ସାମ୍ବାଦିକଙ୍କୁ ଆକ୍ରମଣ ପ୍ରତିବାଦରେ କେନ୍ଦ୍ରାପଡା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର


କେନ୍ଦ୍ରାପଡା, ତା୨୨/୬ – ଶ୍ରୀ ଗୁଣ୍ଡିଚା ଦିନ ପୁରୀରେ ନ୍ୟୁଜ ୭ର ପୁରୀ ଜିଲ୍ଲା ପ୍ରତିନିଧି ଚିତ୍ତରଞ୍ଜନ ମହାନ୍ତି ଓ ଚନ୍ଦ୍ର ଶେଖର ପାତ୍ରଙ୍କୁ ରଥଯାତ୍ରାର କଭରେଜ କରୁଥିବା ବେଳେ ଦୁଇଜଣ ସେବାୟତ ସେମାନଙ୍କୁ ଆକ୍ରମଣ କରିଥିଲେ । ଆକ୍ରମଣ କରିଥିବା ସେବାୟତ ହେଲେ ମାଧବ ମହାପାତ୍ର ଓ ମାଧବ ପୂଜାପଣ୍ଡା । ଉଭୟ ନାମରେ ସ୍ଥାନୀୟ ଥାନାରେ ଏତଲା ଦିଆଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନାହିଁ । ଏହାର ପ୍ରତିବାଦ କରିବା ସହ ଅଭିଯୁକ୍ତ ସେବାୟତ ଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଆଜି ଉତ୍କଳ ସାମ୍ବାଦିକ ସଂଘ କେନ୍ଦ୍ରାପଡା ଜିଲ୍ଲା ଶାଖା ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସଂଘର ସଭାପତି ହିମାଂଶୁ ଶେଖର ନାୟକଙ୍କ ନେତୃତ୍ୱରେ ଜିଲ୍ଲାର ସାମ୍ବାଦିକ ମାନେ ଏକତ୍ର ଏକ ଶୋଭାଯାତ୍ରା ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବାହାରି ଜଝାଙ୍ଗ ସ୍ଥିତ ଏସ୍ପିଙ୍କ କାର୍ଯ୍ୟାଳୟରେ ପହଞ୍ôଚ ଥିଲେ । ସେଠାରେ ଆରକ୍ଷୀ ଅଧିକ୍ଷକ ମଦକର ସନ୍ଦୀପ ସମ୍ପଦ୍‌ଙ୍କୁ ଭେଟି ଆଲୋଚନା କରିବା ସହିତ ପୋଲିସ ଡିଜିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ତେବେ ଆଗାମୀ ଦିନରେ ସରକାର କାର୍ଯ୍ୟ କ୍ଷେତ୍ରରେ ସାମ୍ବାଦିକ ଙ୍କ ସୁରକ୍ଷାକୁ ନିଶ୍ଚିତ କରିବା ସହ ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ୍ ପ୍ରଣୟନ ପାଇଁ ସାମ୍ବାଦିକ ମାନେ ଦାବି କରିଛନ୍ତି । ଏହି ଦାବିପତ୍ର ସମୟରେ ସାମ୍ବାଦିକ ମାତୃଦତ୍ତ ମହାନ୍ତି, ଜୀବନ ସିଂ, ବିରେନ ଦାସ, ମନୋଜ ସ୍ୱାଇଁ, ଜଗନ୍ନାଥ ଧଳ,ଦିଲ୍ଲିପ ମହାନ୍ତି, ଲକ୍ଷ୍ମୀକାନ୍ତ ନାୟକ, ଦୁର୍ଗା ପତି, ବାସନ୍ତି ମହାପାତ୍ର, ସୁଶାନ୍ତ ନାୟକ, କବିତା ନାୟକଙ୍କ ସହ ଜିଲ୍ଲାର ବହୁ ସାମ୍ବାଦିକମାନେ ଉପସ୍ଥିତ ଥିଲେ ।

 


Discover more from

Subscribe now to keep reading and get access to the full archive.

Continue reading