ବିଶ୍ବ ଭିନ୍ନକ୍ଷମ ଦିବସ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ


ପଟ୍ଟାମୁଣ୍ଡାଇ ୫/୧୨ଅନ୍ତର୍ନିବେଶୀ ଶିକ୍ଷା କେନ୍ଦ୍ରର ଆୟୋଜିତ ବିଶ୍ବ ଭିନ୍ନକ୍ଷମ ଦିବସ ଓ ପରିବେଶ ସଚେତନତା କାର୍ଯ୍ୟକ୍ରମ କଷଣଅଣ୍ଟା ହାଇସ୍କୁଲ ଠାରେ ମହାସମାରୋହ ରେ ପାଳିତ ହୋଇଯାଇଅଛି। ପଟ୍ଟାମୁଣ୍ଡାଇ ପୈାରାଧ୍ୟକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ ଉଦଘାଟନ କରିଥିଲେ । ସି ଆର ସି ସି ମଳୟ ଜେନାଙ୍କ ସଂଯୋଜନାରେ ଆୟୋଜିତ ଉତ୍ସବରେ କବି ସଚ୍ଚିତ୍ର କୁମାର ବେହୁରା ମୁଖ୍ୟବକ୍ତା ଓ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ କଥାକାର ପ୍ରଦୀପ ନାୟକ, ବି ଆର ସି ସି ଚନ୍ଦ୍ରଶେଖର ତ୍ରିପାଠୀ,ଏ ବି ଇ ଓ ସୁନିତୀ ଦାଶ ଓ ପ୍ରେମବାଳା ମହାପାତ୍ର, ଶିକ୍ଷାବିତ ସୁରେଶ ଜେନା ଅଶୋକ ପରିଡା, ରଞ୍ଜିତ ନାୟକ,‌ ଜୁଲାଦିନ୍ ସେଠୀ, ବ୍ରଜକିଶୋର ଦାଶ ଯୋଗ ଦେଇ ଭିନ୍ନକ୍ଷମ ଦିବସର ତାତ୍ପର୍ଯ୍ୟ ଓ ଭିନ୍ନକ୍ଷମ ମାନଙ୍କ ପାଇଁ ସରକାରୀ ସହାୟତା ସମ୍ପର୍କରେ ଆଲୋକପାତ କରିଥିଲେ । ସି ଆର ସି ସି ରଞ୍ଜନ କୁମାର ସାହୁ ସ୍ୱାଗତଭାଷଣ ଓ ଅତିଥିପରିଚୟ ପ୍ରଦାନ କରିଥିଲେ । ଏଇ ଅବସରରେ ଆୟୋଜିତ ସଚେତନତା ରାଲିରେ ସମଗ୍ର ବ୍ଲକରୁ ଆସିଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀମାନେ ଭାଗନେଇ ସଙ୍ଗୀତ, ସ୍ଲୋଗାନ ଦେଇ ସଚେତନତା ସୃଷ୍ଟି କରିଥିଲେ । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ। ଏଥି ସହିତ ଚିତ୍ରାଙ୍କନ, କୌତୁକ ଚେୟାର,ସଙ୍ଗୀତ,ନୃତ୍ୟ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।‌ ଶେଷରେ ପ୍ରଦୀପ କୁମାର ତରାଇ ଧନ୍ୟବାଦ ଦେଇଥିଲେ।


Next Post

ଗୋଟିଏ ସ୍ଥାନରେ କୁଣ୍ଡଳି ମାରି ବସିରହିଛନ୍ତି ବହୁ ଅଧିକାରୀ : ଅଜବ ନୀତିରେ ଚାଲିଛି ଅଧିକାରୀଙ୍କ ବଦଳି, ଡେପୁଟେଶନ

Thu Dec 5 , 2024
ପଟ୍ଟାମୁଣ୍ଡାଇ ୫/୧୨ -ରାଜ୍ୟ ସରକାରଙ୍କ ନିୟମାନୁସାରେ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଗୋଟିଏ ସ୍ଥାନରେ ମାତ୍ରାଧିକ ୩ବର୍ଷ କାର୍ଯ୍ୟ କରିପାରିବେ । ୩ବର୍ଷ ପରେ ତାଙ୍କର ଅନ୍ୟ ସ୍ଥାନକୁ ବଦଳି ହୋଇଥାଏ । ଫଳରେ ସରକାରୀ ଦପ୍ତରରେ ଦୁର୍ନୀତି କମିବା ଠାରୁ ପରିଚାଳନା କାର୍ଯ୍ୟ ସନ୍ତୁଳନ ରୁଏ। ହେଲେ କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ଏଥିରେ ସମ୍ପୂର୍ଣ୍ଣ ବ୍ୟତିକ୍ରମ ଦେଖା ଦେଇଛି । ଗତ କିଛିଦିନ ତଳେ […]

KANIKA