କେନ୍ଦ୍ରାପଡ଼ା,୧୪ା୧୨:କେନ୍ଦ୍ରାପଡା ଜିଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ୮ମ ମ୍ୟାଚ୍ରେ ଲାୟନ୍ସ କ୍ଲବ ବିଜୟୀ ହୋଇଛି। ଶନିବାର ଲାୟନ୍ସ କ୍ରିକେଟ କ୍ଲବ ଓ ବିଶ୍ୱାସ କ୍ରିକେଟ କ୍ଲବ ମଧ୍ୟରେ ସୁପର ଲିଗ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଲାୟନ୍ସ କ୍ଲବ ଟସ୍ ଜିତି ବ୍ୟାଣ୍ଟି କରି ୪୨ ଓଭରେ ୬ଉଇକେଟ ବିନିମୟରେ ୨୩୯ରନ କରି ଅଲଆଉଟ ହୋଇଥିଲା । ଜବାବରେ ବିଶ୍ୱାସ କ୍ରିକେଟ କ୍ଲବ ୨୪.୧ ଓଭରେ ୯୭ରନ କରି ଅଲଆଉଟ ହୋଇଥିଲା। ଲାୟନ୍ସ କ୍ରିକେଟ କ୍ଲବ ବିଶ୍ୱାସ କ୍ରିକେଟ କ୍ଲବକୁ ୧୪୨ରନରେ ପରାସ୍ତ କରି ବିଜୟୀ ହୋଇଥିଲା । ଏହି ମ୍ୟାଚରେ ଲାୟନ୍ସ କ୍ରିକେଟ କ୍ଲବର ୩ଟି ଚୌକା ମାରି ୩୧ବଲରେ ୨୩ରନ କରି ଓ ୬ ଓଭର ବୋଲିଂ କରି ୨୭ରନ ଦେଇ ୩ଟି ଉଇକେଟ ନେଇ ମ୍ୟାନ ଅଫ ମ୍ୟାଚ ହୋଇଥିଲେ । ବିଶ୍ୱଜିତ ଅଧିକାରୀ ଓ ଲଲିତେଣ୍ଡୁ ପଣ୍ଡା ଅମ୍ପାୟର ଭାବେ ମ୍ୟାଚ ପରିଚାଳନା କରିଥିଲେ । ଚିରଞ୍ଜୀବୀ ବଳ ଓ ଏସକେ ମିନାଜୁଦିନ୍ ସ୍କୋରର ଭାବେ ପରିଚାଳନା କରିଥିଲେ । ବରଦା କାନ୍ତ ବରାଳ ଏହି ଖେଳର ବିବରଣୀ ପ୍ରକାଶ କରିଥିଲେ । କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ ଆସୋସିଏସନର ସମ୍ପାଦକ ଶୁଭାଶିଷ ସେନାପତିଙ୍କ ତତ୍ତ୍ୱାବଧାନରେ ଏହି ମ୍ୟାଚ ଅନୁଷ୍ଠିତ ହୋଇଥିଲା।