ଧାନ ଅଭାବି ବିକ୍ରୀର ଶିକାର ହେଉଛନ୍ତି ଚାଷୀ : ମଣ୍ଡି ଖୋଲିବା ବିଳମ୍ବ ,କ୍ଷୁଦ୍ର ମଧ୍ୟମ ଚାଷୀ ଦାଲଲଙ୍କ ପାଲରେ


 


ପଟ୍ଟାମୁଣ୍ଡାଇ ୨୭/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଅଂଚଳର ଏ ପର୍ଯ୍ୟନ୍ତ ଧାନ ମଣ୍ଡି ଖୋଲିନାହିଁ। ଲଘୁଚାପ ଓ ଗୁରୁଚାପ ଜନିତ ବର୍ଷାପରେ ଧାନବିଲ ବୁଡିିରହିଛି । ଗୁରୁବାର ପାଗ ଶୁଖିଲା ଥିବାରୁ କିଛି କଚଡା ଉଚ୍ଚ ସ୍ଥାନକୁ ଆସିଛି । ମାତ୍ର ଶୁକ୍ରୁବାର ଠାରୁ ପଟ୍ଟାମୁଣ୍ଡାଇ ଅଂଚଳର ବହୁଚାଷୀ ମେସିନରେ ଧାନକାଟି ଖୋଲା ଆକାଶ ତଳେ ଧାନବସ୍ତା ଅମଳ କରି ଜଗି ରହିଛନ୍ତି। ଚାଷୀ ଋଣ ଏବଂ କରଜ କରି ଧାନ ଅମଳ କରୁଥିବାବେଳେ ଚଳିତବର୍ଷ ସରକାରଙ୍କ ଉଚିତ୍ ମୂଲ୍ୟରେ ଋଣ ଶୁଝିବା ଚିନ୍ତାରେ ରହିଥିଲା । ମାତ୍ର ବାରମ୍ବାର ଲଘୁଚାପ ଚାଷୀକୁ ଚିନ୍ତାରେ ପକାଇଛି। କ୍ଷେତରେ ଧାନ ଖରାବର୍ଷାଖାଇ ଗଜା ହେବାକୁ ବସିଥିବା ବେଳେ ଆଗକୁ ଆଉଏକ ପଶ୍ଚିମାଝଡବର୍ଷା ଆସୁଥିବା ପାଣିପାଗ ବିଭାଗ ସୁଚନା ଦେଇଛି ।ପାଣିପାଗ ସୁଚନା ମଣ୍ଡି ଖୋଲିବା ବିଳମ୍ବ ଯୋଗୁଁ ଖୁଦ୍ର ଓ ମଧ୍ୟମ ବର୍ଗର ଚାଷୀ ଅଧିକ ଦଲାଲଙ୍କ ଶିକାର ହେଇ ଧାନ ବିଲରେ ମପେଇ ଦେଉଛନ୍ତି।


ଚାଷୀ କୁଞ୍ଜବିହାରୀ ନାୟକ କୁହନ୍ତି ପଟ୍ଟାମୁଣ୍ଡାଇ ଅଂଚଳରେ ଏବେ ୧୧ ହଜାର ୩୦୦ ହେକ୍ଟର ଜମି ମଧ୍ୟରୁ ପ୍ରାୟ ୬୦ ଭାଗ ଜମିରୁ ଧାନ କଟା ସରିଥିବା ବେଳେ ସେଥିମଧ୍ୟରୁ ୪୦ ଭାଗ ଧାନ ମେସିନରେ ଅମଳ ସରିଲାଣି। କାଳେ ଆଗକୁ ପୁଣି ବର୍ଷା ହେବ ଚାଷୀ ଏଭଳି ଚିନ୍ତାରେ ପଡିଥିବା ବେଳେ ପରିସ୍ଥିତିର ସୁଯୋଗ ନେଇ ବେପାରୀ ଏବଂ ମିଲର୍ସ ଚାଷୀଙ୍କ ଠାରୁ କ୍ଷେତରୁ କମ୍ ମୂଲ୍ୟରେ ଧାନ କିଣି ନେଉଛନ୍ତି। ମଣ୍ଡି ଖୋଲିବାରେ ବିଳମ୍ବ, କାଳେ ପୁଣି ବର୍ଷାହେବ, ଗଜା ଭିଜା ଧାନ ସରକାର ନକିଣିବେ, ଏଭଳି କଥାକୁ ନେଇ ଚାଷୀ ବେପାରୁଙ୍କୁ ମପେଇ ଦେଉଥିବା ଦେଖାଯାଉଛି । ଆଉ କେତେକ ଚାଷୀ କେବେ ମଣ୍ଡି ଖୋଲିବ ଏବଂ ଟୋକନ ଆସିଲେ ଧାନ ବିକ୍ରି କରିବେ ବୋଲି ଅପେକ୍ଷା କରିଛନ୍ତି।


