ପୋଲିସ ସୁରକ୍ଷା ବଳୟରେ ବିଦାୟ ନେଲେ ବିବାଦୀୟ କେନ୍ଦ୍ରାପଡା ବିଡିଓ



କେନ୍ଦ୍ରାପଡ଼ା,୬ା୧୨: ପୂର୍ବରୁ ଅଣ୍ଡାମାଡ଼ କରାଯାଇଥିବା ଚର୍ଚ୍ଚିତ ତଥା ବିବାଦୀୟ କେନ୍ଦ୍ରାପଡା ବ୍ଲକ ବିଡିଓ ବନ୍ଦନା ଖଟୁଆ ସଂପୂର୍ଣ୍ଣ ପୋଲିସ ସୁରକ୍ଷା ବଳୟ ଭିତରେ ଶୁକ୍ରବାର କେନ୍ଦ୍ରାପଡ଼ା ବ୍ଲକ କାର୍ଯ୍ୟାଳୟ ପରିତ୍ୟାଗ କରିଛନ୍ତି। ପୁନର୍ବାର ତାଙ୍କୁ ଅଣ୍ଡାମାଡ଼ କରାଯିବାର ଆଶଙ୍କା କରି ସେ ପୋଲିସ ସୁରକ୍ଷା ଲୋଡିଥିଲେ। ଫଳରେ କେନ୍ଦ୍ରାପଡ଼ା ବ୍ଲକ ପରିସରରେ ପୋଲିସ ସୁରକ୍ଷା ବଳ ମୁତୟନ ହୋଇଥିଲେ। କେନ୍ଦ୍ରାପଡ଼ା ଟାଉନ୍ ଥାନା ପକ୍ଷରୁ ପୂର୍ବାହ୍ଣ ୧୧ଟାରୁ କେନ୍ଦ୍ରାପଡ଼ା ବ୍ଲକ ପରିସରରେ ପୋଲିସ ସୁରକ୍ଷା ବଳ ମୃତୟନ ହୋଇଥିଲେ। ଫଳରେ ବିବାଦୀୟ ବିଡିଓଙ୍କ ବିରୋଧୀ ଗୋଷ୍ଠୀ ଅଣ୍ଡାମାଡ଼ କରି ପାରି ନଥିଲା। ତେଣୁ କୌଣସି ଅପ୍ର୍ରୀତିକର ପରିସ୍ଥିତିର ସମ୍ମୁଖୀନ ନହୋଇ ବିଡିଓ ଶ୍ରୀମତୀ ଖଟୁଆ କେନ୍ଦ୍ରାପଡ଼ା ବ୍ଲକ ଛାଡିଛନ୍ତି। ବଦଳି ହୋଇ ଆସିଥିବା ସୁକିନ୍ଦା ବ୍ଲକର ବିଡିଓ ଅଭିଷେକ ସ୍ୱାଇଁ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ବିଡିଓ ଶ୍ରୀମତୀ ଖଟୁଆ ନୂତନ ବିଡିଓ ଶ୍ରୀ ସ୍ୱାଇଁଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଥିବା ଜଣାପଡିଛି। ବିଡିଓ ଶ୍ରୀ ସ୍ୱାଇଁଙ୍କୁ କାର୍ଯ୍ୟାଳୟର କର୍ମଚାରୀମାନେ ପୁଷ୍ପଗୁଛ ପ୍ରଦାନ କରି ସ୍ୱାଗତ ସମ୍ପର୍ଦ୍ଧନା ଜ୍ଞାପନ କରିଥିଲେ।

 

 


Next Post

ସଡକ ଦୂର୍ଘଟଣାରେ ଜଣେ ମୃତ

Fri Dec 6 , 2024
କେନ୍ଦ୍ରାପଡ଼ା,୬ା୧୨: କେନ୍ଦ୍ରାପଡା ନିକିରାଇ ଥାନା ଅନ୍ତର୍ଗତ କଟକ-ଚାନ୍ଦବାଲି ରାଜ୍ୟ ରାଜପଥର ବାରୋ ଠାରୁ ପଥରକଣୀ ରାସ୍ତାରେ ଏକ ସଡକ ଦୂର୍ଘଟଣା ଘଟି ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଅନ୍ତର୍ଗତ ପୈାରାଞ୍ଚଳ ଅଧିନ ୧୧ନମ୍ବର ୱାର୍ଡର ଅଧିବାସୀ ସେକ ତଇ ତୁଲ୍ଲା(୫୩) ବୋଲି ଜଣାପଡିଛି । ସୂଚନା ଅନୁଯାୟୀ ଶୁକ୍ରବାର ସନ୍ଧ୍ୟା ୬ ଟା […]

KANIKA