ରଙ୍ଗତୁଳୀର ସ୍ପର୍ଶରେ ପ୍ରଥମ ଯୁବ ତରଙ୍ଗ ଉଦଘାଟନ



କେନ୍ଦ୍ରାପଡା ୨୭/୧୨- ଜିଲ୍ଲା ସଂସ୍କ୍ରୁତି ଭବନ ପରିସରରେ ସିମ୍ଫୋନି ପକ୍ଷରୁ ଯୁବ ସାଂସ୍କୃତିକ ମହୋତ୍ସବ ଯୁବ ତରଙ୍ଗ ରଙ୍ଗ ତୁଳୀ ସ୍ପର୍ଶରେ ଅତିଥି ଭାବେ ପ୍ରଖ୍ୟାତ୍ କଥାକାର ରାମ ଚନ୍ଦ୍ର ବେହେରା, ଆଲାସ୍କା ବିଶ୍ୱ ବିଦ୍ୟାଳୟର ପ୍ରାଧ୍ୟାପକ ଦେବେନ୍ଦ୍ର କୁମାର ଦାସ, ବିଶିଷ୍ଟ କବି ଡ. ଅପର୍ଣ୍ଣା ମହାନ୍ତି ଯୋଗଦେଇ ଉଦଘାଟନ କରିଛନ୍ତି । ସଭାପତି ନବ ଜ୍ୟୋତି ରାୟଙ୍କ ସଞ୍ଚାଳନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନବ ପର୍ବ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଡ. ଗିରିଜକ୍ଷ କାନ୍ତ ଦାସ, ଡ. ଆଶୁତୋଷ ରାଉତ, ଦେବୀ ଦତ୍ତ ମିଶ୍ର ଏହାକୁ ପରିଚାଳନା କରିଥିଲେ । ଏଥିରେ ମନୋନୀତ ୨୦ ଜଣ ଯୁବ କବି କବୟତ୍ରୀ କବିତା ପାଠ କରିଥିଲେ । ଯୁବ ତରଙ୍ଗ ସଙ୍ଗୀତ, ନୃତ୍ୟ, ମିଳିତ ଅଭିନୟ ପରିବେଷଣ ହୋଇଥିଲା । ଏହାକୁ ଜୟଶ୍ରୀ ଦାସ, ଡ. ମାନସ କୁମାର ଦାସ, ଲିଜା ପଣ୍ଡା, ଗୋଲାପ ରାଉତ, ପ୍ରଭାତୀ ଧଳ ପରିଚାଳନା କରିଥିଲେ । ଗଳ୍ପ୍ ତରଙ୍ଗ କାର୍ଯ୍ୟକ୍ରମରେ ସ୍ୱପ୍ନାଂଶୁ କୁମାର ଦାସ, ଅଧ୍ୟାପକ ସୁକାନ୍ତ କୁମାର ପ୍ରଧାନ ପରିଚାଳନା କରିଥିଲେ । ଏଥିରେ ମନୋନୀତ ଦଶ ଜଣ ଯୁବ ଗାଳ୍ପିକ ଗଳ୍ପ ପଠନ କରିଥିଲେ । ଚିତ୍ର ତରଙ୍ଗ କାର୍ଯ୍ୟକ୍ରମରେ ସୌମ୍ୟ ରଞ୍ଜନ ପଟ୍ଟନାୟକ, ସିନୁ ଲତା ଦାସ, ରଶ୍ମି ରଞ୍ଜନ ବାରିକ ଏହାକୁ ପରିଚାଳନା କରିଥିଲେ । ଏଥିରେ କୋଡ଼ିଏ ଜଣ ଯୁବ ଚିତ୍ର ଶିଳ୍ପୀ ସୁନ୍ଦର୍ ସୁନ୍ଦର୍ ଚିତ୍ର ଅଙ୍କନ କରିଥିଲେ । ଏଥିରେ ବଳଦେବଜୀଉ କଳା ସଂସ୍କୃତି ପ୍ରତିଷ୍ଠାନ, ଭାବଗ୍ରାହୀ କଳା ନିକେତନ, ପାୟଲ ମ୍ୟୁଜିକ୍ ଓ ଜିଲ୍ଲାର ବିଭିନ୍ନ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍‌ଯକ୍ରମ ପରିବେଷଣ କରିଥିଲେ । ଏଥିରେ ଜିଲ୍ଲାର ପ୍ରତିଷ୍ଠିତ କବି ସାହିତ୍ୟିକ, ପଦାଧିକାରୀମାନେ ଯୋଗ ଦେଇ ପିଲାମାନଙ୍କୁ ପୁରସ୍କୃତ କରିଥିଲେ । ସିମ୍ଫୋନିର କର୍ମକର୍ତ୍ତା ହିମାଂଶୁ ପରିଡା, ପବିତ୍ର କୁମାର ସାହୁ, କେମ୍ ର ସମ୍ପାଦକ ମହମଦ ଜକ୍ଷହିଦ ଖାଁ, ପ୍ରତାପ ସ୍ୱାଇଁ, ଶାନ୍ତନୁ ମଲ୍ଲିକ, ଅଜୟ କୁମାର ପାତ୍ର, ରଞ୍ଜନ ବାଇ ପ୍ରମୂଖ ସହଯୋଗ କରିଥିଲେ । ସର୍ବ ଶେଷରେ କୋଷାଧ୍ୟକ୍ଷ ବଂଶୀଧର ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ ।


Discover more from

Subscribe now to keep reading and get access to the full archive.

Continue reading