ପଟ୍ଟାମୁଣ୍ଡାଇ ତା ୨୭/୧୨-ପୁରୀ ନୀଳାଚଳ ସାରସ୍ୱତ ସଂଘର ଶାଖା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବାଛରା ପଂଚାୟତ ମଣ୍ଡପଡା ସାରସ୍ୱତ ସଂଘ ର ବାର୍ଷିକ ଉତ୍ସବ ନିଗମାନନ୍ଦ ଆସନ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି ।ଏଇ ଅବସରରେ ଏକ ସୁସଜ୍ଜିତ ଆସନ ମଣ୍ଡପରେ ଠାକୁରଙ୍କୁ ଉପବିଷ୍ଟ କରାଯାଇ ଷୋଡଶ ଉପଚାର ପୂଜା, ଆଳତି ସ୍ରୋତ ବନ୍ଦନା,ପ୍ରାର୍ଥନା ଓ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି । ପୁରୀ ନୀଳାଚଳ ସାରସ୍ୱତ ସଂଘ ପରିଚାଳକ ଶରତ ସିଂହଦେଓ ଶ୍ରୀ ଶ୍ରୀ ଠାକୁରଙ୍କ ଆଦର୍ଶ ଓ ଭାବଧାରା ଉପରେ ଆଲୋକପାତ କରିଥିଲେ । ଦୁଇ ଦିନ ଧରି ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଜୟଗୁରୁ ନାମଯଜ୍ଞରେ ସହସ୍ରାଧିକ ଭକ୍ତ ଓ ଶିଷ୍ୟ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ସଂଘ ସଭାପତି ଖଗେଶ୍ୱର ସାହୁ, ସମ୍ପାଦକ ଅଚ୍ୟୁତାନନ୍ଦ ଭୋଇ, କୋଷାଧକ୍ଷ ଅକ୍ଷୟ ଦାସ, ସମାଜସେବୀ କାଁହୁ ସାମଲ, ଅଭିରାମ ସାମଲ,ଜୟରାମ ପ୍ରଧାନ, ବିଭୁତି ଭୂଷଣ ସ୍ୱାଇଁ,ଗଗନ ବିହାରୀ ପ୍ରଧାନ ପରିଚାଳନା କରିଥିଲେ ।