ଷଣ୍ଢପଲ୍ଲୀରେ ବିଜେପି ମିଶ୍ରଣ ପର୍ବ



ପଟ୍ଟାମୁଣ୍ଡାଇ ତା ୨୧/୧୨- ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ବିଜେପି ସଂଗଠନକୁ ମଜଭୁତ କରିବା ପାଇଁ ପଦକ୍ଷେପ ନିଆଯାଇଛି I ଏହି ଉପଲକ୍ଷେ ପଟ୍ଟାମୁଣ୍ଡାଇ ପୌର ପରିଷଦ ନଂ ୧ୱାର୍ଡରେ ବିଜେପିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି I ପୂର୍ବତନ କାଉନସିଲର ବରିଷ୍ଠ ବିଜେପି ନେତା ପଦାରବିନ୍ଦ ସାହୁଙ୍କ ନେତୃତ୍ୱରେ ଆୟୋଜିତ ମିଶ୍ରଣ ପର୍ବ ରେ ରାଜନଗର ନିର୍ବାଚନମଣ୍ଡଳୀ ବିଜେପି ନେତା ଲଳିତ ବେହେରା,ବରିଷ୍ଠ ଯୁବନେତା ମିଟୁ ମନୋଜ ନାୟକ, ଯୁବନେତା ସୁରେଶ ସାହୁ, ପ୍ରକାଶ ଦାସ, ସଞ୍ଜୟ ସ୍ୱାଇଁ, ପ୍ରସନ୍ନ ତ୍ରିପାଠୀ, ଶିଶିର ମଲିକ, ବସନ୍ତ ସାହୁ, ଭଞ୍ଜ କିଶୋର ବାରିକ ପ୍ରମୁଖ ବହୁ ବିଜେପି ନେତା ଓ କର୍ମକର୍ତ୍ତା ଯୋଗ ଦେଇ ବିଭିନ୍ନ ଦଳ ତ୍ୟାଗ କରି ନୂତନ ଭାବେ ଦଳରେ ଯୋଗ ଦେଇଥିବା ଅକ୍ଷୟ ଧଳ, ଅଜିତ ବେହେରା,ମୁରଲୀ ଘଡାଇ, ମାନସ ବେହେରା,ଅଜୟ ଘଡାଇ, ଧୀରେନ ସାହୁ,ରବୀନ୍ଦ୍ର ଦାସ, ନିରାକାର ସାହୁ, ସୁବାଷ ସାହୁ, ସୁଶୀଲ ମହାଳିକ ଜୟରାମ ଘଡାଇ, ଅକ୍ଷୟ ରାଉଳ, ଭଜନା ପାତ୍ର, ରମେଶ ବେହେରା ଓ ପପୁ ଘଡାଇ ପ୍ରମୁଖ ବହୁ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ଓ ଫୁଲ ତୋଡ଼ା ଦେଇ ସ୍ୱାଗତ କରିବା ସହିତ ବିଜେପି ଦଳରେ ସାମିଲ କରିଥିଲେ I


Discover more from

Subscribe now to keep reading and get access to the full archive.

Continue reading