ରାଜନଗର ବ୍ଳକ ସରପଂଚ ସଂଘ ବୈଠକ



ରାଜନଗର, ୧/୧୨ – ଆଜି ରାଜନଗର ବ୍ଳକ କଣ୍ଡିରା ପଂଚାୟତ କାର୍ଯ୍ୟାଳୟ ପରିସରରେ ରାଜନଗର ବ୍ଳକ ସରପଂଚ ସଙ୍ଘର ବୈଠକ ଅନୁଷ୍ଠିତ ହୋଇଥିଲା । ସରପଂଚ ସଙ୍ଘର ସଭାପତି ଅଶୋକ କୁମାର ମହାନ୍ତିଙ୍କ ପୌରହିତରେ ଆୟୋଜିତ ଏହି ବୈଠକରେ କେନ୍ଦ୍ରାପଡା ଜିଲ୍ଲା ସରପଂଚ ସଙ୍ଘର ସଭାପତି ଚାମିଲି ଓଝା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସରପଂଚ ମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଏନେଇ ରାଜ୍ୟ ସଂଘକୁ ଜଣାଇବେ ବୋଲି କହିଥିଲେ । ଏହି ବୈଠକରେ ସରପଂଚ ନିରଞ୍ଜନ ରାଉତ,କୈଳାସ ଚନ୍ଦ୍ର ପରିଡା,ଗୋଲେଖ ଚନ୍ଦ୍ର ସ୍ୱାଇଁ,ନନ୍ଦ ଦୁଲାଲ ପରିଡ଼ା,ସମୀର ସେଠୀ, ଚିତ ରଞ୍ଜନ ପଣ୍ଡା,ଅନୀଲ ଲେଙ୍କା, ସୁଶ୍ରୀ ସଂଗୀତା ମହାପାତ୍ର,ଶୈଳେନ୍ଦ୍ର ମିଶ୍ର, ଇତିଶ୍ରୀ ମହାପାତ୍ର,ବୀଣାପାଣି ପ୍ରଧାନ, ହେମଲତା ମାହୁନ୍ତ,ପୁଷ୍ପ ଲତା ପ୍ରଧାନ, ସୁରେଖା ପ୍ରଧାନ,ରାଣୀ ମଞ୍ଜରୀ ସେଠୀ,ପ୍ରସନ୍ନ କୁମାର ପରିଡ଼ା ପ୍ରମୁଖ ଉପସ୍ଥିତ ରହି ନିଜର ମତ ଦେଇଥିଲେ ।