
ପଟ୍ଟାମୁଣ୍ଡାଇ ୭/୧୨-ପଟ୍ଟାମୁଣ୍ଡାଇ ବ୍ଲକ ସ୍ତରୀୟ ଓଷ୍ଟା ଶିଶୁ ଉତ୍ସବ-୨୦୨୪ ନରସିଂହପୁର ପଂଚାୟତ ଅନ୍ତର୍ଗତ ଅଠରବାଟିଆ ବଜ୍ର ମା କାଳୀ ହାଇସ୍କୁଲ ପରିସରରେ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ବ୍ଲକ ଓଷ୍ଟା ସଭାପତି ବିଜୟ କୁମାର ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଆୟୋଜିତ ଉଦଘାଟନୀ ଉତ୍ସ୍ୱରେ ନରସିଂହପୁର ସରପଂଚ ଦୀପ୍ତିମୟୀ ପରିଡା ମୁଖ୍ୟଅତିଥି, ଓଷ୍ଟା କେନ୍ଦ୍ରାପଡ଼ା ଜିଲ୍ଲା ପୂର୍ବତନ ସମ୍ପାଦକ ତପନ କୁମାର ସିଂହ ମୁଖ୍ୟବକ୍ତା, ବଜ୍ର ମା କାଳୀ ହାଇସ୍କୁଲ ପ୍ରଧାନଶିକ୍ଷୟତ୍ରୀ ଅନୁସୂୟା ମିଶ୍ର, ଜିଲ୍ଲା ଓଷ୍ଟା ପୂର୍ବତନ ସମ୍ପାଦକ ନିର୍ମଳ ଜେନା, ଓଷ୍ଟା ଜିଲ୍ଲା କାର୍ଯ୍ୟକାରୀ ସଭାପତି ବାବାଜୀ ଦାସ, ଜିଲ୍ଲା ଓଷ୍ଟା ଯୁଗ୍ମ ସମ୍ପାଦକ ତିତିକାନ୍ତ ନାୟକ, ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ ମଧୁଛନ୍ଦା ଶର୍ମା ଓ ସ୍କୁଲ ପରିଚାଳନା କମିଟି ସଭାପତି ତପ ରଞ୍ଜନ ବେହେରା ସମ୍ମାନିତଅତିଥି ଭାବେ ଯୋଗ ଦେଇ ଆଜିର ଶିଶୁ ଆସନ୍ତାକାଲିର ଭବିଷ୍ୟତ ବୋଲି ମତପ୍ରକାଶ କରି ବିକଶିତ ଶିଶୁ ଗଠନ ପାଇଁ ପରାମର୍ଶ ଦେଇଥିଲେ । ପଟ୍ଟାମୁଣ୍ଡାଇ ବ୍ଲକ ଓଷ୍ଟା ସମ୍ପାଦକ ଅକ୍ଷୟ ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ଶିକ୍ଷକ ନେତା ଗୋକୁଳ ରାଉତ ସ୍ୱାଗତଭାଷଣ ଓ ତ୍ରୈଲୋକ୍ୟ ପ୍ରସାଦ ମିଶ୍ର ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଗିରିଜା ଶଙ୍କର ସାମଲ ଧନ୍ୟବାଦ ଦେଇଥିଲେ । ବ୍ଲକ ଓଷ୍ଟା ସଭାପତି ବିଜୟ ଆଚାର୍ଯ୍ୟଙ୍କ ପୌରହିତ୍ୟରେ ଆୟୋଜିତ ଉଦଯାପନୀ ଉତ୍ସବରେ କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ ପ୍ରଦୀପ କୁମାର ନାଗ ମୁଖ୍ୟଅତିଥି, ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ ହରିହର ଦଳାଇ ମୁଖ୍ୟବକ୍ତା,ନରସିଂହପୁର ସରପଂଚ ଦୀପ୍ତିମୟୀ ପରିଡା ବରେଣ୍ୟ ଅତିଥି ଓ ରାଜ୍ୟ ଓଷ୍ଟା ସମ୍ପାଦକ ପ୍ରଣବ ଜେନା, ଜିଲ୍ଲା ଓଷ୍ଟା ସଭାପତି ଅଶୋକ ପରିଡା, ଜିଲ୍ଲା ସମ୍ପାଦକ ଭଗବାନ ସାହୁ, ସିଆରସିସି ମଳୟ ଜେନା, ପୂର୍ବତନ ଜିଲ୍ଲା ଉପସଭାପତି ତ୍ରୈଲୋକ୍ୟ ପ୍ରସାଦ ମିଶ୍ର,ପୂର୍ବତନ ବ୍ଲକ ଓଷ୍ଟା ସଭାପତି ଗୋକୁଳ ରାଉତ, ଶିକ୍ଷକ ନେତା ରଞ୍ଜନ ବେହୁରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁ ପ୍ରତିଭା ବିକାଶ ପାଇଁ ଓଷ୍ଟା ଶିଶୁ ଉତ୍ସବ ଏକ ବଳିଷ୍ଠ ପଦକ୍ଷେପ ବୋଲି ପ୍ରକାଶ କରିଥିଲେ । ଏଇ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ ସୁରଜ ଦାଶ, ଜ୍ଞାନ ରଞ୍ଜନ ପରିଡା,ରାଜଶ୍ରୀ ମଲ୍ଲିକ, ପ୍ରଫୁଲ୍ଲ ନାୟକ ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ ଶିକ୍ଷକ ନେତା ପ୍ରମୋଦ ତ୍ରିପାଠୀ ସ୍ୱାଗତ ଭାଷଣ ଓ ଦିଲ୍ଲୀପ ରାଉତ ଅତିଥି ପରିଚୟ ପ୍ରଦାନ କରିଥିଲେ । କୃତୀ ପ୍ରତିଯୋଗୀମାନଙ୍କୁ ଅତିଥି ମାନେ ପୁରସ୍କାର ବିତରଣ କରିଥିଲେ । ଶେଷରେ ବନଜା ପରିଡା ଧନ୍ୟବାଦ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସୁଶୀଲ ପରିଡା, ଗିରିଜାଶଙ୍କର ସାମଲ,ସୁଶାନ୍ତ ବରାଳ, ଅଶ୍ୱିନୀ ସ୍ୱାଇଁ, ବିରେନ ସାମଲ, ହାଡିବନ୍ଧୁ ଭୂୟାଁ ପରିଚାଳନା କରିଥିଲେ ।

