ଅବକାରୀ ଚଢଉ ବେଳେ ମଦ ମାଫିଆଙ୍କ ଆକ୍ରମଣ, ଥାନାରେ ଏତଲା



ପଟ୍ଟାମୁଣ୍ଡାଇ ୨୭/୧୨ -କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ସହରରେ ଚୋରାରେ ମଦ ବିକ୍ରି ହେଉଥିବା ଖବର ପାଇ ପଟ୍ଟାମୁଣ୍ଡାଇ ଅବକାରୀ ଟିମ ନୁଆଗାଁରେ ଚଠାଉ କରିଥିଲେ । ମଦ ଜବତ ସମୟରେ ଅବକାରୀ ସ୍କାର୍ଡ ଉପରେ ମଦମାଫିଆ ଆକ୍ରମଣରେ ୨ଜଣ ଅବକାରୀ ନିରୀକ୍ଷକ ଗୁରୁତର ଆହତ ହୋଇଥିବାବେଳେ ଜଣେ ଅଳ୍ପବହୁତେ ଆହତ ହୋଇଥିବା ଜଣାପଡିଛି।
ସୁଚନା ଅନୁଯାଇ କେନ୍ଦ୍ରାପଡା ଜିଲା ଅବକାରୀ ବିଭାଗ ନିର୍ଦ୍ଦେଶକ୍ରମେ ପଟ୍ଟାମୁଣ୍ଡାଇ ଅବକାରୀ ଦଳ ପଟ୍ଟାମୁଣ୍ଡାଇ ସହର ପାଖ ନୁଆଗାଁରେ ଚଢଉ କରିଥିଲା। ଏହି ଚଢାଉରେ ପ୍ରାୟ ୧୫ ଲିଟର ଦେଶୀମଦ ସହ ଏକ ସ୍କୁଟିକୁ ଜବତ କରିଥିଲା। ଏଥିରେ ମଦମାଫିଆ ଉତକ୍ଷିପ୍ତ ହୋଇ ଅବକାରୀ ନିରିକ୍ଷକଙ୍କୁ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଅବକାରୀ ସବ-ଇନସପେକ୍ଟର ନରେଶ ପଣ୍ଡାଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗି ଗୁରୁତର ଆହତ ହୋଇଥିବା ବେଳେ ଏଏସଆଇ ସୁନିଲ ମିଶ୍ର, ଲିକନ ପ୍ରଧାନ ମଧ୍ୟ ଆହତ ହୋଇଥିଲେ । ସବ ଇନସପେକ୍ଟର ପଣ୍ଡା ପଟ୍ଟାମୁଣ୍ଡାଇ ଉପଖଣ୍ଡ ଚିକିତ୍ସାଳୟରେ ପ୍ରାଥମିକ କରାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନାରେ ଏତଲା ଦେଇଥିଲେ ବୋଲି କହିଛନ୍ତି । ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଏନେଇ ଏକ ମାମଲା ୩୭୧/୨୦୨୪ ରୁଜୁ କରି ତଦନ୍ତ ଚଳାଇଛି ।


Next Post

ଲାଲ ବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମର ବନ୍ଧୁମିଳନ ଉତ୍ସବ

Fri Dec 27 , 2024
କେନ୍ଦ୍ରାପଡ଼ା,୨୭ା୧୨: କେନ୍ଦ୍ରାପଡା ଜିଲ୍ଲା ମେହେନ୍ଦିପୁରସ୍ଥିତ ଲାଲବାହାଦୁର ନୋଡାଲ ଉଚ୍ଚ ଶିକ୍ଷାଶ୍ରମ ୧୯୮୨ ବ୍ୟାଚ ଶିକ୍ଷାର୍ଥୀମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ସ୍ଥାନୀୟ ତରାପୁର ଶାରଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମା’ ଶାରଳାଙ୍କର ମାର୍ଜନା ଓ ପୂଜାର୍ଚ୍ଚନା, ମନ୍ଦିର ପରିବେଶ ସଫେଇ ଓ ପରିମଳ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବଡଦିନ ଉପଲକ୍ଷେ ଏହି କାର୍ଯ୍ୟକ୍ରମରେ ପ୍ରାକ୍ତନ ଶିକ୍ଷକ ଅକ୍ଷୟ କୁମାର ଦାଶ ଓ ୪୦ ଜଣ […]

KANIKA