ଏମଏନ ହାଇସ୍କୁଲର ପୁରାତନ ଛାତ୍ର ସଂସଦର ସମ୍ପାଦକ ପ୍ରଫେସର ବୈଷ୍ଣବ ଚରଣ ସିଂଙ୍କ ପରଲୋକ , ବିଭିନ୍ନ ମହଲରେ ଶୋକ



ପଟ୍ଟାମୁଣ୍ଡାଇ ୧୭/୧୨ -ରେଭେନ୍ସା ବିଶ୍ୱବିଦ୍ୟାଳୟର ପୂର୍ବତନ ପ୍ରଫେସର ତଥା ପଟ୍ଟାମୁଣ୍ଡାଇ ଏମଏନ ହାଇସ୍କୁଲର ପୁରାତନ ଛାତ୍ର ସଂସଦର ସମ୍ପାଦକ ବୈଷ୍ଣବ ଚରଣ ସିଂଙ୍କ ମଙ୍ଗଳବାର ପରଲୋକ ହୋଇଯାଇଛି। କଟକ ଯୋବ୍ରା ବ୍ୟାରେଜ ନିକଟ ମହାନଦୀରୁ ପ୍ରଫେସରଙ୍କ ମୃତଦେହ ଉଦ୍ଧାର କରାଯାଇଛି।ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ପଟ୍ଟାମୁଣ୍ଡାଇ ବରିଷ୍ଠ ନାଗରିକ ମଞ୍ଚ ସଭାପତି ଅନିରୁଦ୍ଧ ରାଉଳ ଶିକ୍ଷାବିତ କଣ୍ଡୁରୀ ଚରଣ ସ୍ୱାଇଁ, ଡା ପ୍ରହଲ୍ଲାଦ ଦାସ, ପଟ୍ଟାମୁଣ୍ଡାଇ ବିକାଶ ପରିଷଦ ସଭାପତି ଗୋପୀବଲ୍ଲଭ ନାୟକ, ସମ୍ପାଦକ ଗୋପୀନାଥ ତ୍ରିପାଠୀ ସମେତ ପଟ୍ଟାମୁଣ୍ଡାଇର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।
ତାଙ୍କ ଘର ଗ୍ରାମ ପଟ୍ଟାମୁଣ୍ଡାଇ ଥାନା ସେକପୁର ଅଂଚଳରେ ହୋଇଥିବା ବେଳେ ସେ ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପାଖାପାଖି ରହୁଥିଲେ।ପଟ୍ଟାମୁଣ୍ଡାଇ ଅଂଚଳର ସର୍ବପୁରାତନ ସରକାରୀ ଶିକ୍ଷାନୁଷ୍ଠାନ ଏମ ଏନ ହାଇସ୍କୁଲର ପୁରାତନ ଛାତ୍ର ଭାବେ ଷାଠିଏ ଦଶକରେ ମାଟ୍ରିକ ପରୀକ୍ଷାରେ ସାରା ରାଜ୍ୟରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ଥିଲେ । ଏମ ଏନ ହାଇସ୍କୁଲ ପୁରାତନ ଛାତ୍ର ସଂସଦ ସମ୍ପାଦକ ଭାବେ ହାଇସ୍କୁଲ ବିକାଶ ଓ ସୁବର୍ଣ୍ଣ ଜୟନ୍ତୀ ପାଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ସରକାରୀ ଚାକିରୀରୁ ଅବସର ପରେ ଗାଁ ରେ ନିଜ ଅଂଚଳର ବିକାଶ ପାଇଁ ଲାଗି ପଡିଥିଲେ ।
ସେ ୧୫ ତାରିଖରୁ ନିଖୋଜ ଥିଲେ। ଏ ନେଇ ପରିବାର ଲୋକେ ନନ୍ଦନକାନନ ଥାନାରେ ଏତଲା ଦେଇଥିଲେ। ସକାଳେ ବୈଷ୍ଣବଙ୍କ ମୃତଦେହ ମହାନଦୀରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ପୋଲିସକୁ ଜଣାଇଥିଲେ। ପୋଲିସ ଓ ଅଗ୍ନିଶମ ବାହିନୀ ପହଁଚି ମୃତଦେହକୁ ଉଦ୍ଧାର କରିଛନ୍ତି। ପୂର୍ବତନ ପ୍ରଫେସରଙ୍କ କିପରି ମତ୍ୟୁ ଘଟିଲା ଓ କେଉଁ ପରିସ୍ଥିତିରେ ମୃତ୍ୟୁ ଘଟିଲା ତାହାର କାରଣ ଜଣାପଡ଼ି ନାହିଁ। ବୈଷ୍ଣବ ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି ତାହା ଜଣାପଡ଼ି ନାହିଁ। ପୋଲିସ ପୂର୍ବତନ ପ୍ରଫେସରଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିବା ସହ ବିଭିନ୍ନ ଦିଗକୁ ନେଇ ଘଟଣାର ତଦନ୍ତ କରୁଛି। ତାଙ୍କ ମର ଶରୀରକୁ କଟକରୁ ପଟ୍ଟାମୁଣ୍ଡାଇ ଅଣାଯାଇ ଶୋଭାଯାତ୍ରାରେ ଏମ ଏନ ହାଇସ୍କୁଲ ଓ ନିଜ ଗାଁ କଟରାମଲକୁ ନିଆଯାଇଥିଲା । ତାଙ୍କ ଶବାଧାର ରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ଏନ ଏନ ହାଇସ୍କୁଲ ପ୍ରଧାନଶିକ୍ଷକ ଓ ଅନ୍ୟାନ୍ୟ ଶିକ୍ଷକ ଶିକ୍ଷୟତ୍ରୀ, କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।


Next Post

କାଟକ ମଙ୍ଗଳା କ୍ଲବ ବାର୍ଷିକ ଉତ୍ସବ

Tue Dec 17 , 2024
କେନ୍ଦ୍ରାପଡ଼ା,୧୭ା୧୨: କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ କାକଟ ମଙ୍ଗଳା କ୍ଲବ ୮୧ ବର୍ଷରେ ପଦାର୍ପଣ କରିଥିବା ବେଳେ ଏହାର ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । କ୍ଲବ ସଭାପତି ପୌରସଭ୍ୟ ଉମେଶ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ କ୍ଲବର ସାମାଜିକ କାର୍ଯ୍ୟ, ଏହାର ଅତୀତ ଓ ଭବିଷ୍ୟତ ଉପରେ ବକ୍ତବ୍ୟ ରଖିଥିଲେ । ଆଲାସ୍କା ବିଶ୍ୱବିଦ୍ୟାଳୟ […]

KANIKA