ଜିଲ୍ଲା ସ୍ତରୀୟ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ, ଭିନ୍ନକ୍ଷମମାନେ କାହାର ଦୟାର ପାତ୍ର ନୁହନ୍ତି



କେନ୍ଦ୍ରାପଡ଼ା,୩ା୧୨: କେନ୍ଦ୍ରାପଡାରେ ଏକ ଜିଲ୍ଲାସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପୈାରସଂସ୍ଥା ଟାଉନ ହଲ ପରିସରରେ ଖୁବ ଧୁମଧାମ ସହ ପାଳନ ହୋଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ସକାଳ ୯ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରୁ ଏକ ସଚେତନତା ରଥ ଓ ପଦଯାତ୍ରା ବାହାରି ସହର ପରିକ୍ରମା କରି ପୈାରସଂସ୍ଥା ଟାଉନ ହଲରେ ପହଞ୍ଚିଥିଲା । କେନ୍ଦ୍ରପଡା ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ ଓ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ଭିନ୍ନକ୍ଷମ ଓ ସାଧାରଣ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏହି ଶୋଭାଯାତ୍ରାରେ ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇଥିଲେ। ଏହି ଶୋଭାଯାତ୍ରାରେ ୩ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ/ଜନସାଧାରଣ ଯୋଗ ଦେଇଥିଲେ। ମୁଖ୍ୟଅତିଥି ଭାବେ ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଉପଜିଲ୍ଲାପାଳ ରବିନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁ, ନେହେରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ତିରୁପତି ରେଡି, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଭିନ୍ନକ୍ଷମମାନଙ୍କ ଅଧିକାର ଓ ସରକାରୀ ଯୋଜନା ବିଷୟରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ ରୂପାଲୀ ପ୍ରିୟଦର୍ଶିନୀ ପ୍ରାଞ୍ଜଳ ଭାବେ ଅବଗତ କରାଇଥିଲେ। ସଂଗୀତଗୁରୁ କଳାକାର ପଣ୍ଡାଙ୍କ ନେତୃତ୍ୱରେ ପୌରସଂସ୍ଥା ଦୃଷ୍ଟିବାଧିତ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆବାହନୀ ସଙ୍ଗୀତ ଓ ଭାବଗ୍ରାହୀ କଳାନିକେତନର ବିମଲ କୁମାର ପରିଡାଙ୍କ ନେତୃତ୍ୱରେ “ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ” ଗାନ କରାଯାଇଥିଲା । ପଲ୍ଲିଶ୍ରୀ ମହିଳା ସମିତିର ଅଲିଭା ଓ ସାଥିମାନେ ନୃତ୍ୟ ପରିବେଷଣ କରିଥିଲେ। ଅତିଥିମାନେ ଭିନ୍ନକ୍ଷମମାନଙ୍କ ପାଇଁ ଥିବା ବିଭିନ୍ନ ସରକାରୀ ଯୋଜନା, ଅଧିକାର ଓ ସୁବିଧା ସୁଯୋଗ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ନିଜର କର୍ତ୍ତବ୍ୟ ଭାବି ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ। ନିମାଇଁ ଚରଣ ମାନସିକ ଅନଗ୍ରସର ସ୍ୱତନ୍ତ୍ର ବିଦ୍ୟାଳୟ ଅଧ୍ୟକ୍ଷ ସ୍ୱପ୍ନାଂଶୁ କୁମାର ଦାସ ଅତିଥି ପରିଚୟ ପ୍ରଦାନ ସହ ସ୍ୱଗତ ଭାଷଣ ପ୍ରଦାନ କରିଥିଲେ। ପଲ୍ଲୀଶ୍ରୀ ମହିଳା ସମିତି, ସମସ୍ତ ସ୍ୱତନ୍ତ୍ର ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଭିନ୍ନ ଭିନ୍ନ ପ୍ରକାରର ନୃତ୍ୟ ପରିବେଷଣ କରିଥିଲେ, ଏହା ଅତ୍ୟନ୍ତ ଆକର୍ଷଣୀୟ ଓ ହୃଦୟସ୍ପର୍ଶୀ ହୋଇଥିଲା। ମୁଖ୍ୟଅତିଥି ଓ ସମସ୍ତ ଅତିଥିମାନଙ୍କ ଦ୍ୱାରା ସ୍ୱତନ୍ତ ବିଦ୍ୟାଳୟ ସ୍ତରୀୟ କ୍ରୀଡା ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା କୃତି ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ଓ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବ୍ଲକ ସ୍ତରୀୟ ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀ, ସ୍ୱତନ୍ତ୍ର ବିଦ୍ୟାଳୟର କର୍ମଚାରୀ, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ କେନ୍ଦ୍ର ଓ ଜିଲ୍ଲା କାର୍ଯ୍ୟ।ଳୟର ସମସ୍ତ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିଥିଲେ। ପରିଶେଷରେ କେନ୍ଦ୍ରାପଡା ସଦର ମହକୁମା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ବେହୁରା ଧନ୍ୟବାଦ ଜ୍ଞାପନ କରିଥିଲେ ।


Next Post

ପଟ୍ଟାମୁଣ୍ଡାଇ କଲେଜରେ ୟୁଥ ରେଡକ୍ରସ ଜିଲ୍ଲା ପ୍ରଶିକ୍ଷଣ ଶିବିର

Tue Dec 3 , 2024
ପଟ୍ଟାମୁଣ୍ଡାଇ ୩/୧୨ -ପଟ୍ଟାମୁଣ୍ଡାଇ କଲେଜରେ ୟୁଥ ରେଡକ୍ରସ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ୩ଦିନ ବ୍ୟାପି ଆୟୋଜିତ ପ୍ରଶିକ୍ଷଣ ଶିବିରକୁ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁ ଉଦଘାଟନ କରିଥିଲେ । ଏଥିରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ ମୁଖ୍ୟଅତିଥି,ୱାଇଆରସି ସଂଯୋଜକ ରତ୍ନାକର ସେଠୀ, ଆବାହକ ବିକାଶ ନାୟକ ଓ କାଉନସେଲର ଅଧ୍ୟାପକ ସରୋଜ […]

KANIKA