ପଟ୍ଟାମୁଣ୍ଡାଇ କଲେଜରେ ୟୁଥ ରେଡକ୍ରସ ଜିଲ୍ଲା ପ୍ରଶିକ୍ଷଣ ଶିବିର



ପଟ୍ଟାମୁଣ୍ଡାଇ ୩/୧୨ -ପଟ୍ଟାମୁଣ୍ଡାଇ କଲେଜରେ ୟୁଥ ରେଡକ୍ରସ ପକ୍ଷରୁ ଏକ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ୩ଦିନ ବ୍ୟାପି ଆୟୋଜିତ ପ୍ରଶିକ୍ଷଣ ଶିବିରକୁ ପଟ୍ଟାମୁଣ୍ଡାଇ କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ କୁମାର ଭୂୟାଁ ଉଦଘାଟନ କରିଥିଲେ । ଏଥିରେ କେନ୍ଦ୍ରାପଡ଼ା ସ୍ୱୟଂ ଶାସିତ କଲେଜ ଅଧ୍ୟକ୍ଷ ପ୍ରଫେସର ଅଭିଜିତ ବୋଷ ମୁଖ୍ୟଅତିଥି,ୱାଇଆରସି ସଂଯୋଜକ ରତ୍ନାକର ସେଠୀ, ଆବାହକ ବିକାଶ ନାୟକ ଓ କାଉନସେଲର ଅଧ୍ୟାପକ ସରୋଜ ନାୟକ ଆଇ କ୍ୟୁଏସି ସଂଯୋଜକ ଡ଼ ସୁନୀଲ ପ୍ରଧାନ ସମ୍ମାନିତଅତିଥି ଭାବେ ଯୋଗ ଦେଇ ୟୁଥ ରେଡକ୍ରସର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଉଦଯାପନୀ ଉତ୍ସବରେ ପରିବେଶବିତ ବିରଜା ପତି, ପ୍ରଫେସର ଦିଲ୍ଲୀପ ଭୂୟାଁ,ପ୍ରଫେସର ଅଭିଜିତ ବୋଷ,ରତ୍ନାକର ସେଠୀ, ବିକାଶ ନାୟକ, ସରୋଜ ନାୟକ, ଡ଼ ସୁନୀଲ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏଡ଼ସ ସଚେତନତା, ସଡ଼କ ସୁରକ୍ଷା, ଯୋଗ, ପ୍ରାକୃତିକ ବିପର୍ଯ୍ୟୟ, ସାଇବର ସିକ୍‌ଯୁରିଟି,ସ୍ୱଚ୍ଛ ଭାରତ, ୟୁଥ ଲିଡରସିପ,ଜଳବାୟୁ ପରିବର୍ତନ, ମହିଳା ସଶକ୍ତିକରଣ, ନିଶା ନିବାରଣ ସମ୍ପର୍କରେ ଶିକ୍ଷାଦାନ କରିଥିଲେ । ଏଇ ଅବସରରେ ପ୍ରବନ୍ଧ, ନୃତ୍ୟ, ସଂଗୀତ, ସାଧାରଣ ଜ୍ଞାନ, ଚିତ୍ରାଙ୍କନ ପ୍ରତିଯୋଗିତା କରାଯାଇଥିଲା । ଏହି ଶିବିରରେ ପ୍ରଶିକ୍ଷକ ଭାବେ ହିମାଂଶୁ ଭୂଷଣ ପରିଡା, ମଧୁସୂଦନ ଦାଶ, ବିକାଶ ନାୟକ, ବିରଜା ପତି, ସୁନୀଲ ପ୍ରଧାନ, ରାଜଶ୍ରୀ ସାମନ୍ତ, ସୁମନ୍ତ ରାଉତ, ରତ୍ନାକର ସେଠୀ, ଗୋକୁଳ ଚରଣ ଦାଶ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କଲେଜର ୩୦କାଉନସେଲର ଓ ୧୫୩ଜଣ ସ୍ୱେଛାସେବୀ ଯୋଗ ଦେଇ ତାଲିମ ନେଇଥିଲେ । ୩ଦିନ ବ୍ୟାପି ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ କାଉନସେଲର ରଞ୍ଜନ ରଥ, ମନୋରଞ୍ଜନ ଦାଶ, ପ୍ରଶାନ୍ତ ବେହେରା, ସୁବାଷ କର,ଗାୟତ୍ରୀ ସାହୁ, ସଂଗ୍ରାମ ବିହାରୀ,ଶୁଭେନ୍ଦୁ ବେହୁରିଆ, ପ୍ରଭାତ ଦାସ ଦୋଳଗୋବିନ୍ଦ ନାୟକ, ଅନାଦି ବେହେରା, ଦିଲ୍ଲୀପ ମହାପାତ୍ର, କ୍ଷୀରୋଦ ସ୍ୱାଇଁ, ସମୀର ସେଠୀ, ହରେକୃଷ୍ଣ ବାରିକ, ଦୀପ୍ତିପ୍ରଭା ସେଠୀ, ବିଜୟଲଷ୍ମୀ ସ୍ୱାଇଁ,ସୁଶାନ୍ତ ବିଶ୍ୱାଳ, ସୁଜାତା ସ୍ୱାଇଁ ଯୋଗ ଦେଇ ତାଲିମ ପ୍ରଦାନରେ ସହଯୋଗ କରିଥିଲେ ଓ ଏହି କାର୍ଯ୍ୟକ୍ରମକୁ ପଟ୍ଟାମୁଣ୍ଡାଇ କଲେଜର ଅଧ୍ୟାପକ ସୁଭାଶିଷ ମିଶ୍ର, ଜିତେନ୍ଦ୍ର ମଲ୍ଲିକ ଆରଏନ ମଧୁସ୍ମିତା ପରିଡା, ନିର୍ମଳ ସାହୁ, ଆଲୋକ ସାହୁ ପ୍ରମୁଖ ପରିଚାଳନା କରିଥିବାବେଳେ ଅମିତ ସାହୁ, ଚିନ୍ମୟ ସାମଲ,ଦେବସ୍ମିତା ପ୍ରଧାନ ପ୍ରମୋଦ ପରିଡା ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।


Next Post

ପାବନ କ୍ଷେତ୍ରରେ ଦେବ ଦୀପାବଳି ଉତ୍ସବ

Tue Dec 3 , 2024
କେନ୍ଦ୍ରାପଡା,୩ା୧୨: ସନ୍ଧ୍ୟାରେ କୋରୋସ୍ଥିତ ପାବନ କ୍ଷେତ୍ରରେ ଥିବା ଶ୍ରୀ ଜଗନ୍ନାଥ ମନ୍ଦିରରେ ଦେବ ଦୀପାବଳି ଉତ୍ସବ ଯଥାବିଧି ପାଳିତ ହୋଇଯାଇଛି । ମନ୍ଦିର ପରିଚାଳନା ସମିତିର ସଂପାଦକ ସୀତାକାନ୍ତ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭାବଗ୍ରାହୀ କଳା ନିକେତନ ତଥା ରେଡିଓ ଭାବଗ୍ରାହୀର ପ୍ରତିଷ୍ଠାତା ସଂଗୀତ ନିର୍ଦ୍ଦେଶକ ବିମଳ ପ୍ରସାଦ ପରିଡା ଯୋଗଦେଇ ଦେବ ଦୀପାବଳିର ତାତ୍ପର୍ଯ୍ୟ ସଂପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ […]

KANIKA