ଦ୍ୱାବିଶଂତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା ଜାନୁୟାରୀ ୬ରୁ ,ପୁସ୍ତକମେଳାର ପ୍ରସ୍ତୁତି ବୈଠକ



କେନ୍ଦ୍ରାପଡ଼ା,୨୬ା୧୧: ପ୍ରତିବର୍ଷ ଭଳି ଏହି ବର୍ଷ କେନ୍ଦ୍ରାପଡା ଇଭଣ୍ଟେ ମ୍ୟାନେଜର୍ସ ଦ୍ୱାରା ଦ୍ୱାବିଶଂତମ ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପୁସ୍ତକମେଳା ୨୦୨୫ ଜାନୁୟାରୀ ୬ରୁ ୧୩ ତାରିଖ (୮ଦିନ) ପର୍ଯ୍ୟନ୍ତ ସ୍ଥାନୀୟ ଟେଲିକମ ପଡିଆରେ ଆୟୋଜିତ ହେବ । ଏହି ଉପଲକ୍ଷେ କେମର ପ୍ରତିଷ୍ଠାତା ଡଃ ବିରଜା ରାଉତରାୟଙ୍କ ନେତୃତ୍ୱରେ ସଭାପତି ଅକ୍ଷୟ ପାଣିଙ୍କ ସଭାପତିତ୍ୱରେ ମାଧପୁର କାର୍ଯ୍ୟାଳୟରେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅତିରିକ୍ତ ସଭାପତି ଭାବେ ସରୋଜକାନ୍ତ ସାହୁ ଓ ଅତିରିକ୍ତ ସମ୍ପାଦକ ଭାବେ ପ୍ରତାପ ସ୍ୱାଇଁଙ୍କୁ ମନୋନ୍ୱିତ କରାଯାଇଛି । ମେଳାକୁ ସୁଚାରୁ ରୁପେ ପରିଚାଳନା କରିବାପାଇଁ ଉପସ୍ଥିତ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଦାୟିତ୍ୱ ବଣ୍ଟନ କରାଯାଇଛି । ଏହି ଉପଲକ୍ଷେ ଆଜିର ବୈଠକରେ ଡଃ ରାଉତରାୟଙ୍କ ଦ୍ୱାରା ଚଳିତ ବର୍ଷ ପାଇଁ ସାମାଜିକ ଗଣମାଧ୍ୟମ ପ୍ରମୋ ପୋଷ୍ଟର ଉନ୍ମୋଚିତ କରାଗଲା । ଯାହାର ଶିରୋନାମା “ନୂଆ ବହିର ବାସ୍ନା ବୁଣିବାକୁ ପାଠକଙ୍କ ପ୍ରିୟ ବିଭୋର ଋତୁ” ରଖାଯାଇଛି । ଆଗାମୀ ଡିସେମ୍ବର ୨୭ରୁ ୨୯ ପାର୍ଯ୍ୟନ୍ତ କେମ ସହଯୋଗରେ ସିମ୍ପୋନି ଆନୁକୂଲ୍ୟରେ ରାଜ୍ୟସ୍ତରୀୟ ନାଟ୍ୟ ମହୋତ୍ସବ ଅନୁଷ୍ଠିତ ହେବ ବୋଲି ସମ୍ପାଦକ ମହମଦ ଜାହିଦ ଖାଁ ସୂଚନା ଦେଇଛନ୍ତି । ଏହି ବୈଠକରେ ତାରିଣି ପାଟ୍ଟଯୋଶୀ, ଧର୍ମଦଶୀ କର, ବଂଶିଧର ମହାନ୍ତି, ନୃସିଂହ ତ୍ରିପାଠୀ, ଦିଲିପ କୁମାର ସାହୁ, ସାନ୍ତନୁ ମଲ୍ଲିକ, ଲକ୍ଷ୍ମିକାନ୍ତ ନାୟକ, ବିଜୟ ବେହେରା, ହିମାଂଶୁ ଦାସ, ରାଜେନ୍ଦ୍ର ମହାପାତ୍ର, ସନ୍ଦିପ ସାହୁ, ଭଞ୍ଜକିଶୋର ମହାରଣା ପ୍ରମୁଖ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading