ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସମ୍ବିଧାନ ଦିବସ ପାଳିତ



କେନ୍ଦ୍ରାପଡ଼ା,୨୬ା୧୧: ବୀର ହନୁମାନଜୀଉ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷ ପ୍ରଫେସର ତୁଷାରକାନ୍ତ ବରାଳଙ୍କ ଅଧ୍ୟକ୍ଷତାରେ ଭାରତୀୟ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟବକ୍ତା ଭାବେ ଡ. ହେମନ୍ତ କୁମାର ଶତପଥୀ ଯୋଗଦେଇ ସମ୍ବିଧାନରେ ଥିବା ମୈାଳିକା ଅଧିକାର ସମ୍ପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ଅବଗତ କରାଇଥିଲେ। ସମ୍ମାନିତ ଅତିଥି ଭାବେ କୁଳମଣୀ ଗୋଛାୟତ ଯୋଗଦେଇ ସମ୍ବିଧାନ ପ୍ରଣୟନ ସଭା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଅଧ୍ୟକ୍ଷ ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କୁ ସମ୍ବିଧାନର ମୂଲ୍ୟବୋଧ ଆଧାରରେ ଜୀବନ ବିତାଇବାକୁ ପରାମର୍ଶ ଦେଇଥିଲେ। ସମ୍ବିଧାନ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ଡ. ଆଲୋକ କୁମାର ରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଫେସର ହେମନ୍ତ କୁମାର ପରିଡା, ପ୍ରାଧ୍ୟାପକ ଭକ୍ତବନ୍ଧୁ ଓଝା, ଡ. ସଂଗ୍ରାମକେଶରୀ ମହାନ୍ତି, ଡ. ହିମାଂଶୁ ଭୂଷଣ ପରିଡା, ଡ. ପ୍ରମୋଦ କୁମାର ରାଉତ, ଦିଲ୍ଲିପ କୁମାର ସ୍ୱାଇଁ, ଅଧ୍ୟାପିକା ପ୍ରିତିଲକ୍ଷ୍ମୀ ଜେନା, ଶୁଭଶ୍ରୀ ରାଉତ, ଅର୍ଚ୍ଚନା ବେହେରାଙ୍କ ସମେତ ଅନ୍ୟ କର୍ମଚାରୀମାନେ ଉପସ୍ଥିତ ରହି ନିଜର ମତାମତ ଉପସ୍ଥାପନ କରିଥିଲେ। ଶେଷରେ ଅଧ୍ୟାପକ ରାକେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।


Discover more from

Subscribe now to keep reading and get access to the full archive.

Continue reading