ନପଙ୍ଗରେ ବଳଦେବଜୀଉ ଉତ୍ସବ



ପଟ୍ଟାମୁଣ୍ଡାଇ ୨୦/୧୧କଳ୍ପତରୁ ନାୟକ-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡମୁଳବସନ୍ତ ପଂଚାୟତ ନପଙ୍ଗ ଠାରେ ବଳଦେବଜୀଉ ଉତ୍ସବ ଅନୁଷ୍ଠିତ ହେଇଯାଇଛି। ଏହି କାର୍ଯ୍ୟକ୍ରମକୁ ବିଶିଷ୍ଟ ପ୍ରବଚକ ପଣ୍ଡିତ ହୃଷିକେଶ ରଥ ଉଦଘାଟନ କରିଥିଲେ । ଏଥିରେ ପଟ୍ଟାମୁଣ୍ଡାଇ ବ୍ଲକ ଅଧ୍ୟକ୍ଷ ପ୍ରଦୁମ୍ନ ସାମନ୍ତରାୟ ମୁଖ୍ୟଅତିଥି,ଯୋଗଦେଇଥିଲେ। ଗାଳ୍ପିକ ଡ଼ ନୀଳମଣି ଲେଙ୍କା ମୁଖ୍ୟ ବକ୍ତା , ପଣ୍ଡିତ ତ୍ରିଲୋକ୍ୟ ପ୍ରସାଦ ମିଶ୍ର ସରପଂଚ ସନ୍ତୋଷ ସେଠୀ, ଜ଼ିଲ୍ଲା ସଂସ୍କୃତି ଅଧିକାରୀ ଅଧ୍ୟାପକ ଡ. ହିମାଂଶୁ ଭୂଷଣ ପରିଡା, ସମାଜ ସ୍ୱେୀ ଶ୍ରୀକାନ୍ତ ନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ସେୟାର ସମ୍ପାଦକ କିଶୋର ସ୍ୱାଇଁ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ବିଶିଷ୍ଟ ସମାଜସେବୀ ଶ୍ରୀକାନ୍ତ ନାୟକ, ସମାଜବିଜ୍ଞାନୀ ଡ ହିମାଂଶୁ ଶେଖର ପରିଡା, ସଙ୍ଗୀତଜ୍ଞ ବିମଳ ପରିଡ଼ାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିବାବେଳେ ୧୦ଟି ମହିଳା ଏସ ଏସ ଜି ୮ ଶିଶୁ କଳାକାର ୫ଜଣ କୃଷକଙ୍କୁ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରାଯାରଥିଲା । ଭାବଗ୍ରାହୀ କଳା ନିକେତନ କଳାକାରମାନେ ବିଭିନ୍ନ ନାଚ ଗୀତ ପରିବେଷଣ କରିଥିଲେ । ଶେଷରେ ସେୟାର ସଭାପତି ବାବୁରାମ ନାୟକ ଧନ୍ୟବାଦ ଦେଇଥିଲେ।


Next Post

ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ

Wed Nov 20 , 2024
କେନ୍ଦ୍ରାପଡ଼ା,୨୦ା୧୧: କେନ୍ଦ୍ରାପଡା ଷଷ୍ଠ ଜିଲ୍ଲା ପରିଷଦର ପଞ୍ଚମ ସାଧାରଣ ବୈଠକ ବୁଧବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପ୍ରାରମ୍ଭରେ ଗଣାଧ୍ୟମରେ ଜିଲ୍ଲାପାଳଙ୍କ ମନ୍ତବ୍ୟକୁ ପ୍ରତିବାଦ କରି ୨୭ନମ୍ବର ଜିଲ୍ଲା ପରିଷଦ ଜୋନର ସଭ୍ୟା ପ୍ରବୀଣା ଦାସ ପ୍ରଶ୍ନ ଉଠାଇଥିବା ବେଳେ ଅନ୍ୟ ସଦସ୍ୟ/ସଦସ୍ୟା ଓ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷାମାନେ ଏହାର ଦୃଢ ପ୍ରତିବାଦ କରିଥିଲେ। […]

KANIKA