ଅଢାଖଣ୍ଡ ଅଗ୍ନିବିପନ୍ନ ପରିବାରକୁ ସାଂସଦଙ୍କ ସହାୟତା



ପଟ୍ଟାମୁଣ୍ଡାଇ ତା ୨୩/୧୨-ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ନରସିଂହପୁର ପଂଚାୟତ ଅଢାଖଣ୍ଡ ଗ୍ରାମରେ ଗ୍ୟାସ ଫାଟି ଗତକାଲି ରବୀନ୍ଦ୍ର ମଲିକଙ୍କ ଘର ପୋଡି ଯାଇଥିଲା  । ଖବର ପାଇ ଗତକାଲି ନରସିଂହପୁର ସରପଞ୍ଚ ଦିପ୍ତିମୟୀ ପରିଡା ଘଟଣାସ୍ଥଳରେ ପହଂଚି ବିପନ୍ନ ପରିବାରକୁ ଚୁଡା, ଗୁଡ଼, ଅଟା, ବିସ୍କୁଟ, ପାଲ ସହିତ ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଆଜି କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏହି ଘଟଣାରେ ଗଭୀର ଦୁଃଖ ପ୍ରକାଶ କରି ବିପନ୍ନ ପରିବାରକୁ ସହାୟତା ପ୍ରଦାନ କରିଛନ୍ତି । ସାଂସଦଙ୍କ ପକ୍ଷରୁ ନରସିଂହପୁର ସରପଞ୍ଚ ଦୀପ୍ତିମୟୀ ପରିଡା, ବିଜେପି ଯୁବନେତା ସୁଶୀଲ ପରିଡା, ଆଡ଼ଭୋକେଟ ଭାରତ ଭୂଷଣ ଦାସ, ପରେଶ ସାହୁ, ସୁବ୍ରତ ଦାସ, ଗିରିଜାଶଙ୍କର ସାମଲ, ଶୈଳେନ୍ଦ୍ର ପରିଡା ପ୍ରମୁଖ ବିପନ୍ନ ପରିବାରକୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିଲେ ।


Next Post

ଅଦିନିଆ ବର୍ଷା ଧୋଇ ନେଲା ବର୍ଷକର ଦାନା : ଧାନ କଚଡା ପାଣିରେ ଭାସୁଛି , ଚିନ୍ତାରେ ଚାଷୀ

Sun Dec 22 , 2024
ପଟ୍ଟାମୁଣ୍ଡାଇ ୨୨/୧୨ କ-ପଟ୍ଟମୁଣ୍ଡାଇ ଅଂଚଳରେ ଲଘୁଚାପଜନିତ ଲଗାଣ ବର୍ଷା ଫଳରେ ବ୍ୟାପକ ମାତ୍ରାରେ ଧାନଚାଷ କ୍ଷତିଗ୍ରସ୍ତ ହୋଇଛି। ଗତ ଦୁଇଦିନ ଧରି ଲାଗି ରହିଥିବା ଲଘୁଚାପ ବର୍ଷା ପାଣିରେ ପାଚିଲା ଧାନ ଲୋଟିରହିଛି । ଯଦିଓ ବର୍ଷା ହ୍ରାସ ପାଇଛି ତେବେ ବିଲରେ ପାଣି ଛିଡ଼ା ହୋଇଛି। ପାଣି ଖଲାସ କରିବାକୁ ନେଇ ଚାଷୀ ନାକେଦମ ହେଲେଣି। କ୍ଷେତରୁ ପାଣି ଶୀଘ୍ର ନ ଛାଡ଼ିଲେ ଧାନ ଗଜା ହୋଇଯିବା ଆଶଙ୍କା […]

You May Like