କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର



କେନ୍ଦ୍ରାପଡ଼ା,୨୪ା୧୧: କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ମାସାନ୍ତ ରବିବାସରୀୟ ସାହିତ୍ୟ ଆସର ଓ କବିତା ପାଠୋତ୍ସବ କାର୍ଯ୍ୟକାରୀ ସଭାପତି କବି କରୁଣାକର ଦାସଙ୍କ ପୌରୋହିତ୍ୟରେ ସ୍ଥାନୀୟ ପବ୍ଲିକ ରିଡିଂ ରୁମରେ ଆଜି ଅପରାହ୍ନ ୪ଘଟିକା ସମୟରେ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ୨୫ ମସିହା ଏପ୍ରିଲ ୨୩ ତାରିଖରେ ସାହିତ୍ୟ ସଂସଦ ରଜତ ଜୟନ୍ତୀ ଅନୁଷ୍ଠିତ ହେବ । ଏଥିନିମନ୍ତେ ସାହିତ୍ୟ ସଂସଦର ମୁଖପତ୍ର “ଦିଗ୍‌ବଳୟ” ପ୍ରକାଶିତ ହବ । ଏଥିନିମନ୍ତେ ଅଣୁକବି ବ୍ରହ୍ମାନନ୍ଦ ଦାସଙ୍କ ଜୟନ୍ତୀ ଦିନ ପ୍ରସ୍ତୁତି ଚଳିତ ବର୍ଷ ଡିସେମ୍ବର ୨୬ ତାରିଖରେ ଅନୁଷ୍ଠିତ ହେବ । ଏଥିସହିତ ଲେଖା ପଠାଇବାର ଶେଷ ତାରିଖ ଡିସେମ୍ବର ୨୬ ତାରିଖ ରଖାଗଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ଉପସଭାପତି ପ୍ରଦୀପ କୁମାର ଦାଶ, ରାମକୃଷ୍ଣ ଦାଶ, ସମ୍ପାଦକ ଶୁଭାଂଶୁ କୁମାର ଦାସ, ସଂଗଠନ ସମ୍ପାଦକ ଆଦିକନ୍ଦ ରାଉଳ, ନିରୁପମା ଦାସ, ଶରତ କୁମାର ରାଉତ, ନୃସିଂହ ଚରଣ ତ୍ରିପାଠୀ, ଶ୍ରୀଧର କୁମାର ଭୋଳ, ମନୋରଞ୍ଜନ ତ୍ରିପାଠୀ, ମନୋଜ କୁମାର ଦାସ, ପ୍ରେମାନନ୍ଦ ଜେନା, ଅର୍ଜୁନ କୁମାର ସ୍ୱାଇଁ, ଦେବାଶିଷ ପ୍ରଧାନ, ଗୋଲଖ କୁମାର ସେଠୀ ପ୍ରମୁଖ ଆଲୋଚନା କରି କବିତା ପାଠ କରିଥିଲେ । ଅଶୋକ କୁମାର ସାହୁ କବିତା ସଂଯୋଜନା କରିଥିବା ବେଳେ ଦେବାଶିଷ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।


Next Post

ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ବି ମାନୁ ନାହାନ୍ତି ଥାନା ଅଧିକାରୀ

Sun Nov 24 , 2024
କେନ୍ଦ୍ରାପଡ଼ା,୨୪ା୧୧: ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶକୁ ବି ମାନୁ ନାହାନ୍ତି ଆଳି ଥାନା ଅଧିକାରୀ। ଏ ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଛି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ଜିଲ୍ଲାର ଆଳି ଥାନା ଅନ୍ତର୍ଗତ ବିଲିକଣା ଗ୍ରାମର ବ୍ରଜବନ୍ଧୁ ମହାରଣାଙ୍କ ପୁଅ ନିଶାମଣି ମହାରଣା ଜିଲ୍ଲାପାଳଙ୍କୁ କରିଥିବା ଅଭିଯୋଗ ଅନୁଯାୟୀ ଗତ ତା ୭.୧୦.୨୦୨୨ରିଖରେ ତାଙ୍କ ପୁଅ ଭାଗବତ ମହାରଣା ଓ ଜଗନ୍ନାଥ ମହାରଣା ସେହି ଗ୍ରାମର ପାରେଶ୍ୱର ସାହୁଙ୍କ ଘର ସମ୍ମୁଖରେ […]

KANIKA