ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ବିଭାଗ ରାଜ୍ୟ ଆଲୋଚନାଚକ୍ର



ପଟ୍ଟାମୁଣ୍ଡାଇ ୮/୧୧ -ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ “ଓଡ଼ିଆ ସାହିତ୍ୟରେ ଆଦିବାସୀ ଜୀବନଚର୍ଯ୍ୟା”ଶୀର୍ଷକ ରାଜ୍ୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ୍ୟ ଓ ଅଧ୍ୟାପିକା ଶାନ୍ତି ସିଂହଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ଜେକେବିକେ କଲେଜ ପ୍ରଫେସର ଅନନ୍ତକିଶୋର ଜେନା ମୁଖ୍ୟଅତିଥି ରେଭେନ୍ସା ବିଶ୍ୱବିଦ୍ୟାଳୟ ସହକାରୀ ପ୍ରଫେସର ଡ଼ ବିଜୟ ଲଷ୍ମୀ ଦାଶ ମୁଖ୍ୟବକ୍ତା, ମଦନପୁର ୟୁକେ ମହାବୀର କଲେଜ ଓଡ଼ିଆ ବିଭାଗ ମୁଖ୍ୟ ଦିଲ୍ଲୀପ ମହାପାତ୍ର ସମ୍ମାନିତବକ୍ତା ଭାବେ ଯୋଗ ଦେଇ ଆଦିବାସୀମାନଙ୍କ ଜୀବନଶୈଳୀ ଓ ଓଡ଼ିଆ ପଦ୍ୟଗଦ୍ୟ ସାହିତ୍ୟରେ ଏହାର ବର୍ଣ୍ଣନା ଉପରେ ବିଶଦ ଆଲୋଚନା କରିଥିଲେ । ପଟ୍ଟାମୁଣ୍ଡାଇ କଲେଜ ଓଡ଼ିଆ ବିଭାଗ ମୁଖ୍ୟ ପ୍ରମୋଦ ସ୍ୱାଇଁ ପ୍ରକୃତି ସହିତ ଆଦିବାସୀମାନଙ୍କ ସୁସମ୍ପର୍କ ଓ ସେମାନଙ୍କ ନୀତି ଓ ବୃର୍ତିଉପରେ ଆଲୋକପାତ କରିଥିଲେ । କଲେଜ ଅଧ୍ୟକ୍ଷ ପ୍ରଫେସର ଭୂୟାଁ ସ୍ୱାଗତ ଭାଷଣ ଓ ଅଧ୍ୟାପିକା ଲଷ୍ମୀପ୍ରିୟା ପାତ୍ର ଅତିଥିପରିଚୟ ପ୍ରଦାନ କରିଥିଲେ । ଅଧ୍ୟାପକ ସୌଭାଗ୍ୟ ନାୟକ ଓ ଅଧ୍ୟାପିକା ସଂଗୀତା ବେହେରାଙ୍କ ସଂଯୋଜନାରେ ଆୟୋଜିତ ଆଲୋଚନାଚକ୍ରରେ ଗାଳ୍ପିକ ଡ଼ ନୀଳମଣି ଲେଙ୍କା,ଡ଼ ଦୁଃଶାସନ ପରିଡା,ଡ଼ ସୁନୀଲ ପ୍ରଧାନ,କ୍ୟାପଟେନ ମନୋଜ ପରିଡା,ସୁକାନ୍ତ ପ୍ରଧାନ, ରତ୍ନାକର ନାୟକ, ବଲ୍ଲଭ ସାହୁ, ଆଦ୍ୟାଶା ମହାନ୍ତି, ଝିଲି ମହାରଣା, ତାପସ ପରିଡା, ଡ଼ ଫକୀର ପ୍ରଧାନ, ରଂଜିତ ସେନାପତି,ଡ଼ ନିବେଦିତା ପ୍ରଧାନ, ରଞ୍ଜନ ବେହେରା ଅମୀୟ ଦାସ ରଞ୍ଜନ ଗାହାଣ, ମଧୁସ୍ମିତା ପରିଡା,ଆଲୋକ ସାହୁ ପ୍ରମୁଖ ବହୁ ପ୍ରାଧ୍ୟାପକ ଓ ଅଧ୍ୟାପିକାଅଧ୍ୟାପକ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଏହି ଆଲୋଚନାଚକ୍ରରେ ବିଭିନ୍ନ କଲେଜର ଅଧ୍ୟାପିକାଅଧ୍ୟାପକ ଓ ଛାତ୍ରୀଛାତ୍ର ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଶୁଭଲଷ୍ମୀ ସାହୁ, ବିଷ୍ଣୁପ୍ରିୟା ମଲ୍ଲିକ,ପ୍ରୀତିସନ୍ଧ୍ୟା ସେଠୀ, ବିଷ୍ଣୁପ୍ରିୟା ପଣ୍ଡା, ଲଷ୍ମୀପ୍ରିୟା ବିଶ୍ୱାଳ, ଲିପ୍ସାରାଣୀ ସ୍ୱାଇଁ ପରିଚାଳନା କରିଥିଲେ ।


Next Post

ଜୟହିନ୍ଦ୍ ଉଚ୍ଚ ବିଦ୍ୟାଳୟର ୧୯୮୦ ମସିହା ମାଟ୍ରିକ ବ୍ୟାଚ୍ ବନ୍ଧୁମିଳନ

Mon Dec 9 , 2024
ପଟ୍ଟାମୁଣ୍ଡାଇ ୯ା୧୨: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଦାଣ୍ଡିସାହି ନିକଟସ୍ଥ ଜୟହିନ୍ଦ୍ ଉଚ୍ଚ ବିଦ୍ୟାଳୟରେ ୧୯୮୦ ମସିହା ମାଟ୍ରିକ ବ୍ୟାଚ୍ ଛାତ୍ରଛାତ୍ରୀଙ୍କର ବନ୍ଧୁମିଳନ ଉତ୍ସବ ରବିବାର ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବ ପ୍ରେମାନନ୍ଦ ପ୍ରଧାନଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟରେ ଅବସରପ୍ରାପ୍ତ ଶିକ୍ଷକ ସନାତନ ବେହୁରା, ଚର୍ତୁଭୁଜ ରାଉତ, କାଳନ୍ଦି ମହାରଣାଙ୍କ ସମେତ ପ୍ରଦୀପ୍ତ ବିଶ୍ୱାଳ, ଗୁରୁଚରଣ ବିଶ୍ୱାଳ, ଭାସ୍କର ମଲ୍ଲିକ, ରଞ୍ଜିତ ସାହୁ, କୈଳାସ ସେଠୀ, ପ୍ରଦୀପ ମଲ୍ଲିକ ପ୍ରମୁଖ […]

You May Like