ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଗଣିତ ବିଭାଗରେ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର



ପଟ୍ଟାମୁଣ୍ଡାଇ ୨୮/୧୨- ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟରେ ଗଣିତ ବିଭାଗ ଓ କମ୍ପୁଟର ସାଇନ୍ସ ବିଭାଗର ମିଳିତ ଆନୁକୂଲ୍ୟରେ “ଡ଼ିସ୍କ୍ରିଟ ମାଥା ମାଟିକସ ଆଣ୍ଡ ଆର୍ଟିଫିସିଆଲ ଇଟେଂଲିଜେନ୍ସ ” ରାଜ୍ୟ ସ୍ଥରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଦିଲ୍ଲୀପ ଭୂୟାଁଙ୍କ ପୌରହିତ କରିଥିବା ବେଳେ ଗଣିତ ବିଭାଗର ମୁଖ୍ୟ ଅଧ୍ୟାପକ ଅରବିନ୍ଦ ପାଣ୍ଡବ ସ୍ୱାଗତଭାଷଣ ଓ ଆଲୋଚନା ଚକ୍ରର ସନ୍ଧର୍ଭ ପାଠ କରିଥିଲେ । ଭୁବନେଶ୍ୱର ସିଲିକନ ବିଶ୍ୱବିଦ୍ୟାଳୟର ପ୍ରଫେସର ଡ଼କ୍ଟର ପ୍ରୟାଗ ପ୍ରସାଦ ମିଶ୍ର ମୁଖ୍ୟ ଆଲୋଚକ ଓ ଭୁବନେଶ୍ୱର କୀଟ ବିଶ୍ୱବିଦ୍ୟାଳୟର କମ୍ପୁଟର ସାଇନ୍ସ ସହକାରୀ ପ୍ରଫେସର ଡ଼କ୍ଟର ସତ୍ୟାନନ୍ଦ ଚମ୍ପତି ରାୟ ଆଲୋଚକ ଭାବେ ଯୋଗ ଦେଇଥିଲେ । ଆଲୋଚନା ଚକ୍ରରେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା । ଏହି ଆଲୋଚନା ଚକ୍ରରେ ଡ଼ ମିଶ୍ର ଡ଼ିସ୍କ୍ରିଟ ମାଥା ମାଟିକସର ମୂଳ ତତ୍ୱ ବିଷୟରେ ଆଲୋଚନା ପୂର୍ବକ ପିଲାମାନଙ୍କ ସହ ପ୍ରଶ୍ନ ଉତର କାର୍ଯ୍ୟ କ୍ରମରେ ଭାଗ ନେଇ ଥିଲେ । ଡ଼ ଚମ୍ପତି ରାୟ ଆର୍ଟିଫିସିଆଲ ଇଟେଂଲିଜେନ୍ସର ବିଭିନ୍ନ ତତ୍ୱ ଭିତିକ ପ୍ରୟୋଗର ବାଖ୍ୟାନ କରିଥିଲେ । ଆଏ.କ୍ୟୁ.ଏସି ସଂଯୋଜକ ତଥା ରସାୟନ ବିଭାଗର ପ୍ରାଧ୍ୟାପକ ଡ଼ଃ ସୁନୀଲ କୁମାର ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ବିଭାଗର ଅନ୍ୟତମ ଅଧ୍ୟାପକ ଡ ନିର୍ମଳ କୁମାର ସାହୁ ଧନ୍ୟବାଦ ପ୍ରସ୍ତାବ ରଖିଥିଲେ । କମ୍ପୁଟର ସାଇନ୍ସ ବିଭାଗର ମୁଖ୍ୟ ଅଧ୍ୟାପକ ବିଶ୍ୱଜିତ ଷଡ଼ଙ୍ଗୀ ଓ ଅଧ୍ୟାପିକା ପ୍ରିୟଙ୍କା ପ୍ରିୟଦର୍ଶିନୀ ବାରିକ ସଭାରେ ଉପସ୍ଥିତ ଥିଲେ । ଜିଲା ତଥା ରାଜ୍ୟର ବିଭିନ୍ନ କଲେଜରୁ ଗଣିତ ବିଭାଗର ପ୍ରାଧ୍ୟାପକ ବିପିନ ବିହାରୀ ନାଥ ,ଶିବ ଚରଣ ଦାସ, ରତ୍ନାକର ସାହୁ, ରତିକାନ୍ତ ଲେଙ୍କା,ତୁଷାର କାନ୍ତ ପରିଡା , ମିନପ୍ରଭା ସାହୁ ,ଜୟନ୍ତ ସାହୁ ,ଅମରେନ୍ଦ୍ର ମଲିକ,ଏଲିନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଉଭୟ ବିଭାଗର ସମସ୍ତ ଛାତ୍ରଛାତ୍ରୀ , ଗଣିତ ଆଲୁମିନି ଆସୋସିଏସନ ସଭ୍ୟ ବୃନ୍ଦ , ମହାବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକାମାନେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟ କ୍ରମକୁ ପ୍ରାଧ୍ୟାପିକା ଡ ଅଞ୍ଜଳି କୁମାରୀ ଦାଶ,ଡ଼ ରମେଶ କୁମାର ସାହୁ ,ଅଧ୍ୟାପିକା ସରୋଜିନୀ ମିଶ୍ର , ଅଧ୍ୟାପକ ରଞ୍ଜନ କୁମାର ଗାହାଣ, ଅଧ୍ୟାପକ ପିଂଟୁ ପଟେଲ,ଅଧ୍ୟାପିକା ଦେବସ୍ମିତା ତ୍ରିପାଠୀ ପ୍ରମୁଖ ପରିଚାଳନ କରିଥିଲେ ।


One thought on “ପଟ୍ଟାମୁଣ୍ଡାଇ ମହାବିଦ୍ୟାଳୟର ଗଣିତ ବିଭାଗରେ ରାଜ୍ୟ ସ୍ତରୀୟ ଆଲୋଚନା ଚକ୍ର

Comments are closed.

Discover more from

Subscribe now to keep reading and get access to the full archive.

Continue reading