ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି। ଏମିତି କିଛି କହି ତାଚ୍ଛଲ୍ୟ କରିଛନ୍ତି


ଭୁବନେଶ୍ୱର, ୧୭।୧୨: ଦିଲ୍ଲୀରେ ବିଜେଡି ଏମ୍‌ପିଙ୍କ ସାମବାଦିକ ସମ୍ମିଳନୀକୁ ବିଜେପି ପକ୍ଷରୁ କାଉଣ୍ଟର କରାଯାଇଛି। ରାଜ୍ୟ ବିଜେପି ସଭାପତି କାଉଣ୍ଟର କରି କହିଛନ୍ତି, ଠାକୁର ଘରେ କିଏ ନାଁ ମୁଁ କଦଳୀ ଖାଇନି। ଏମିତି କିଛି କହି ତାଚ୍ଛଲ୍ୟ କରିଛନ୍ତି। ସେମାନେ ସାମବାଦିକ ସମ୍ମିଳନୀ କରି ନିଜର ଅପପ୍ରଚାର କରୁଛନ୍ତି। ବିଜେଡି ସଂଗଠନ ଉପରେ ଏମ୍‌ପି, ବିଧାୟକଙ୍କ ଭରସା ଦରକାର।ବିଶ୍ୱାସ ନାହିଁ ବୋଲି ପ୍ରେସମିଟ, ତାଙ୍କ ଦଳ ଭାଙ୍ଗିବ, ଆମେ କଣ କରିବୁ ବୋଲି ମନମୋହନ କହିଛନ୍ତି। ବିଜେଡିର ୭ ରାଜ୍ୟସଭା ଏମ୍‌ପି ଏକାଠି ହୋଇ ଖବରଦାତା ସମ୍ମିଳନୀ କରି କ୍ଷୋଭ ଝାଡିଛନ୍ତି । ସମସ୍ତ ଏମ୍‌ପି ଦଳକୁ ନେଇ ଅପପ୍ରଚାର କରାଯାଉଥିବା କହିଛନ୍ତି । ଆମେ ୭ ଏମ୍‌ପି ଏକାଠି ଅଛୁ ଆଉ ବିଜେଡି ସହ ସବୁବେଳେ ରହିଥିବୁ । ନବୀନ ବାବୁଙ୍କ ସହ ଦୃଢ ଭାବେ ଛିଡା ହୋଇଛୁ । ଯେଉଁ ଅପପ୍ରଚାର କରାଯାଉଛି ତାକୁ ନିନ୍ଦା କରିଛନ୍ତି ବୋଲି ବିଜେଡି ଏମ୍‌ପି କହିଛନ୍ତି । ବିଜେଡି ଏମ୍‌ପି ପ୍ରେସମିଟ୍ କରି ଆହୁରି କହିଛନ୍ତି କି, ବିଜେଡି ଏମ୍‌ପି ଭାଜପାରେ ମିଶିବା ଖବର ପ୍ରସାରଣ ହୋଇଥିଲା । ମନଗଢା ଖବର ପ୍ରସାରଣରୁ ନିବୃତ୍ତ ରହିବାକୁ ମଧ୍ୟ ଅପିଲ୍ କରିଛନ୍ତି ।


Discover more from

Subscribe now to keep reading and get access to the full archive.

Continue reading