ଅଗ୍ନିକାଣ୍ଡ ଘଟି ଗୋଟିଏ ପରିବାର ନିସ୍ୱ


ପଟ୍ଟାମୁଣ୍ଡାଇ ୨୧/୧୨ -ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅଢାଖଣ୍ଡ ଗ୍ରାମରେ ଏକ ଘରେ ଶନିବାର ସକାଳେ ଅଗ୍ନି କାଣ୍ଡ ଘଟି ଗୋଟିଏ ପରିବାର ନିସ୍ୱ ହୋଇଯାଇଛନ୍ତି । ରୋଷଇ ବେଳେ ସିଲିଣ୍ଡରରୁ ହଠାତ ନିଆଁଲାଗି ଯିବାରୁ ଏହି ଅଗ୍ନିକାଣ୍ଡ ଘଟିଥିଲା । ସୈାଭାଗ୍ୟ ବଶତଃ ସମସ୍ତ ପରିବାର ସକାଳୁ ନିତ୍ୟକ୍ରମ ପାଇଁ ବାହାରକୁ ଯାଇଥିବାରୁ କାହାର କୌଣସି ହାନି ଘଟିନାହିଁ। ଘର ମଧ୍ୟରେ ଥିବା ଆସବାବପତ୍ର, ମୋଟର ସାଇକେଲ, ସମସ୍ତ ଲୁଗା , ପୋଷାକ ପତ୍ର, ଆଧାର କାର୍ଡ,ଭୋଟର ପରିଚୟପତ୍ର, ଚାଉଳ,ସୁନାଘହଣା, ୮୦ ହଜାର ଟଙ୍କା ଆଦି ପୋଡି ମାଟିରେ ମିଶି ଯାଇଛି ବୋଲି ସୁକାନ୍ତ ମଳିକ ବୋହୁ ମାମିନା ମଳିକ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ ଅଢାଖଣ୍ଡ ଗ୍ରାମ ଦଳିତ ସାହିର ସୁକାନ୍ତଙ୍କ ପରିବାର ଲୋକେ ସବୁଦିନ ଭଳି ଶନିବାର ସକାଳୁ ନିଜ ନିଜ କାମରେ ସମସ୍ତ ପରିବାର ଲୋକେ ଯାଇଥିଲେ। ତାଙ୍କ ବୋହୁ ମାମିନା ଗ୍ୟାସଚୁଲାରେ ରୁଟି କରୁଥିବା ବେଳେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା। ଏହାପରେ ସେ କିଛି ନ ବୁଝିପାରି ସେଠାରୁ ଦୌଡିପଲାଇଆସିଥିଲେ । ନିଆଁର ଗତି ବଢିବାରେ ଲାଗିଥିଲା। ଏପରିକି ଗାଁ ଲୋକଙ୍କୁ ଡାକ ପକାଇବା ସହ ନିକଟସ୍ଥ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହେଲେ ନିଆଁର ପ୍ରକୋପ ଏପରି ଥିଲା ଯାହାକି ଜିନିଷପତ୍ର ଉଦ୍ଧାର କରିବା କିମ୍ବା ନିଆଁକୁ ଆୟତ କରିବା ସମ୍ଭବ ହୋଇନଥିଲା। ଗାଁ ଲୋକେ ନିଆଁକୁ ଆୟତ କରିବା ନିମନ୍ତେ ସମସ୍ତ ପ୍ରକାର ପ୍ରଚେଷ୍ଟା ଚଳାଇଥିଲେ। ଅନ୍ୟପଟେ ଖବର ପାଇ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ଦୀର୍ଘ ସମୟ ପରେ ପହଁଚିବା ବେଳେକୁ ନିଆଁ ଆଁରେ ସବୁକିଛି ଜଳିପୋଡି ପାଉଁଶ ହୋଇଯାଇଥିଲା। ଅପରପକ୍ଷେ ନରସିଂହପୁର ସରପଂଚ ଦିପ୍ତିମୟୀ ପରିଡା ବିପନ୍‌ନ ପରିବାରଙ୍କୁ ଶୁଖିଲା ଖାଦ୍ୟର ବ୍ୟବସ୍ଥା କରିବା ସହିତ ପାଲ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ସର୍ବସ୍ୱ ହରାଇ ଥିବା ପରିବାରକୁ ସରକାରୀ ସାହାଯ୍ୟ ନିମନ୍ତେ ସରପଂଚ ଦିପ୍ତିମୟୀ ସହିତ ଗ୍ରାମବାସୀ ଅନୁରୋଧ କରିଛନ୍ତି।


Next Post

ରାସ୍ତାରେ ଓଲଟିଲା ଯାତ୍ରୀବାହୀ ବସ : ୧୦ ଯାତ୍ରୀ ଆହତ

Sat Dec 21 , 2024
ପଟ୍ଟାମୁଣ୍ଡାଇ ୨୧/୧୨ -କଟକରୁ ଯାତ୍ରୀମାନଙ୍କୁ ନେଇ ମହାକାଳପଡା ଜମ୍ବୁ ଅଭିମୁଖେ ଯାଉଥିବା ‘ଉମାଶଙ୍କର’ ନାମକ ଯାତ୍ରୀବାହୀ ବସ ପଟ୍ଟାମୁଣ୍ଡାଇ ଗ୍ରାମାଂଚଳ ଥିନା ବଟପଡା ଛକ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ବସ ଦୁର୍ଘଟଣାରେ ପ୍ରାୟ ୮ ରୁ ୧୦ ଜଣ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ସ୍ଥାନୀୟ ଗ୍ରାମବାସୀ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି କେନ୍ଦ୍ରାପଡା ଜିଲା ଚିକିତ୍ସାଳୟ ପଠାଯାଇଛି। ଦୁର୍ଘଟଣା ଘଟାଇବା ପରେ ବସ […]

KANIKA