ପୂର୍ବତନ ବିଧାୟିକାଙ୍କ ପରଲୋକରେ ଶୋକ


କେନ୍ଦ୍ରାପଡ଼ା,୧୦ା୮ : ପୂର୍ବତନ ବିଧାୟିକା ତଥା କଟକ ମହାନଗର ନିଗମର ମେୟର ସୁଶ୍ରୀ ନିବେଦିତା ପ୍ରଧାନଙ୍କର ଆଜି ଅପରାହ୍ନରେ ୬୦ବର୍ଷ ବୟସରେ କଟକର ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର କେନ୍ଦ୍ରାପଡାରେ ପହଞ୍ଚିବା ପରେ ବିଭିନ୍ନ ବର୍ଗର ବ୍ୟକ୍ତି ବିଶେଷ ତାଙ୍କ ବିୟୋଗରେ ଶୋକବ୍ୟକ୍ତ କରିଛନ୍ତି । ଏଠାରେ ସୂଚନା ଯୋଗ୍ୟ ଯେ ତାଙ୍କ ପିତା ସ୍ୱର୍ଗତ ନୃସିଂହ ଚରଣ ପ୍ରଧାନ କେନ୍ଦ୍ରାପଡା ସରକାରୀ ହାଇସ୍କୁଲର ଜଣେ ଛାତ୍ରବତ୍ସଳ ଶିକ୍ଷକ ଥିଲେ । ସେହି ସମୟରୁ ସୁଶ୍ରୀ ପ୍ରଧାନଙ୍କର ବାଲ୍ୟାବସ୍ତାରୁ ମହାବିଦ୍ୟାଳୟ ପର୍ଯ୍ୟନ୍ତ ଶିକ୍ଷା କେନ୍ଦ୍ରାପଡାରେ ହୋଇଥିଲା । ପରେ ସେ କେନ୍ଦ୍ରାପଡାର ବିଭିନ୍ନ ଅନୁଷ୍ଠାନ ସହିତ ଜଡିତ ଥିଲେ । ତାଙ୍କ ଆବର୍ତ୍ତମାନରେ ଜିଲ୍ଲା ପ୍ରତିଭା ପୂଜା ସଂସଦ ସଭାପତି ପ୍ରଦିପ କୁମାର ମହାନ୍ତି, ସାମ୍ବାଦିକ ଚିତ୍ତରଞ୍ଜନ ଦାସ, ପୂର୍ବତନ ବିଧାୟକ ଚିନ୍ମୟ ପ୍ରସାଦ ବେହୁରା, ପ୍ରଫୁଲ୍ଲ ଦାସ, ଶୈଳେନ୍ଦ୍ର ନାରାୟଣ ଦାସ, ନଳିନ ବିହାରୀ ମହାନ୍ତି, କମଳାକାନ୍ତ ବେହେରା, ମୁକ୍ତାର ଖାଁ ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ଆତ୍ମାର ସଦଗତି କାମନା କରିଛନ୍ତି ।


Next Post

पूर्व विधायीका के निधन पर शोक

Thu Aug 10 , 2023
पूर्व विधायीका और कटक महानगर कॉरपोरेशन की पूर्व मेयर सुश्री निवेदिता प्रधान की कटक के एक निजी अस्पताल में 60 वर्ष की आयु में उनकी निधन हो गया। निधन की खबर केंद्रापड़ा तक पहुंचने के बाद विभिन्न क्षेत्रों के लोगों ने उनके निधन पर शोक व्यक्त किया है . यहां […]

KANIKA