ବାଲିଆ ଉଚ୍ଚ ବିଦ୍ୟାଳୟର ପ୍ରାକ୍ତନ ଶିକ୍ଷକ ଜାଗର ରାଉତଙ୍କ ପରଲୋକ


କେନ୍ଦ୍ରାପଡ଼ା,୨୯ା୧୧: କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଭାଗବତପୁର ପଞ୍ଚାୟତର ବାଲିଆ ଉଚ୍ଚ ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିବା ଆଦର୍ଶ ଶିକ୍ଷକ ଜାଗର ରାଉତଙ୍କର ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି । ପ୍ରାୟ ଅର୍ଦ୍ଧଶତାବ୍ଦୀ ବ୍ୟାପୀ ଶିକ୍ଷକତା କରିଥିବା ସ୍ୱର୍ଗତ ରାଉତ ଜଣେ ସମୟାନୁବର୍ତ୍ତିତା, ଛାତ୍ରବତ୍ସଳ ଓ ଆଦର୍ଶ ଶିକ୍ଷକ ଭାବେ ସମଗ୍ର ଅଞ୍ଚଳରେ ସୁନାମ ଅର୍ଜନ କରିଥିଲେ । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ଦୁଇପୁତ୍ର ରାଜକିଶୋର ଓ ଭଞ୍ଜକିଶୋରଙ୍କ ସମେତ ଏକମାତ୍ର କନ୍ୟା ଶିକ୍ଷୟତ୍ରୀ ପଦ୍ମଶ୍ରୀ ରାଉତ ଉପସ୍ଥିତ ଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି । ବିୟୋଗ ଖବର ପାଇ ଯୁବନେତା ରାଜେଶ ପଣ୍ଡା, ବାଲିଆ ବଜାର କମିଟି ସଭାପତି ପ୍ରମୋଦ କୁମାର ସାହୁ, ସଂଗମ କୁମାର ସାମଲ ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ପଟକୁରାସ୍ଥିତ ବାସଭବନରେ ପହଞ୍ôଚ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି ।


Next Post

ବିଶ୍ୱ ପ୍ରାର୍ଥନା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sat Nov 30 , 2024
କେନ୍ଦ୍ରାପଡ଼ା,୨୯ା୧୧: ସାରାବିଶ୍ୱରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦିବସ ପାଳିତ ହେଉଛି । କିନ୍ତୁ ଏପର୍ଯ୍ୟନ୍ତ ପ୍ରାର୍ଥନା ଦିବସ ବିଶ୍ୱସ୍ତରରେ ପାଳିତ ହେବା କିମ୍ବା ୟୁନେସ୍କୋ ପକ୍ଷରୁ ମାନ୍ୟତାପ୍ରାପ୍ତ ହୋଇ ପାରିନଥିବା ଅତ୍ୟନ୍ତ ପରିତାପର ବିଷୟ । ତେଣୁ ଏ ସମ୍ପର୍କରେ କେନ୍ଦ୍ରାପଡାର ଗରାପୁରସ୍ଥିତ ଦିବ୍ୟଜୀବନ ସଂଘ ଶିବାନନ୍ଦ ଆଶ୍ରମର ସନ୍ନ୍ୟାସିନୀ ଶ୍ରୀମା’ ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀଙ୍କ ଉଦ୍ୟମରେ୨୦୧୭ ମସିହାରୁ ଦୀର୍ଘ ୭ବର୍ଷ ଧରି ପ୍ରାର୍ଥନା ଦିବସ […]

KANIKA