ଡ଼ିସେମ୍ବର ୧ରେ “ନୂଆ ଜହ୍ନ ଉଇଁଛି’ର ପାଠକାର୍ପଣ



କେନ୍ଦ୍ରାପଡା,୨୮ା୧୧: ସମକାଳୀନ ଉଭୟ ଓଡ଼ିଆ କଥା ଓ କବିତା କ୍ଷେତ୍ରରେ ସ୍ୱକୀୟ ସ୍ୱତନ୍ତ୍ର ପରିଚୟ ସହ ଅସାମାନ୍ୟ ପ୍ରତିଷ୍ଠା ଅର୍ଜନ କରିଥିବା ବିରଜା ରାଉତରାୟଙ୍କ ପଞ୍ଚମ କବିତା ସଙ୍କଳନ “ନୂଆ ଜହ୍ନ ଉଇଁଛି’ ଆସନ୍ତା ୧ ଡ଼ିସେମ୍ବର ରବିବାର ଦିନ ଏକକାଳୀନ ଭାବେ କେନ୍ଦ୍ରପଡ଼ାର ଦୁଇ ସାରସ୍ୱତ ଉତ୍ସବରେ ପାଠକାର୍ପିତ ହେବ। ଉକ୍ତ ଦିବସର ପ୍ରଥମେ ଦିବା ଅଧିବେଶନରେ କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟରେ ଅନୁଷ୍ଠିତ “ରାକମ୍ -୨୦୨୪’ ସାହିତ୍ୟ ଉତ୍ସବ ଏବଂ ଅପରାହ୍ନରେ ସହରର ମାଧପୁରସ୍ଥିତ ଅମର ଉଦ୍ୟାନଠାରେ ଆୟୋଜିତ ହେବାକୁଥିବା “ପୁନର୍ବାସ ସୃଜନ ସମ୍ମାନ ଉତ୍ସବ-୨୦୨୪’ରେ ଓଡ଼ିଆର ବରେଣ୍ୟ ସାରସ୍ୱତ ସାଧକମାନଙ୍କ ଦ୍ୱାରା ପାଠକାର୍ପିତ ହେବ। ରାଜ୍ୟର ଅଗ୍ରଣୀ ପୁସ୍ତକ ପ୍ରକାଶନ ସଂସ୍ଥା ‘ଆଦିତ୍ୟ ଭାରତ’ ପ୍ରକାଶନ ଦ୍ୱାରା ପ୍ରକାଶିତ ଏହି କବିତା ସଂକଳନରେ ୩୨ ଗୋଟି ମନୋଜ୍ଞ କବିତା ସନ୍ନିବେଶିତ ହୋଇଛି। ୨୦୧୫ ମସିହାରେ ବିରାଜାଙ୍କ ‘ଅଭିଷେକ ହୃଦୟର’ କବିତା ସଂକଳନ ପ୍ରକାଶର ଦୀର୍ଘବର୍ଷ ପରେ ତାଙ୍କର ଏହି କବିତା ସଙ୍କଳନଟି ପ୍ରକାଶ ପାଇବାକୁ ଯାଉଛି।


Next Post

ବାରୋ ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ , ଜିଲ୍ଲାପାଳଙ୍କ ନିର୍ଦେଶରେ ତଦନ୍ତ କରିବେ ସହକାରୀ ନିବନ୍ଧକ

Fri Nov 29 , 2024
କେନ୍ଦ୍ରାପଡ଼ା,୨୯ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପ୍ରାଥମିକ କୃଷି ସମବାୟ ସମିତିରେ କୋଟି କୋଟି ଟଙ୍କାର ଦୁର୍ନୀତି ହୋଇଥିବା ନେଇ ବାରୋ ପଂଚାୟତର ପୂର୍ବତନ ସରପଂଚ ଭାଗିରଥୀ ଜେନା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ । ବାରୋ ସେବା ସମବାୟ ସମିତିରେ ସମ୍ପାଦକ ଭାବରେ ଥିବା ଶ୍ରୀହର୍ଷ ମହାନ୍ତି ଦୀର୍ଘ ୩୦ବର୍ଷରୁ ଅଧିକ ସମୟ ଧରି ଗୋଟିଏ ସ୍ଥାନରେ ରହି କୋଟି କୋଟି ଟଙ୍କା ହଡପ କରିବା ସହିତ ଅଗଣତାନ୍ତ୍ରିକ […]

KANIKA