କୁରାଳ ପଞ୍ଚମୀ ମହାସମାରୋହରେ ପାଳିତ



କେନ୍ଦ୍ରାପଡ଼ା,୬ା୧୨: କେନ୍ଦ୍ରାପଡା ସହର ଉପକଣ୍ଠସ୍ଥ ଚକ୍ରପୁର ଗ୍ରାମରେ ଆଜି କୁମ୍ଭକାରମାନଙ୍କର ଗଣପର୍ବ କୁରାଳ ପ-୍‌ଚମୀ ମହାସମାରୋହରେ ପାଳନ କରାଯାଇଛି । କେନ୍ଦ୍ରାପଡା ଜିଲ୍ଲା କୁମ୍ଭକାର ସମିତି ପକ୍ଷରୁ ଆୟୋଜିତ ଏହି କାର୍ଯର୍୍ୟକ୍ରମରେ ଅରୁଣ କୁମାର ବେହେରା ଅଧ୍ୟକ୍ଷତା କରିଥିଲେ । ପାରମ୍ପରିକ ରୀତିନିତିରେ ଲକ୍ଷ୍ମୀନାରାୟଣଙ୍କ ପୂଜା ବିଧାନ କରାଯାଇ ପର୍ବ ପାଳନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପ୍ରଫୁଲ୍ଲ ବେହେରା, ବାମଦେବ ବେହେରା, ଦାମୋଦର ବେହେରା, ଦଇତାରୀ ବେହେରା, କ୍ଷୀରୋଦ ବେହେରା ପ୍ରମୁଖ ନେତୃତ୍ୱ ନେଇଥିଲେ । ଚକ୍ରପୁର କୁମ୍ଭକାର ସଂଘର ସଦସ୍ୟ ଓ କର୍ମକର୍ତ୍ତାମାନେ ଏଥିରେ ସହଯୋଗ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading