- ପଟ୍ଟାମୁଣ୍ଡାଇ ପୌରାଂଚଳ ପାଇଁ ଡ୍ରେନେଜ ମାଷ୍ଟର ପ୍ଲାନ ଅନୁମୋଦିତ
- ବନ୍ଦ ଥିବା ପାଳପାଟଣା-ମାସାହାଣୀ ସେତୁ ନିର୍ମାଣ ପାଇଁ ପଦକ୍ଷେପ
- ବଡ଼ପଡା-ସାନମୋହନପୁର, ଭୋଇପଡା-ବାଲିପାଟଣା ରାସ୍ତା
- ମାଳିପୁର-ବଳଭଦ୍ରପୁର-ଛତ୍ରଧାରୀ ପାଟଣା ରାସ୍ତା
- ବିଲିକଣା-ବାଲିଆପଲ୍ଲୀ-ସାତକୁଡ଼ିଆ ରାସ୍ତା ସଂପୂର୍ଣ୍ଣ ପାଇଁ ପଦକ୍ଷେପ
ପଟ୍ଟାମୁଣ୍ଡାଇ ତା ୨୬/୧୧-ଓଡିଶା ବିଧାନସଭାର ଶୀତକାଳୀନ ଅଧିବେଶନ ମଙ୍ଗଳବାର ଆରମ୍ଭ ହେଇଥିବା ବେଳେ ରାଜନଗର ବିଧାୟକ ଧ୍ରୁବ ସାହୁ ପଟ୍ଟାମୁଣ୍ଡାଇର ମୁଖ୍ୟ ସମସ୍ୟା ଉତଥାପିତ କରିଛନ୍ତି ।ସେଥିରେ ପୌରାଂଚଳର ଜଳ ନିଷ୍କାସନ, ଶ୍ରୀରାମପୁର-ମାସାହାଣୀ ସେତୁ ଓ ପଟ୍ଟାମୁଣ୍ଡାଇ ବ୍ଲକର ବିଭିନ୍ନ ରାସ୍ତାଘାଟ ସମସ୍ୟା ଉତଥ।।ପନ କରି ସରକାରଙ୍କ ଠାରୁ ଜବାବ ମାଗିଛନ୍ତି ।
ପଟ୍ଟାମୁଣ୍ଡାଇ ପୌରାଂଚଳର ମୁଖ୍ୟ ସମସ୍ୟା ଭାବେ ଜଳନିଷ୍କାସନ ସମସ୍ୟା ବର୍ଷବର୍ଷ ଧରି ଲାଗି ରହିଛି । ଅସରାଏ ବର୍ଷା ହେଲେ ପଟ୍ଟାମୁଣ୍ଡାଇ ପୌରାଂଚଳ ପରିସ୍ଥିତି ଅସମ୍ଭାଳ ହୋଇପଡୁଛି । ଏଭଳି ସ୍ଥିତିକୁ ଦେଖି ବିଧାୟକ ସାହୁ ପଟ୍ଟାମୁଣ୍ଡାଇ ପୌରାଂଚଳର ଜଳନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରକାର କି ପଦକ୍ଷେପ ନେଇଛନ୍ତି ବୋଲି ବିଧାୟକ ସାହୁଙ୍କ ପ୍ରଶ୍ନର ଉରରେ ରାଜ୍ୟ ନଗର ଉନ୍ନୟନ ମନ୍ତୀ ଡା କୃଷ୍ଣ ଚନ୍ଦ୍ର ମହାପାତ୍ର କହିଲେ ପଟ୍ଟାମୁଣ୍ଡାଇ ପୌରାଂଚଳରେ ବର୍ଷ ବର୍ଷ ଧରି ଲାଗି ରହିଥିବା ଜଳନିଷ୍କାସନ ସମସ୍ୟା ସମ୍ପର୍କରେ ରାଜ୍ୟ ସରକାର ଅବଗତ ଅଛନ୍ତି । ଏହାର ସ୍ଥାୟୀ ସମାଧାନ ପାଇଁ ୫ମ ରାଜ୍ୟ ଅର୍ଥ କମିଶନଙ୍କ ଅନୁମୋଦନ କ୍ରମେ ଡ୍ରେନେଜ ମାଷ୍ଟର ପ୍ଲାନ ପ୍ରସ୍ତୁତ ନିମନ୍ତେ ପଟ୍ଟାମୁଣ୍ଡାଇ ପୌରପରିଷଦକୁ ଆବଶ୍ୟକ ଅର୍ଥ ମଂଜୁର କରାଯାଇଛି । ପଟ୍ଟାମୁଣ୍ଡାଇ ପୌର ପରିଷଦ ପକ୍ଷରୁ ଇଓଆଇ ଦ୍ୱାରା ଦରଖାସ୍ତ ଆହ୍ୱାନ କରାଯାଇ ସରକାରୀ ନିୟମ ଅନୁଯାୟୀ ସର୍ବନିମ୍ନ ମୂଲ୍ୟରେ ଆବେଦନକାରୀ ସଂସ୍ଥାକୁ ଡ୍ରେନେଜ ମାଷ୍ଟର ପ୍ଲାନ ପ୍ରସ୍ତୁତ ପାଇଁ କାର୍ଯ୍ୟାଦେଶ ଦିଆଯାଇଛି । ଏହି ସଂସ୍ଥା ଦ୍ୱାରା ବିସ୍ତୃତ ପ୍ରକଳ୍ପ ବିବରଣୀ ( ଡିପିଆର ) ପ୍ରସ୍ତୁତ କାର୍ଯ୍ୟ ଚାଲୁ ରହିଛି ବୋଲି ନଗର ଉନ୍ନୟନ ମନ୍ତ୍ରୀ ବିଧାନସଭା ଗୃହରେ ପ୍ରକାଶ କରିଛନ୍ତି । ସେହିପରି ରାଜନଗର ଓ ଆଳି ନିର୍ବାଚନମଣ୍ଡଳୀ ମଧ୍ୟରେ ଦୂରତା କାମଇବା ପାଇଁ ପଟ୍ଟାମୁଣ୍ଡାଇ ବ୍ଲକର ଶ୍ରୀରାମପୁର ପଂଚାୟତର ପାଳପାଟଣା ଠାରେ ନିର୍ମାଣକାର୍ଯ୍ୟ ବନ୍ଦ ଥିବା ପାଳପାଟଣା-ମାସାହାଣୀ ସେତୁର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ରାଜନଗର ବିଧାୟକ ସାହୁଙ୍କ ପ୍ରଶ୍ନର ଉତରରେ ରାଜ୍ୟ ପଂଚାୟତ ରାଜ ଓ ଗ୍ରାମ୍ୟଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାୟକ କହିଲେ ପ୍ରଧାନ ମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ପାଳପାଟଣା-ମାସାହାଣୀ ସେତୁ ପାଇଁ ୨୦୧୩-୧୪ ମସିହାରେ କେନ୍ଦ୍ର ସରକାର ଅନୁମୋଦନ କରିଥିଲେ । ମାତ୍ର ଆଇ ଡ଼ବ୍ଲୁ ଏ ଆଇ ( ଇନଲ୍ୟାଣ୍ଡ ୱାଟର ୱେଏ ଅଥରିଟି ଅଫ ଇଣ୍ଡିଆ ଠାରୁ ଏନଓସି ନମିଳିବାରୁ ଏହି ସେତୁ ପ୍ରଧାନମନ୍ତୀ ଗ୍ରାମ ସଡ଼କ ଯୋଜନାରୁ ବାଦ ପଡିବା ସହିତ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା । ଚଳିତବର୍ଷ ଏହି ପାଳପଟଣା-ମାସାହାଣୀ ସେତୁ ବନ୍ଧନ ଯୋଜନାରେ ଅନୁମୋଦିତ ହୋଇନାହିଁ ବୋଲି ବିଧାନସଭା ସଭା ଗୃହରେ ପ୍ରକାଶ କରିଛନ୍ତି । ଏହାଛଡା ରାଜନଗର ବିଧାୟକ ସାହୁ ରାଜନଗର ନିର୍ବାଚନମଣ୍ଡଳୀରେ ନିର୍ମାଣଧୀନ ରାସ୍ତାର ସ୍ଥିତି ସମ୍ପର୍କରେ ପ୍ରଶ୍ନର ଉତରରେ ରାଜନଗର ନିର୍ବାଚନ ମଣ୍ଡଳୀର ୨୦୨୩-୨୪ ଆର୍ôଥକ ବର୍ଷରେ ମୋଟ ୧୦ଟି ରାସ୍ତା ସମୁଦାୟ ୫୪. ୫୬ କିମି ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଛି । ସେଥି ମଧ୍ୟରୁ ୨ଟି ରାସ୍ତା ନିର୍ମାଣ ସଂପୂର୍ଣ୍ଣ ହୋଇଛି । ସେଥି ମଧ୍ୟରେ ପଟ୍ଟାମୁଣ୍ଡାଇ ବ୍ଲକର ବଡପଡା-ଦେଉଳି-କାଠିଆପଡା-କଣିପାଳ-ବାଇପାଟଣା-ସାନମୋହନପୁର-ଭୋଇପଡା-ବାଲିପାଟଣା ରାସ୍ତା ନିର୍ମାଣ ଚାଲୁ ରହିଛିା ସେହିପରି ମାଳିପୁର-ବଳଭଦ୍ରପୁର-ରାଘବପୁର-ବାଲିପାଟଣା-ଖର୍ଦ୍ଧା-ଛତ୍ରଧାରୀପାଟଣା ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁରହିଛି ।ଏହା ଛଡା ବିଲିକଣା-ବାଳିଆପଲ୍ଲୀ-ସାତକୁଡ଼ିଆ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲୁ ରହିଛି । ଆସନ୍ତା ୨୦୨୫ ମାର୍ଚ୍ଚ ମାସରେ ଉପରୋକ୍ତ ୩ଟି ରାସ୍ତା ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ବୋଲି ଗ୍ରାମ୍ୟଉନ୍ନୟନ ମନ୍ତୀ ବିଧାନସଭାରେ ପ୍ରକାଶ କରିଛନ୍ତି ।