ବାଲିଯାତ୍ରା ମହୋତ୍ସବର ପଞ୍ଚମ ସନ୍ଧ୍ୟା : ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ସ୍ମୃତିର ସ୍ୱାକ୍ଷର ବାଲିଯାତ୍ରା-ଅତିଥି



କେନ୍ଦ୍ରାପଡ଼ା,୧୯ା୧୧: ଗୁଲନଗର ପଂଚାୟତର ସୁଜାନଗରସ୍ଥିତ ବାଲିଯାତ୍ରା ପଡ଼ିଆରେ କେନ୍ଦ୍ରାପଡ଼ା ବାଲିଯାତ୍ରା ମହୋତ୍ସବର ପଞ୍ଚମ ସନ୍ଧ୍ୟାରେ ମହୋତ୍ସବର ସଭାପତି ପ୍ରଦୀପ ଦାସଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଯୋଗଦେଇ କହିଲେ ଏହିଠାରେ ପ୍ରତିବର୍ଷ ବାଲିଯାତ୍ରା ହେବ । ଏହାକୁ କେହି ବନ୍ଦ କରିପାରିବେ ନାହିଁ । ଗୁଲ୍‌ନଗରର କାରିଗରମାନେ ପାଟ୍ଟଶାଢି ତିଆରି କରି ବିଦେଶକୁ ରତ୍ପାନୀ କରି ଗୌରବ ଅର୍ଜନ କରିଥିଲେ । ଯାହାର ଅତିତ ଯେତେ ଉଜ୍ୱଳ ତାହାର ଭବିଶ୍ୟତ ସେତେ ବିକଶିତ । ଏହି ଆଧାରରେ କେନ୍ଦ୍ରାପଡା ଅତିତ ଅତିବ ଗୌରବଶିଳ । ବିଶିଷ୍ଟ ଅତିଥି ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ଯୋଗ ଦେଇ କହିଲେ ଯେ ନୌବାଣିଜ୍ୟର ମୁକସାକ୍ଷୀ କେନ୍ଦ୍ରାପଡାର ରାଜନଗରର ସାତଭାୟା । ଉତ୍କଳୀୟ ନୌବାଣିଜ୍ୟରେ କେନ୍ଦ୍ରାପଡା ଜିଲ୍ଲାର ଅବଦାନ ରହିଛି । ବୋଇତ ତିଆରି କରିଥିବା କଳା କୌଶଳ କେବଳ କେନ୍ଦ୍ରାପଡା ବାସୀଙ୍କୁ ଜଣାଥିଲା । ମୁଖ୍ୟବକ୍ତା ଭାବେ ଓଡିଶା କଳାକାର ସଂଘର ସଭାପତି ସତ୍ୟବ୍ରତ ପୁହାଣ, ସମ୍ମାନିତ ଅତିଥି ଭାବେ ଜାହ୍ନବୀ ପତ୍ରିକାର ସଭାପତି ରାଜୀବ ଷଡଙ୍ଗୀ, ବାଲିଯାତ୍ରା ମହୋତ୍ସବ ଉପସଭାପତି ଧିରେନ୍ଦ୍ର ଦାସ ଯୋଗଦେଇ ସାହିତ୍ୟ, ସଂସ୍କୃତି ଓ ଐତିହ୍ୟ ସ୍ମୃତିର ସ୍ୱାକ୍ଷର ଓ କେନ୍ଦ୍ରାପଡାର ବାଲିଯାତ୍ରା ମହୋତ୍ସବ ବିକାଶର ମଞ୍ଚ ହେଉ ବୋଲି ମତବ୍ୟକ୍ତ ଅତିଥିମାନେ କହିଥିଲେ । ଗୋବରୀନଦୀ କୂଳରେ ଏହି ଉତ୍ସବ ହେଉଥିବାରୁ ତାହାର ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେଇଥିଲେ । କମିଟିର ସଂପାଦକ ସଂଜୟ ଜେନା ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ପତ୍ରିକା ସମ୍ପାଦକ ଶୁଭାଂଶୁ ଦାସ ଅତିଥି ପରିଚୟ ଦେଇଥିବା ବେଳେ ଶେଷରେ ସଦସ୍ୟ ଅଭିମନ୍ୟୁ ଗୋଚ୍ଛାୟତ ଧନ୍ୟବାଦ ଦେଇଥିଲେ ।

ଆଜିର ଏହି ବାଲିଯାତ୍ରା ମହୋତ୍ସବରେ ୩୦ହଜାରରୁ ଉର୍ଦ୍ଧ୍ୱ ଜନ ସମାଗମ ହୋଇଥିଲା । ଲୋକମାନେ ମୀନାବଜାରରେ ବିଭିନ୍ନ ପ୍ରକାର ଦୋଳି, ଠୁଙ୍କାପୁରୀ, ଚାଟ୍‌, ଗୁପ୍‌ଚୁପ୍‌, ମଥୁରା କେକ୍ ଖାଇ ବିଭିନ୍ନ ସାମଗ୍ରୀ କିଣି ଘରକୁ ଫେରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜୁ କୁବେର, ପୀତବାସ ବେହେରା, ରବୀନ୍ଦ୍ର ସାହୁ, ଟୁଟୁ ଗେରୁ, ଶ୍ରୀଧର ମହାନ୍ତି, ସହ କୋଷାଧ୍ୟକ୍ଷ ପଞ୍ଚାନନ ଗେରୁ, ସଂଗଠନ ସମ୍ପାଦକ ସତ୍ୟବ୍ରତ ସିଂହ, ମହେଶ ପାଢି, ମୃତ୍ୟୁଞ୍ଜୟ ସାହୁ, ମୃତ୍ୟୁଞ୍ଜୟ ମହାନ୍ତି, ସେକ୍ ଆଜା, ଦୀପକ ସାହୁ, ଇମ୍ରାଜ ଖାଁ, ଅବଦୁଲ ମୁସ୍ତାକ ଖାଁ, ଭାବନ ସାହୁ, ଦୁର୍ଯ୍ୟୋଧନ ଗେରୁ, କୈଳାସ ଗେରୁ, କାଶୀନାଥ ରାଉତରାୟ, ମହେନ୍ଦ୍ର ଆଚାର୍ଯ୍ୟ, ପିତବାସ ଦାସ, ଶତୃଜିତ ନାୟକ, ଶରତ କୁମାର ରାଉତ, ମଦନମୋହନ ସାହୁ, ସରୋଜକାନ୍ତ ସାହୁ, ମହେନ୍ଦ୍ର ଆଚାର୍ଯ୍ୟ, ଦେବେନ୍ଦ୍ର ସାହୁ, ଅକ୍ଷୟ ପ୍ରିୟ ଦାସ, ଦୁର୍ଯ୍ୟୋଧନ ଗେରୁ, ସେକ ରିଙ୍କୁଙ୍କ ସମେତ ଅନ୍ୟମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading