ଫେଲ ମାରିଛି ଗ୍ରାମାଂଚଳ ଆଲୋକିକରଣ ବ୍ୟବସ୍ଥା , ଅଚଳ ବତୀକୁ ସଚଳକରିବାକୁ ଦାବୀ



ପଟ୍ଟାମୁଣ୍ଡାଇ ୧୨/୧୨ – କେନ୍ଦ୍ରାପଡା଼ ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଂଚଳରେ ସରକାରଙ୍କ ଆଲୋକୀ କରଣ ବ୍ୟବସ୍ଥା ଫେଲ ମାରିଥିବା ବେଳେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇ ଅନ୍ଧାରରେ ଯିବାଆସିବା କରୁଛନ୍ତି । ଗାଁ ଦାଣ୍ଡ ଆଲୋକିକରଣ ପାଇଁ ରାଜ୍ୟ ସରକାର ଶହ ଶହ କୋଟି ଟଙ୍କାର ବିନିଯୋଗ କରି ଗାଁ ମାନଙ୍କରେ ବିଜୁଳିବତୀ ବ୍ୟବସ୍ଥା କରିଥିଲେ। ହେଲେ ମରାମତି ଅଭାବରୁ ଲାଗିଥିବା ଲାଇଟ ଅଚଳ ହୋଇ ପଡିରହିଛି। ପ୍ରତି ପଂଚାୟତରେ ଲାଇଟ ଗୁଡିକରୁ ଅର୍ଦ୍ଧାଧିକ ଜଳୁ ନଥିଲେ ମଧ୍ୟ ଲୋକ ପ୍ରତିନିଧି କିମ୍ବା ବିଭାଗୀୟ ଅଧିକାରୀ କାହାର ସେଥିପ୍ରତି ଦୃଷ୍ଟି ଥିବା ପରି ଜଣାପଡୁ ନାହିଁବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।
ସାମାଜିକକର୍ମୀ ସାନ୍ତୋଷ ମଲ୍ଲିକ କୁହନ୍ତି ଗାଁ ଦାଣ୍ଡରେ ବିଜୁଳୀବତୀ ଜଳିବା ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ବ୍ଲକ ଚତୁର୍ଦ୍ଦଶ ଅର୍ଥକମିଶନଙ୍କ ପାଣ୍ଠିରୁ ଶହ ଶହ କୋଟି ଟଙ୍କାର ବିନିଯୋଗ କରି ଗାଁ ମାନଙ୍କରେ ଆଲୋକକରଣ ବ୍ୟବସ୍ଥା କରିଥିଲେ। ଏଥିପାଇଁ ପଂଚାୟତସ୍ତରରୁ ପ୍ରକ୍ରିୟା ଆରମ୍ଭ ହୋଇ ଅର୍ଥ ବିନିଯୋଗ ନିମନ୍ତେ ସବୁପ୍ରକାର ତଦାରଖର ବ୍ୟବସ୍ଥା ହୋଇଥିଲା। ପ୍ରତି ଗାଁର ଆବଶ୍ୟକ ସ୍ଥାନରେ ଏକାଧିକ ଲାଇଟଷ୍ଟାଣ୍ଡ ପ୍ରତ୍ୟେକ ବିଦ୍ୟୁତ ଖୁଂଟରେ ଲଗାଯାଇଥିଲା। ଗାଁ ଦାଣ୍ଡରେ ବିଦ୍ୟୁତ ବତୀ ଜଳିଥିଲା। ସେତେବେଳେ ବିଦ୍ୟୁତବତୀ ଲଗାଇବାରେ ଅତ୍ୟନ୍ତ ନିମ୍ନମାନର ସାମଗ୍ରୀ ବ୍ୟବହୃତ ହେଉଥିବାରୁ ଏହାକୁ ଅନେକ ଲୋକ ଓ ସଂଗଠନ ବିରୋଧ କରିଥିଲେ। ଏବେ ଏହି ଯୋଜନାରେ ଖର୍ଚ୍ଚ ହୋଇଥିବା ପାଣ୍ଠିର ସଦବିନିଯୋଗ ହୋଇ ନପାରି ବାଟ ମାରଣା ହୋଇଥିବା କାରଣରୁ ଗାଁ ଦାଣ୍ଡରେ ଆଉ ବିଜୁଳିବତୀ ଜଳୁନାହିଁ। ଗାଁ ଆଲୋକିକରଣ ପାଇଁ ଲାଗିଥିବା ଲାଇଟି ଏବେ ଲିଭି ଗଲାଣି। ଗାଁ ଏବେ ସମ୍ପୁର୍ଣ୍ଣ ଅନ୍ଧାର ହୋଇଥିବା ବେଳେ ଅଭିଯୋଗ ଶୁଣି ସଜାଡିବାକୁ କେହି ହେଲେ ଆଗ୍ରହ ଦେଖାଉ ନାହାନ୍ତି। ବିଭାଗୀୟ ଅଧିକାରୀ କିମ୍ବା ପଂଚାୟତ କତୃପକ୍ଷଙ୍କର ଏଥିପ୍ରତି ନିଘା ନାହିଁ।
