ଆମ୍ବେଦକରଙ୍କ ୬୯ତମ ମହାପରାୟଣ ଦିବସ



ପଟ୍ଟାମୁଣ୍ଡାଇ ତା ୬/୧୨ -ଆମ୍ବେଦକର ସ୍ମୃତି ସଂସଦ ପକ୍ଷରୁ ସମ୍ବିଧାନ ପ୍ରଣେତା ଡ଼ ଭି ଆର ଆମ୍ବେଦକରଙ୍କ ୬୯ତମ ମହାପରାୟଣ ଦିବସ ପାଳିତ ହୋଇଯାଇଛି । ସ୍ମୃତି ସଂସଦ ସଭାପତି ବାରେଣୀ ସେଠୀଙ୍କ ପୌରହିତ୍ୟରେ ସ୍ଥାନୀୟ ବାଇପାସ ଠାରେ ଆୟୋଜିତ ସ୍ମୃତି ସଭାରେ ପଟ୍ଟାମୁଣ୍ଡାଇ ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ କଲେଜ ପ୍ରାକ୍ତନ ଅଧକ୍ଷ ପ୍ରଫେସର ଦେବବ୍ରତ ପ୍ରଧାନ ମୁଖ୍ୟବକ୍ତା,ବିକାଶ ପରିଷଦ ସମ୍ପାଦକ ଗୋପୀନାଥ ତ୍ରିପାଠୀ, ଇଂ ତପନ କୁମାର ପାତ୍ର,କାଉନସିଲର ମଳୟ ଓଝା, ଓ ସୁବାଷ ମଲିକ ପ୍ରମୁଖ ସମ୍ମାନିତଅତିଥି ଭାବେ ଯୋଗ ଦେଇଥିଲେ । ସଭା ଆରମ୍ଭରେ ବାଇପାସ ଛକ ଠାରେ ଥିବା ଆମ୍ବେଦକର ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ସ୍ମୃତି ସଂସଦ ସମ୍ପାଦକ ଗୋପୀବଲ୍ଲଭ ନାୟକ ସ୍ୱାଗତଭାଷଣ ସହ ବିବରଣୀ ପାଠ କରିଥିଲେ । ଦଳିତ ନେତା ଦିଲ୍ଲୀପ ମଲିକ, ପ୍ରଭାତ ମଲିକ,ଉତମ ମଲିକ,ମଳୟ ମଲିକ ଅନିରୁଦ୍ଧ ମଲିକ,ସେକ ଜାକିର ହୁସେନ,ସେକ ମଦାନୀ,ପ୍ରଶାନ୍ତ ସ୍ୱାଇଁ ଓ ରବୀନ୍ଦ୍ର ପାତ୍ର ପ୍ରମୁଖ ଯୋଗ ଦେଇ ଆମ୍ବେଦକରଙ୍କ ସ୍ମୃତି ଚାରଣ କରିଥିଲେ ।