କେନ୍ଦ୍ରାପଡ଼ା ଅର୍ବାନ ବ୍ୟାଙ୍କ ପକ୍ଷରୁ ଅଗ୍ନିବିପନ୍ନଙ୍କୁ ସହାୟତା



କେନ୍ଦ୍ରାପଡ଼ା,୧୭ା୧୨: କେନ୍ଦ୍ରାପଡା ଅର୍ବାନ କୋପରେଟିଭ ବ୍ୟାଙ୍କ ପକ୍ଷରୁ ଅଗ୍ନି ବିପନ୍ନଙ୍କୁ ସହାୟତା ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକ ଅନ୍ତର୍ଗତ ନହଙ୍ଗ ପଞ୍ଚାୟତର ବଡ଼ସରାଦେଇପୁର ଗ୍ରାମର କୁଳମଣି ମଲିକଙ୍କ ଘର ଅଗ୍ନିକାଣ୍ଡରେ ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଥିଲା। ଫଳରେ ତାଙ୍କ ଘରର ସମସ୍ତ ଆସବାବପତ୍ର ପୋଡି ନଷ୍ଟ ହୋଇଯାଇଛି। ଗୋଟିଏ ସିଲେଇ ମେସିନ୍ ଦ୍ୱାରା କୁଳମଣୀଙ୍କ ପରିବାର ଲୋକ ଗୁଜୁରାଣ ମେଣ୍ଟାଉଥିଲେ। ତାହା ମଧ୍ୟ ପୋଡି ନଷ୍ଟ ହୋଇଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ବ୍ୟାଙ୍କର ସଭାପତି ଗୁରୁପ୍ରସାଦ ମହାନ୍ତିଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟ କାର୍ଯ୍ୟନିର୍ବାହୀ ଭାଗ୍ୟଲକ୍ଷ୍ମୀ ପଣ୍ଡା କୁଳମଣୀଙ୍କ ପରିବାରକୁ ଏକ ସିଲେଇ ମେସିନ ପ୍ରଦାନ କରିଛନ୍ତି। ଏହି ସିଲେଇ ମେସିନ୍ ପ୍ରଦାନ ବେଳେ ବ୍ୟାଙ୍କର ଅଧିକାରୀ ରାଜୀବଲୋଚନ ପଣ୍ଡା, ସୁରେଶ ଚନ୍ଦ୍ର ପରିଡ଼ା, ଭଞ୍ଜ କିଶୋର ଜେନା ପ୍ରମୁଖ ଉପସ୍ଥିତ ରହି ବିପନ୍ନମାନଙ୍କୁ ସମବେଦନା ଜଣାଇଥିଲେ।


Discover more from

Subscribe now to keep reading and get access to the full archive.

Continue reading