
କେନ୍ଦ୍ରାପଡ଼ା,୨୬ା୧୧: କେନ୍ଦ୍ରାପଡା ପୈାରାଞ୍ଚଳରେ ସିଟି ହସପିଟାଲ ପ୍ରତିଷ୍ଠା ଦାବିରେ ଆମ୍ ଆଦମୀ ପାର୍ଟି ପକ୍ଷରୁ ମଙ୍ଗଳବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣବିକ୍ଷୋଭ କରାଯାଇଛି। ଆମ୍ ଆଦମୀ ପାର୍ଟି ଜିଲ୍ଲା ସଭାପତି ସନ୍ଦିପ୍ତ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଏହି ଗଣବିକ୍ଷୋଭରେ ସୂର୍ଯ୍ୟକାନ୍ତ ପରିଡା, ଇଂ ଦେବାଶିଷ ଦାଶ, କୁମୁଦ ରାଉତ, ରୁଦ୍ର ପ୍ରସାଦ ବେହେରା, ମହମ୍ମଦ ସାହିଲ, ରଶ୍ମୀରଞ୍ଜନ ସ୍ୱାଇଁ, ସାଗରିକା ଦାଶ, ଲଜମୁନ ନିଶା, ସୁହାନା ବିବି, ଫାହିମା ବିବି, ସେକ ଇସମାଇଲ, ହେମନ୍ତ କୁମାର ସାହୁ, ଜାହିନୁର ରହେମାନ୍ ଓ ଶିବାନୀ ଦାସ ପ୍ରମୁଖ ଯୋଗଦେଇ କେନ୍ଦ୍ରାପଡା ପୈାରାଞ୍ଚଳରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ସିଟି ହସପିଟାଲ ଯୋଗାଇ ଦେବା ସହ ଏଥିରେ ଜନବସତି ଆନୁପାତିକ ଶଯ୍ୟା ସୁବିଧା, ଆବଶ୍ୟକୀୟ ସଂଖ୍ୟକ ଡାକ୍ତର ନିଯୁକ୍ତି, ଜରୁରୀକାଳୀନ ତ୍ୱରିତ ସେବା ଏବଂ ବିନା ଦେୟରେ ସମସ୍ତ ରୋଗର ଯାଞ୍ଚ ସୁବିଧା, ଦେୟମୁକ୍ତ ଔଷଧ ବଣ୍ଟନର ବ୍ୟବସ୍ଥା କରାଯିବା, ପୈାରପାଳିକା ନିମନ୍ତେ ଅନୁନ୍ୟ ୫ଟି ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବା,ପ୍ରସୂତି ମା’ମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବା, ନବଜାତ ଶିଶୁମାନଙ୍କ ପାଇଁ ସର୍ବୋତ୍ତମ ଦେୟମୁକ୍ତ ଚିକିତ୍ସା ସୁବିଧା ପ୍ରଦାନ କରିବା, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବ୍ୟତିତ ଜିଲ୍ଲାରେ ୩ଟି ଉନ୍ନୀତ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ୭ଟି ଗୋଷ୍ଠି ଉନ୍ନୀତ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା କରାଯିବା ସହ ସେଥିରେ ଆବଶ୍ୟକ ସଂଖ୍ୟକ ଶଯ୍ୟା, ଆନୁସଂଗିକ ଯନ୍ତ୍ରପାତି, ଆବଶ୍ୟକ ସଂଖ୍ୟକ ଡାକ୍ତରଙ୍କୁ ନିଯୁକ୍ତି ପ୍ରଦାନ କରାଯିବା ସହିତ କେନ୍ଦ୍ରାପଡାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯିବାକୁ ଆମ୍ ଆଦମୀ ପାର୍ଟି ପକ୍ଷରୁ ଦାବି କରାଯାଇଥିଲା। ଏଥିସହିତ ପାର୍ଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା।










