ଓଡ଼ିଶାର ନୂଆ ରାଜ୍ୟପାଳ ଡା. ହରିବାବୁ କମ୍ଭମ୍ପତି


ନୂଆଦିଲ୍ଲୀ, ୨୪ା୧୨ ବଦଳିଲେ ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ। ମିଜୋରାମର ରାଜ୍ୟପାଳ ଡା. ହରି ବାବୁ କମ୍ଭମ୍ପତିଙ୍କୁ ଓଡିଶାରବ ନୂତନ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ରାଷ୍ଟ୍ରପତି ହରିବାବୁଙ୍କୁ ନିଯୁକ୍ତି ଦେଇଥିବା ବେଳେ ରାଜ୍ୟପାଳ ପଦରୁ ରଘୁବର ଦାସ ଇସ୍ତଫା ଦେଇଛନ୍ତି।
ସେହିଭଳି ଓଡ଼ିଶା ସମେତ ଆଉ ୪ ରାଜ୍ୟରେ ମଧ୍ୟ ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ଜେନେରାଲ ବିଜୟ କୁମାର ସିଂହଙ୍କୁ ମିଜୋରାମ ରାଜ୍ୟପାଳ, ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକରଙ୍କୁ କେରଳ ରାଜ୍ୟପାଳ, ଆରିଫ ମହମ୍ମଦଙ୍କୁ ବିହାର ରାଜ୍ୟପାଳ ଏବଂ ଅଜୟ କୁମାର ଭଲ୍ଲାଙ୍କୁ ମଣିପୁର ରାଜ୍ୟପାଳ ନିଯୁକ୍ତ କରାଯାଇଛି।


Next Post

ଆଂଟିବାୟୋଟିକର ବହୁଳ ବ୍ୟବହାର ଯୋଗୁ ଲୋକଙ୍କ ଦେହରେ ବଢୁଛି ଡ୍ରଗ ରେଜିଷ୍ଟାନ୍ସ୍ , ଏବେ ନୂଆ ଆଣ୍ଟିବାୟୋଟିକ ଦେବ ୧୦ ଗୁଣା ଲାଭ

Wed Dec 25 , 2024
ଅନ୍ୱେଷଣ ବ୍ୟୂରୋ ଆଂଟିବାୟୋଟିକର ବହୁଳ ବ୍ୟବହାର ଯୋଗୁ ଲୋକଙ୍କ ଦେହରେ ବଢୁଛି ଡ୍ରଗ ରେଜିଷ୍ଟାନ୍ସ୍ । କରୋନା କାଳରେ ବ୍ୟବହାର ହେଉଥିବା ମାକ୍ରୋଲାଇଡ୍ସ୍‌, ଆଜିଥ୍ରୋମାଇସିନ୍ ଆଉ କାମ ଦେଉନି । ଏହାର ଉପଚାର ବାହାର କରିଛନ୍ତି ଭାରତୀୟ ବୈଜ୍ଞାନିକ । ୩୦ ବର୍ଷର ଗବେଷଣା ପରେ ଆବିଷ୍କାର ହୋଇଛି ନୂଆ ଆଂଟିବାୟୋଟିକ୍ ନାଫିଥ୍ରୋମାଇସିନ୍ । ଯାହାକି ଶ୍ୱାସ ଜନିତ ସଂକ୍ରମଣ ରୋଗ ଓ ଅନ୍ୟ ସଂକ୍ରମଣ ଜନିତ ରୋଗକୁ ଭଲ […]