୍ରାମରୁ ମେଢ ବାହାରୀ ସହରରରେ ଆରମ୍ଭ ହୋଇଥିଲା ଭାଷଣ ଶୋଭାଯାତ୍ରା। ୧୫ ଟି ମେଢ଼ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିବା ବେଳେ ପୂର୍ବରୁ କରାଯାଇଥିବା କ୍ରମ ଅନୁସାରେ ଗୋଟିଏ ପରେ ଗୋଟିଏ ମେଢ଼ ସହର ପରିକ୍ରମାରେ ବାହାରି ଥିଲେ। ଆଧୁନିକ ବାଜା ସାଉଣ୍ଡ ସାଙ୍ଗକୁ ପାରମ୍ପରିକ ଲୋକନୃତ୍ୟ ସବୁ ଦେଖିବକୁ ମିଳିଥିଲା ଏହି ଶୋଭାଯାତ୍ରାରେ । ଏହା ବ୍ୟତୀତ ମଣ୍ଡପ ର କର୍ମକର୍ତ୍ତା ମାନେ ସଙ୍ଗୀତ ର ତାଳେତାଳେ ନାଚି ନାଚି ମର୍ତ୍ତି ଗୁଡିକୁ ଶୋଭାଯାତ୍ରାରେ ସହର ପରିକ୍ରମା କରାଇଥିଲେ । ତେବେ ଭାଷାଣି ଦେଖିବାକୁ ସାରା ସହର ଲୋକାରଣ୍ୟ ହୋଇଯାଇଥିଲା । ମେଳଣ ପାଇଁ ପଟ୍ଟାମୁଣ୍ଡାଇ ପୋଲିସ ପକ୍ଷରୁ ସମସ୍ତ ପ୍ରକାର ବନ୍ଦୋବସ୍ତ କରାଯାଇଥିଲା ।


Discover more from

Subscribe now to keep reading and get access to the full archive.

Continue reading