ଅଗ୍ନି କାଣ୍ଡରେ ଘର ପୋଡି ସହିତ ୩ ଗାଈ ୨ ବାଛୁରୀ ମୃତ



ରାଜନଗର, ୧/୧୨ ଭାସ୍କର ରାଉତରାୟ- ରାଜନଗର ବ୍ଲକ ରଂଗଣୀ ଗ୍ରାମ ପଂଚାୟତ ଅନ୍ତର୍ଗତ ପଟ୍ଟାପାରିଆ ଗ୍ରାମରେ ଗତକାଲି ରାତିରେ ପ୍ରଦୀପ ସେନାଙ୍କ ଗୁହାଳରେ ଆକସ୍ମିକ ଅଗ୍ନିକାଣ୍ଡ ଘଟି ଗୁହାଳ ଘର ସମେତ ୩ଟି ଗାଈ ଓ ୨ଟି ମାଈ ବାଛୁରୀ ପୋଡିହୋଇ ମୃତ୍ୟୁ ବରଣ କରିଛନ୍ତି । ସେହିପରି ରାଜନଗର ବ୍ଲକ୍ ଇଶ୍ୱରପୁର ଗ୍ରାମ ପଂଚାୟତ ଦିଘୀ ଗ୍ରାମର ଭୂମିହୀନ ଅଧିବାସୀ ଧନେଶ୍ୱର ସ୍ୱାଇଁଙ୍କ ଘର କୌଣସି କାରଣ ବସତ ଅଗ୍ନିକାଣ୍ଡ ଘଟି ଧନେଶ୍ୱର ଘର ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି । ଧନେଶ୍ୱରଙ୍କ ପିନ୍ଧା ଲୁଗା ଛଡା ଘରର ସମସ୍ତ ଧନ ,ଚାଉଳ ଆସବାବପତ୍ର ପୋଡି ପାଉଁଶ ହୋଇଯାଇଛି । ଏ ସମ୍ପର୍କରେ ସୂଚନା ପାଇ ରାଜନଗର ବିଧାୟକ ଧ୍ରୁ୍ୱବ ସାହୁ ବିପନ୍ନ ପରିବାର ନିକଟରେ ପହଂଚି ସମବେଦନା ଜଣାଇବା ସହତ ଆର୍ôଥକ ସହାୟତା ଯୋଗାଇଦେବା ସହ ସରକାରୀ ସହାୟତା ସମ୍ବନ୍ଧରେ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଅଗ୍ନି ବିପନ୍ନ ପରିବାର ଏବେ ପାଖ ପଡିଶା ଘରେ ଆଶ୍ରୟ ନେଇଛନ୍ତି ।


Next Post

ପଟ୍ଟାମୁଣ୍ଡାଇ ବ୍ଲକ କନିଷ୍ଠ ଶିକ୍ଷକ ସଂଘ କର୍ମକର୍ତା ନିର୍ବାଚନ

Sun Dec 1 , 2024
ପଟ୍ଟାମୁଣ୍ଡାଇ ୧/୧୨ -ପଟ୍ଟାମୁଣ୍ଡାଇ ବ୍ଲକରେ ନୂତନ ଭାବେ ନିଯୁକ୍ତି ପାଇଥିବା କନିଷ୍ଠ ଶିକ୍ଷକମାନଙ୍କ (ଚୁକ୍ତିଭିତିକ) ଏକ ବୈଠକ ବେଲତଳ ପ୍ରକଳ୍ପ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ନବ ନିଯୁକ୍ତ କନିଷ୍ଠ ଶିକ୍ଷକମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇଥିଲା । କନିଷ୍ଠ ଶିକ୍ଷକଙ୍କ ବିଭିନ୍ନ ସମସ୍ୟା ସମାଧାନ ଓ ଦାବୀ ହାସଲ ପାଇଁ ସଂଘ ଗଠନ କରିବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତି ନିଆଯାଇଥିଲା । ସଂଘର […]

You May Like