କଂଗ୍ରେସ ନେତା ମଳୟ ଦାସ କୁହନ୍ତି ସରକାର କା ମାଲ ଦରିଆ ମେଁ ଡାଲ ଭଳି ଯାହା ଆସିଥିଲା ଭଲ ହେଉ ଖରାପ ହେଉ କାମ ସାରି ଦେଇ ବିଲ ନେଇ ସମସ୍ତେ ଏବେ ଚୁପ। ଅଭିନବ ଉପାୟରେ ଲୁଟ ହୋଇଛି ଏ ଯୋଜନାର ବରାଦି ଅର୍ଥ। ପଟ୍ଟାମୁଣ୍ଡାଇ ବ୍ଲକର ୩୧ ଟି ପଂଚାୟତରେ ଏପରି ଅବସ୍ତା ଉଣାଅଧିକେ ସବୁଠି ଦେଖିବାକୁ ମିଳୁଛି। ଦେଖିବାକୁ ଗଲେ ଅନେକ ଛକସ୍ଥାନ ମାନଙ୍କରେ ଏବେ ବିଦ୍ୟୁତ ଖୁଂଟ ଅଛି ହେଲେ ବତୀ କିମ୍ବା ତା ଷ୍ଟାଣ୍ଡ ନାହିଁ। ବିଭାଗ ମଧ୍ୟ ସେହି ସବୁ ସ୍ଥାନକୁ ଆଉ ମୁହଁ ବୁଲାଇ ଦେଖିନାହିଁ ବତୀ ଏବେ ଜଳୁଛି ନାଁ ଲିଭିଛି। ତାହେଲେ କଣ ସରକାର ଟଙ୍କା ଦେଇଥିଲେ କେବଳ ବତୀ ଜଳାଇ ଦେବା ପରେ ତାହା ଜଳୁ ଅବା ଲିଭୁ ସେଥିରେ କାହାର କିଛି ଯାଏ ଆସେ ନାହିଁ । ଖଡିଅଂଟା ପଂଚାୟତ ଅଫିସ ପାଖରୁ ବଜାର ପୋଲଓ ଦଳିତ ସାହି ପର୍ଯ୍ୟନ୍ତ ପ୍ରାୟ ୨୫ ରୁ ଅଧିକ ସୋଲାର ଲାଇଟ ଲାଗା ଯାଇଥିଲ । ସୋଲା. ଲାଇଟ ଓ ପୋଲ କେହି ଦୃର୍ବୁତ ଚୋରି କରିନେଇଯାଇଥିଲେ ମଧ୍ୟ ତାହାର କୌଣସି ଖୋଜଖବର ନାହିଁ ।
ବୁଦ୍ଧିଜିବୀ ବିଜୟ ଦାଶ କୁହନ୍ତି ପଟ୍ଟାମୁଣ୍ଡାଇ ବ୍ଲକର ପ୍ରାୟ ପ୍ରତ୍ୟେକ ପଂଚାୟତରେ ପୁର୍ବରୁ ଲାଗିଥିବା ଲାଇଟ ଗୁଡିକ ଅଚଳ ହୋଇପଡିଥିବା ସ୍ଥଳେ ଏବେ ସେହି ଖୁଂଟଗୁଡିକରେ କେବଳ ଅଚଳ ବତୀ ଝୁଲୁଛି। ଚତୁଦର୍ଦଶ ଅର୍ଥ କମିସନଙ୍କ ପାଣ୍ଠିରୁ ଖର୍ଚ୍ଚକରି ଗାଁ ଆଲୋକିକରଣ କରିବା ପାଇଁ ଅର୍ଥ ସିଧାସଳଖ ପଂଚୟତକୁ ଆସୁଛି। ନିୟମ ଅନୁସାରେ ଏହି ଅର୍ଥର ବିନିଯାଗ ପାଇଁ ପଂଚାୟତ ଟେଣ୍ଡର ମାଧ୍ୟମରେ ବିଦ୍ୟୁତ ବିଭାଗର ଠିକାସଂସ୍ଥାକୁ କାର୍ଯ୍ୟାଦେଶ ଦେବା କଥା। କିନ୍ତୁ ସେପରି କିଛି ହୋଇନଥିବା ସେତେବେଳେ ଲୋକେ ଅଭିଯୋଗ ମଧ୍ୟ କରିଥିଲେ।
ଯୁବନେତା ସତ୍ୟପ୍ରିୟ ସାମଲ କୁହନ୍ତି ପଟ୍ଟାମୁଣ୍ଡାଇର ବିଭିନ୍ନ ପଂଚାୟତରେ ଲାଗିଥିବା ଲାଇଟ ବିରଜା କନଷ୍ଟ୍ରକସନ ଲଗାଇଥିଲା । ଚୁକ୍ତିନାମା ଅନୁଯାଇ ଏହି କମ୍ପାନୀ ଅବଧି ପୁର୍ବରୁ ଖରାପ ହୋଇ ପଡୁଥିବା ଲାଇଟର ମରାମତି କରିବା କଥା । କିନ୍ତୁ ମରାମତି ହେଉନାହିଁ । ପାଂୟତରୁ ଟେଣ୍ଡର ମାଧ୍ୟମରେ କାର୍ଯ୍ୟାଦେଶ ପାଇବାକୁ ଥିବା ବେଳେ ପଂଚାୟତର ଅଧିକାରୀ ମାନେ ସେତେବେଳେ ଟେଣ୍ଡର ନକରି ସଲାସୁତରାରେ ଏହି କାର୍ଯ୍ୟକୁ ଅଧିକ କମିଶନ ଆଧାରରେକରିବାକୁ ଦେଇଥିବା ଏବେ ଅଭିଯୋଗ ଉଠିଛି। ଫଳରେ ଖରାପ ଲାଇଟ ଗୁଡିକ ଆଉ ମରାମତି ହୋଇ ନପାରି ସବୁଦିନ ଲାଗି ଅଚଳ ହୋଇ ପଡିରହୁଛି। ଏବେ ଏହିସବୁ ଅଚଳ ବତୀ ଗୁଡିକ କିପରି ଜଳି ଉଠନ୍ତା ସେଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।


Discover more from

Subscribe now to keep reading and get access to the full archive.

Continue reading