ପଟ୍ଟାମୁଣ୍ଡାଇ ୧୦ା୮-ପଟ୍ଟାମୁଣ୍ଡାଇ ସବଡିଭିଜନ ହସ୍ପିଟାଲ ପକ୍ଷରୁ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ କୃମି ନାଶକ ଦିବସ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସବଡିଭିଜନ ହସ୍ପିଟାଲ ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡା. ନିରାକାର ପରିଡାଙ୍କ ପୌରହିତ୍ୟରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏଥିରେ ବାଳିକା ହାଇସ୍କୁଲ ବରିଷ୍ଠ ଶିକ୍ଷୟତ୍ରୀ ଉଷାରାଣୀ କର,ସବଡିଭିଜନ ହସ୍ପିଟାଲ ପିଏଚଇଓ ନୃସିଂହ ଚରଣ ଦାସ ଓ ବିପିଏମ ପ୍ରଶାନ୍ତ କୁମାର ଜେନା ଓ ବାଳିକା ହାଇସ୍କୁଲର ସମସ୍ତ ଶିକ୍ଷୟତ୍ରୀ ଶିକ୍ଷକ ଯୋଗ ଦେଇ ସଚେତନତା ସୃଷ୍ଟି କରିଥିଲେ । ଏଇ ଅବସରରେ ବାଳିକା ହାଇସ୍କୁଲ ଓ ପ୍ରାଥମିକ ସ୍କୁଲର ସମସ୍ତ ଛାତ୍ରୀ ମାନଙ୍କୁ କୃମିନାଶକ ବଟିକା ଖୁଆଇ ଦିଆଯାଇଥିଲା । ଏଥି ସହିତ ସ୍ୱାସ୍ଥ୍ୟ କର୍ମଚାରୀମାନେ ପଟ୍ଟାମୁଣ୍ଡାଇ ବ୍ଲକ ଓ ମୁନିସିପାଲିଟିର ସମସ୍ତ ସ୍କୁଲ, ଅଙ୍ଗନବାଡିକେନ୍ଦ୍ର ସହିତ ଘରକୁ ଘର ବୁଲି କୃମି ନାଶକ ଔଷଧ ବଂଟନ କରିଥିଲେ ।
kanikanews.in
Next Post
ଅଗଷ୍ଟ ୧୫ ପାଇଁ ବିଭିନ୍ନ ପ୍ରତିଯୋଗିତା ଓ ପ୍ରତିଭା ଚୟନ
Thu Aug 10 , 2023
ପଟ୍ଟାମୁଣ୍ଡାଇ ୧୦୮-ଆଗାମୀ ସ୍ୱାଧୀନତା ଦିବସକୁ ସମାରୋହରେ ପାଳନ କରିବା ସହିତ କୃତି ପ୍ରତିଭାମାନଙ୍କୁ ଚୟନ କରିବା ପାଇଁ ବକ୍ତୃତା, ଚିତ୍ରାଙ୍କନ, ସାଧାରଣଜ୍ଞାନ ପ୍ରତିଯୋଗିତା ଏମଏନ ହାଇସ୍କୁଲ ପରିସରରେ କରାଯାଇଥିଲା । ଏଥିରେ ଜାତୀୟଦିବସ ପାଳନ କମିଟି ସଦସ୍ୟ ପ୍ରଫେସର ଦୁର୍ଯ୍ୟୋଧନ ପରିଡା, କାଉନସିଲର ଗୋପୀବଲ୍ଲଭ ନାୟକ, ଆଡ଼ଭୋକେଟ ଗୋପୀନାଥ ତ୍ରିପାଠୀ, ଶିକ୍ଷାବିତ ବିଜୟ ସାହୁ, ଚିତ୍ରଶିଳ୍ପୀ ସଂଜୀବ କର, ରାଜେନ୍ଦ୍ର ଦାଶ, ପ୍ରମୋଦ ସାହୁ, ସଞ୍ଜୟ ତ୍ରିପାଠୀ ଓ ସନ୍ତୋଷ […]

KANIKA
- 2 years ago
ଆଜାଦହିନ୍ଦ ଟ୍ରଷ୍ଟ ପକ୍ଷରୁ ନେତାଜୀ ଜୟନ୍ତୀ ପାଳିତ
- 2 years ago
ବଜ୍ରପାତରେ ଯୁବ ଚାଷୀଙ୍କ ବିୟୋଗ
- 1 year ago
ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୬ତମ ଜନ୍ମୋତ୍ସବ
- 8 months ago
ବିଜେପିରେ ଯୋଗଦେଲେ ଯୁବ ସଂଗଠକ ଅକ୍ଷୟ ତରାଇ
- 10 months ago
ଷ୍ଟେଟବ୍ୟାଙ୍କ ପେନସନର୍ସ ସମସ୍ୟା ସମାଧାନ ପାଇଁ ଆଲୋଚନାଚକ୍ର
- 2 years ago
कैंसर धीरे-धीरे महामारी का रूप लेती जा रही है