କୃଷକ ନେତା ରଞିତ ପ୍ରଧାନ କୁହନ୍ତି ଚଳିିତ ବର୍ଷ ଧାନ ଅମଳ ପରେ ସରକାରୀ ମଣ୍ଡିରେ ସ୍ଥିରୀକୃତ ଧାର୍ଯ୍ୟ ସରକାରୀ ଦରରେ ବିକି ଚାଷ ପାଇଁ ଧାର କରଜ କରିଥିବା ଟଙ୍କା ଶୁଝିଦେବେ ବୋଲି ଚାଷମାନେ ଭାବିଥିଲେ। କିନ୍ତୁ ମଣ୍ଡି ଖୋଲିବାରେ ଅହେତୁକ ବିଳମ୍ବ ଓ ଲଗାଣ ବର୍ଷା ଯୋଗୁ ଚାଷୀମାନେ ବାଧ୍ୟ ହୋଇ ଧାନ କୁଇଂଟାଲ ପ୍ରତି ୧୮୫୦ରୁ ୨୦୦୦ ଦରରେ ଦଲାଲମାନଙ୍କୁ ବିକ୍ରି କରୁଛନ୍ତି। ପଟ୍ଟାମୁଣ୍ଡାଇ ଅଂଚଳର ଚାଷୀମାନେ ଏକର ପିଛା ଅନୁନ୍ୟ ୨୦ ରୁ ୨୨ କୁଇଂଟାଲ ଧାନ ଅମଲ କରନ୍ତି । ସରକାରଙ୍କ ଧାର୍ଯ୍ୟ ମୂଲ୍ୟ କୁଇଂଟାଲ ପ୍ରତି ୩୧୦୦ଟଙ୍କା ରହିଥିବା ବେଳେ ବେପାରୀ ଏକର ପିଛା ୨୪ ହଜାର ଟଙ୍କାରୁ ଅଧିକ କ୍ଷତି ସହୁଛନ୍ତି । ଏପରିକି ଦଲାଲମାନେ ଆସି କ୍ଷେତରୁ ଧାନ ନେଇ ବାହାର ବେପାରୀଙ୍କୁ ଚଢ଼ାଦରରେ ବିକ୍ରି କରି ମାଲାମାଲ ହେଉଛନ୍ତି।


ନରେଶ ଜେନା,  ଅବୟ ବଳ, ଗଗନ ବଲ, ରାଜିବ ନାୟକ ପ୍ରମୁଖ କୁହନ୍ତି ଜାନୁଆରି ୭ ସୁଦ୍ଧା ମଣ୍ଡି ଖୋଲାଯିବ ବୋଲି ପ୍ରଶାସନ ପକ୍ଷରୁ ଦିନ ଧାର୍ଯ୍ୟ କରାଯାଇଛି। ଅନ୍ୟପକ୍ଷରେ ମଣ୍ଡି ଖୋଲିବାର ୧୫ ଦିନ ପୂର୍ବରୁ ଚାଷୀଙ୍କୁ ଟୋକନ ପାଇଁ ମୋବାଇଲରେ ସୂଚନା ମିଳିବା କଥା। ହେଲେ ଏ ପର୍ଯ୍ୟନ୍ତ ପଟ୍ଟାମୁଣ୍ଡାଇରେ ଜଣଙ୍କୁ ମଧ୍ୟ ମୋବାଇଲରେ ସୂଚନା ଦିଆଯାଇନାହିଁ। ଏଭଳି ସ୍ଥଳେ ଅଧିକାଂଶ ଚାଷୀ ବାହାର ବେପାରୀ ଏବଂ ମିଲର୍ସଙ୍କୁ ଧାନ ବିକ୍ରି କରିବା ପରେ ମଣ୍ଡି ଖୋଲି ପ୍ରଶାସନ ବାଃ ବାଃ ନେବାରେ କେଉଁଲାଭ ବୋଲି ଚାଷୀ ମତପ୍ରକାଶ କରିଛନ୍ତି। ବର୍ଷା ଶୀତ କାକରରେ ଚାଷୀ ବର୍ଷକର ଅମଳ ଧାନକୁ ଏବେ ଖଳାରୁ ଧାନ ନେଇ କୌଣସି ସୁରକ୍ଷିତ ସ୍ଥାନରେ ରଖିବା ପାଇଁ ମଧ୍ୟ ପ୍ରସ୍ତୁତ ନୁହଁନ୍ତି। ସୋସାଇଟ ଗୋଦାମ ଗୃହ ଶୀଘ୍ର ମଣ୍ଡି ଖୋଲି ଚାଷୀଙ୍କ ଧାନ କିଣିବା ପାଇଁ ଚାଷୀ ଦାବି କରିଛନ୍ତି।


Next Post

ପଟ୍ଟାମୁଣ୍ଡାଇ କଂଗ୍ରେସ ପକ୍ଷରୁ ଶୋକ ସଭା, ମହମବତୀ ଶୋଭାଯାତ୍ରା

Fri Dec 27 , 2024
ପଟ୍ଟାମୁଣ୍ଡାଇ ତା ୨୭/୧୨-ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ବିଶିଷ୍ଟ ଅର୍ଥନୀତିଜ୍ଞ ଡ଼ ମନମୋହନ ସିଂଙ୍କ ବିୟୋଗରେ ପଟ୍ଟାମୁଣ୍ଡାଇ ବ୍ଲକ ଓ ନଗର କଂଗ୍ରେସ ପକ୍ଷରୁ ଶୋକ ସଭା କରାଯାଇଛି । ଜିଲ୍ଲା ଯୁବକଂଗ୍ରେସ ପ୍ରାକ୍ତନ ସଭାପତି ସତ୍ୟପ୍ରିୟ ସାମଲଙ୍କ ପୌରହିତ୍ୟରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ , ଧନେଶ୍ୱର ଦାସ, ରବି ନାରାୟଣ ମିଶ୍ର,  ଅଶ୍ୱିନୀ ପାତ୍ର, ଜିଲ୍ଲା କଂଗ୍ରେସ ଦଳିତ ସେଲ ଅଧ୍ୟକ୍ଷ ସର୍ବେଶ୍ୱର ସେଠୀ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ […]

KANIKA