ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିବାଦୀୟ ମନ୍ତବ୍ୟକୁ ଘୋର ନିନ୍ଦା, କୂଶ ପୁତଳିକା ଦାହ



ପଟ୍ଟାମୁଣ୍ଡାଇ ୨୦/୧୨ – ଆମ୍ବେଦକରଙ୍କ ନାମ ନେବା କଂଗ୍ରେସ ଦଳ ପାଇଁ ଏକ ଫେସନରେ ପରିଣତ ହୋଇଯାଇଛି। ଯଦି ସେମାନେ ଭଗବାନଙ୍କ ନାମ ଏତେ ଥର ନେଇ ଥାନ୍ତେ ତା’ହେଲେ ସେମାନେ ସାତ ଜନମ ପାଇଁ ସ୍ୱର୍ଗରେ ସ୍ଥାନ ପାଇଯା’ନ୍ତେ ବୋଲି ସମ୍ବିଧାନର ୭୫ ବର୍ଷ ପୂର୍ତି ଉପଲକ୍ଷେ ଏହାର ଗୌରମମୟ ଯାତ୍ରା ଉପରେ ଆୟୋଜିତ ବିତର୍କରେ ଭାଗ ନେଇ ଗୃହମନ୍ତ୍ରୀ ଅମିତ ଶାହ କହିଥିଲେ। ଶାହଙ୍କ ଏହି ମନ୍ତବ୍ୟକୁ ନେଇ ବିରୋଧୀ ସାଂସଦମାନେ ହଟ୍ଟଗୋଳ କରିଥିବା ବେଳେ ବିଶ୍ୱରତ୍ନ ବାବା ସାହେବ ଆମ୍ବେଦକର ପ୍ରେମୀ ଦୃଢ ବିରୋଧ କରି ସାରା ଭାରତରେ ଆନ୍ଦୋଳନ ଜୋର ଧରିଥିବା ବେଳେ ଶୁକ୍ରବାର କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଡାକବଙ୍ଗଳା ଛକଠାରେ ଜିଲା ଦଳିତ କଂଗ୍ରେସ ଓ ଛାତ୍ର କଂଗ୍ରେସ ପକ୍ଷରୁ ଗୃହମନ୍ତ୍ରୀ ଶାହାଙ୍କ କୁଶ ପୁତଳିକା ଦାହ କରାଯାଇଛି । ଗୃହମନ୍ତ୍ରୀ ଯତେ ଦିନ ପର୍ଯ୍ୟନ୍ତ ବାବା ସାହେବ ପ୍ରତି ମନ୍ତବ୍ୟ ଉପରେ କ୍ଷମା ପ୍ରାର୍ଥନା ନମାଗିବେ ସେତେଦିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଆନ୍ଦୋଳନ ଜାରି ରହିବ ବୋଲି କହିଛନ୍ତି । ଏହି କାର୍ଯ୍ୟକ୍ରମରେ ଜିଲା ଛାତ୍ର କଂଗ୍ରେସ ସଭାପତି ବିଭୁପ୍ରଶାଦ ଜେନା, ଦଳିତ ଜିଲା କଂଗ୍ରେସ ଅଧ୍ୟକ୍ଷ ସର୍ବେଶ୍ୱର ସେଠୀ, ଆକାଶ ମଲିକ, କପିଳ ମଲିକ, କୁଂଜ ମଲିକ, ରାଜା ମଲିକ, ସତ୍ୟ ରଞ୍ଜନ ମଲିକ, ରାହୁଲ ମଲିକ, ସମିର ମଲିକ, ଅନ୍ନପୂର୍ଣ୍ଣା ମଲିକ, ଭାରତୀ ମଲିକ, ଆରତୀ ମଲିକ, କୋଦଣ୍ଡ ମଲିକଙ୍କ ସମେତ ଶତାଧିକ ଦଳିତ ଓ ଛାତ୍ର କଂଗେସର କର୍ମକର୍ତା ଉପସ୍ଥିତ ଥିଲେ ।


Discover more from

Subscribe now to keep reading and get access to the full archive.

Continue reading