
ପଟ୍ଟାମୁଣ୍ଡାଇ ତା ୬/୧୧- ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ବିଭାଗ ଓ କେନ୍ଦ୍ରାପଡ଼ା କଲେଜ ରସାୟନ ବିଜ୍ଞାନ ବିଭାଗ ମିଳିତ ଆନୁକୂଲ୍ୟରେ “ଆକାଡେମିଆ ଇଣ୍ଡଷ୍ଟ୍ରି ଇଣ୍ଟରଫେସ ଓ ସସଷ୍ଟେନବୁଲ ଏନଭିରନମେଣ୍ଟ ” ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟରେ ଆୟୋଜିତ ଆଲୋଚନାଚକ୍ରରେ ଝାଡ଼ଖଣ୍ଡ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପୂର୍ବତନ ଉପକୁଳପତି ଓ ବର୍ତମାନର ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ ରତନ କୁମାର ଦେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଗବେଷଣାଗାର ଓ ଶିଳ୍ପ ମଧ୍ୟରେ ବିଭିନ୍ନ ରାସାୟନିକ ପଦାର୍ଥ ତିଆରିର ଉତପ୍ରେରକର ଭୂମିକା ବିଷୟରେ ଆଲୋକପାତ କରିଥିଲେ । ରେଭେନ୍ସା ବିଶ୍ୱବିଦ୍ୟାଳୟ ରସାୟନ ବିଜ୍ଞାନ ବିଭାଗ ଡ଼ ଏସ କେ ଭରଦ୍ୱାଜ ମୁଖ୍ୟବକ୍ତା ଭାବେ ଯୋଗ ଦେଇ ବୈଦ୍ୟୁତିକ ଉତପ୍ରେରକ ବ୍ୟବହାର ଓ ପରିବେଶ ସନ୍ତୁଳନ କ୍ଷେତ୍ରରେ ତାର ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଶାସନ କ୍ଷମତା ଓ ସାଧାରଣ ନିୟକ ବିଭାଗ ବରିଷ୍ଠ ଅଧ୍ୟାପକ ଡ଼ ରାଜଶ୍ରୀ ପାଢ଼ୀ ଅନଲାଇନରେ ଶିଳ୍ପ ଓ ଶିକ୍ଷାନୀତି ୨୦୨୦ ସମ୍ପର୍କରେ ଆଲୋଚନା କରିଥିଲେ । ଷ୍ଟୁଆର୍ଟ ବିଜ୍ଞାନ କଲେଜ ରସାୟନ ବିଜ୍ଞାନ ଅଧ୍ୟାପକ ଡ଼ ତନୁଶ୍ରୀ ପଟନାୟକ ଅନ୍ୟତମ ବକ୍ତା ଭାବେ ଯୋଗ ଦେଇ ଜୈବ ଇନ୍ଧନର ଉପଯୋଗୀତା ପରିବେଶ ପ୍ରଦୂଷଣ ରୋକିବା କ୍ଷେତ୍ରରେ ଥିବା ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । କେନ୍ଦ୍ରାପଡ଼ା କଲେଜ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ ଗିରିଜା ପ୍ରସାଦ ମିଶ୍ର କାର୍ବୋ ସୁଗାର ପ୍ରତିବନ୍ଧକ ବ୍ୟବହାର କରି ବିଭିନ୍ନ ରାସାୟନିକ ଓ ଯୌଗିକ ତିଆରି ପଦ୍ଧତିର ପରିବେଶ ଉପରେ ପ୍ରଭାବ ସମ୍ପର୍କରେ ଆଲୋଚନା କରିଥିଲେ । ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପକ ଆକାଶ ପଣ୍ଡା, ପ୍ରିତମ କର, ସ୍ନେହାଶିଷ ମିଶ୍ର, ବିବେକାନନ୍ଦ ସ୍ୱାଇଁ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ପଟ୍ଟାମୁଣ୍ଡାଇ କଲେଜ ରସାୟନ ବିଜ୍ଞାନ ବିଭାଗ ମୁଖ୍ୟ ଡ଼ ଦୁଃଶାସନ ପରିଡା ସ୍ୱାଗତଭାଷଣ ଓ ସଂଯୋଜକ ଡ଼ ଫକୀର ପ୍ରଧାନ ଅତିଥିପରିଚୟ ପ୍ରଦାନ କରିଥିଲେ । ପ୍ରାଧ୍ୟାପକ ଡ଼ ସୁନୀଲ ପ୍ରଧାନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ। ପଟ୍ଟାମୁଣ୍ଡାଇ କଲେଜର ପ୍ରାଧ୍ୟାପକ କ୍ୟାପଟେନ ମନୋଜ ପରିଡା, ରଂଜିତ ସେନାପତି, ଡ଼ ଅଞ୍ଜଳି ଦାଶ ଡ଼ ରମେଶ କୁମାର ସାହୁ, ପ୍ରମୋଦ ସ୍ୱାଇଁ, ବୈକୁଣ୍ଠ ରାଉଳ,ସର୍ବେଶ୍ୱର ସାହୁ ଅଧ୍ୟାପକ ଅରବିନ୍ଦ ପାଣ୍ଡଵ ସରୋଜିନୀ ମିଶ୍ର ଜିତେନ୍ଦ୍ର ମଲ୍ଲିକ ସରୋଜ ନାୟକ, ପ୍ରଦ୍ୟୁମ୍ନ ପ୍ରଧାନ, ସୁଭାଶିଷ ମିଶ୍ର, ସରୋଜ ନାୟକ, ଅମିତ ସାହୁ,ଚିନ୍ମୟ ସାମଲ, ନିବେଦିତା ନାୟକ, ନିବେଦିତା ପ୍ରଧାନ, ସୀମାଙ୍ଗିନୀ ଦାସ, ଗଣେଶ୍ୱର ଦାସ,ଗୋକୁଳ ଦାସ, ବିଶ୍ୱନାଥ ଦାସ ପ୍ରମୁଖ ବହୁ ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ । ଶେଷରେ ରସାୟନ ବିଜ୍ଞାନ ବିଭାଗ ଅଧ୍ୟାପକ ରଞ୍ଜନ କୁମାର ଗାହାଣ ଧନ୍ୟବାଦ ଦେଇଥିଲେ । ଏହି ରାଜ୍ୟ ସ୍ତରୀୟ ଆଲୋଚନାଚକ୍ରରେ ମହାକାଳପଡା କଲେଜ ରସାୟନ ବିଜ୍ଞାନ ମୁଖ୍ୟ ସୁଶୀଲ ସାହୁ,ଆଳି କଲେଜର ହର ପ୍ରସାଦ ରଥ,କୋରୁଆ କଲେଜର ସରୋଜ ସ୍ୱାଇଁ,ଚାନ୍ଦୋଳ କଲେଜର ମାନସ ଦାସ,ଇନ୍ଦୁପୁର କଲେଜର ରମେଶ ନାୟକ ପ୍ରମୁଖ ଜିଲ୍ଲାର ବିଭିନ୍ନ କଲେଜର ରସାୟନ ବିଜ୍ଞାନ ଅଧ୍ୟାପକ ଅଧ୍ୟାପିକାମାନେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।










