ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ବନ୍ଧୁମିଳନ ସମାରୋହ

ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନ ବନ୍ଧୁମିଳନ ସମାରୋହ


କେନ୍ଦ୍ରାପଡ଼ା,୨୬ା୧୧: ଜିଲ୍ଲା ଅବସରପ୍ରାପ୍ତ ଶିକ୍ଷା ପରିଦର୍ଶକ ସଂଗଠନର ମଧ୍ୟବର୍ତ୍ତୀକାଳୀନ ସଭା ବନ୍ଧୁମିଳନ ଆସର ରାପୁରସ୍ଥ କାର୍ଯ୍ୟାଳୟଠାରେ ବରିଷ୍ଠ ସଭ୍ୟ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସଂଗଠନର ସର୍ବ ବରିଷ୍ଠ ସଭ୍ୟ ତଥା ମୁଖ୍ୟ ଉପଦେଷ୍ଟା ମନ୍ମଥ ନାଥ ରାୟଙ୍କ ଅସୁସ୍ଥତା ନେଇ ଗଭୀର ଦୁଃଖ ପ୍ରକାଶ କରାଯିବା ସହ ଆଶୁ ଆରୋଗ୍ୟ ନିମନ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା । ସମ୍ପାଦକ ନରୋତ୍ତମ ଜେନା ବିବରଣୀ ପାଠ କରିବା ସହିତ ଗତ ବାର୍ଷିକ ଉତ୍ସବରେ ଆୟ ବ୍ୟୟ ତଥ୍ୟ ଉପସ୍ଥାପନ କରିଥିଲେ । ଖାଲି ପଡିଥିବା ଉପସଭାପତି ଓ ଆବାହକ ପଦ ନିମିତ୍ତ ଯଥାକ୍ରମେ ଚୌଧୁରୀ କୈଳାସ ପଟ୍ଟନାୟକ ଓ ସନାତନ ତରାଇଙ୍କୁ ମନୋନୀତ କରାଗଲା । ଆସନ୍ତା ଫେବୃୟାରୀ ୧୫ତାରିଖ ମଧ୍ୟରେ ନବବର୍ଷର ବାର୍ଷିକ ଓ ପ୍ରତିଭା ସମ୍ମାନ ପ୍ରଦାନ ଉତ୍ସବ କରାଯିବାର ସ୍ଥିର କରାଗଲା । ପତ୍ରିକା ପ୍ରକାଶକ ନିମନ୍ତେ ଆସନ୍ତା ଡିସେମ୍ବର ମାସ ୧୫ତାରିଖ ମଧ୍ୟରେ ଲେଖା ପଠାଇବା ପାଇଁ ସଭ୍ୟମାନଙ୍କୁ ନିବେଦନ କରାଗଲା । ଅନ୍ୟମାନଙ୍କ ମଧ୍ୟରେ ଯୁଗ୍ମ ସମ୍ପାଦକ ଅନାମ ଚରଣ ସାହୁ, ଅର୍ଥ ସମ୍ପାଦକ ଦାଶରଥୀ ନାୟକ, କୈଳାସ ପଟ୍ଟନାୟକ, ଦୋଳଗୋବିନ୍ଦ ସାହୁ, ସୋମନାଥ ପଢିହାରୀ, ବଳଭଦ୍ର ନାୟକ, ଅକ୍ଷୟ କୁମାର ସ୍ୱାଇଁ, ସନାତନ ତରାଇ, ବାଉରୀ ବନ୍ଧୁ ମୁଦୁଲି, ନରୋତ୍ତମ ବେହେରା, ମାଗୁଣୀ ଚରଣ ବିଶ୍ୱାଳ, ପ୍ରାକ୍ତନ ଓହ୍‌ଟା ସମ୍ପାଦକ ତ୍ରୈଲୋକ୍ୟ ଚରଣ ସ୍ୱାଇଁ ପ୍ରମୁଖ ଯୋଗ ଦାନ କରି ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ମିଡିଆ ସମ୍ପାଦକ କାଶୀନାଥ ରାଉତରାୟ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।