ନଦୀରେ ବୁଡି ୩ ବର୍ଷର ଶିଶୁ ପୁତ୍ର ମୃତ



ପଟ୍ଟାମୁଣ୍ଡାଇ ୧/୧୨ – କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଥାନା ଚଉଦକୁଲାଟ ଫାଣ୍ଡି କୂଳସାହ ଗାଁରେ ଏକ ଅଘଟଣ ଘଟିଛି। ନଦୀରେ ବୁଡି ୩ ବର୍ଷର ଶିଶୁପୁତ୍ରଙ୍କର ମୃତ୍ୟୁ ହୋଇଛି। ସେ ହେଲେ ସନ୍ତୋଷ ଆରୁଖଙ୍କ ୩ ବର୍ଷର ପୁଅ କିଷ୍ଣା ଆରୁଖ ବୋଲି ଜଣାପଡିଛି ।ସାଙ୍ଗ ମାନଙ୍କ ସହିତ ଖେଳୁଥିବା ବେଳେ ଅସାବଧାନତା ବଶତଃ ଏହି ଅଘଟଣ ଘଟିଛି  ବୋଲି ଗ୍ରାମବାସୀ କହିଛନ୍ତି ।
ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ଥାନା ପେଣ୍ଠପାଳ ପଂଚାୟତ କୂଳସାହି ଗ୍ରାମର ସନ୍ତୋଷ ଆରୁଖଙ୍କ ପୁଅ କିଷ୍ଣା ରବିବାର ମଧ୍ୟହ୍ନ ସାଢେ ୨ରେ ସାଙ୍ଗ ପିଲାମାନଙ୍କ ସହିତ ଭୋଜି ଖାଇବାକୁ ଯାଇଥିଲେ । ସେଠାରୁ ଭୋଜି ଖାଇ ପିଲାମାନଙ୍କ ସହିତ ଫେରି କୁଳସହି ବ୍ରାହ୍ମଣୀ ନଦୀ ତୁଠ ପାଖରେ  ଖେଳୁଥିବା ବେଳେ ଅସାବଧାନତା କାରଣରୁ ନଦୀକୁ ଖସିପଡିଥିଲେ । ଏହାଦେଖି ସାଙ୍ଗ ମାନେ ଦୌଡି ଯାଜ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ପରିବାର ଲୋକେ ନଦୀ ତୁଠ ପାଖରେ ପହଁଞ୍ଚି କିଷ୍ଣାକୁ ଉଦ୍ଧାର କରି ପଟ୍ଟାମୁଣ୍ଡାଇ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟକୁ ନେଇଥିଲେ । ମାତ୍ର ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପରେ ପଟ୍ଟାମୁଣ୍ଡାଇ ଥାନାକୁ  ଜଣାଥିଲେ। ପୋଲିସ ପହଂଚି ମୃତଦେହ ଜବତ କରି ଏକ ଅପମୃତ୍ୟୁ ମାମଲା ନଂ୨୫/୧/୧୨/୨୦୨୪ ରୁଜୁକରି ତଦନ୍ତ ଚଳାଇଛି। ସୋମବାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି।


Next Post

ଉଦ୍‌ଘାଟିତ ହେଲା ଇକୋ ରିଟ୍ରିଟ , ବେଳାଭୂମିର ମଜା ସହ ମିଳିବ ମିନି ଆମାଜନର ଅନୁଭୂତି

Sun Dec 1 , 2024
କେନ୍ଦ୍ରାପଡା , ୧/୧୨ – ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦେଶ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ଓଡ଼ିଶାକୁ ଆକୃଷ୍ଟ କରିବା ପାଇଁଁ ରବିବାର ଠାରୁ ଆସନ୍ତା ଫେବୃଆରୀ ୨୯ ପର୍ଯ୍ୟନ୍ତ ଇକୋ ରିଟ୍ରିଟ ଫେଷ୍ଟିଭାଲର ଆୟୋଜନ କରାଯାଉଛି। ଓଡ଼ିଶାର ଭିତରକନିକା, ସାତକୋଶିଆ, ହୀରାକୁଦ, ଦାରିଙ୍ଗବାଡି ଓ ପୁତସିଲଠାରେ ପର୍ଯ୍ୟଟନ ବିଭାଗ ପକ୍ଷରୁ ଟେଣ୍ଟ ଘର କରି ଇକୋ ରିଟ୍ରିଟର ଶୁଭାରମ୍ଭ କରାଯାଇଛି। କେନ୍ଦ୍ରାପଡ଼ା ଜିଲା ରାଜନଗର ଭିତରକନିକାର ପେଣ୍ଠ ବେଳାଭୂମିରେ […]

You May Like