ସାନ୍ଧ୍ୟ ମହାବିଦ୍ୟାଳୟ ୨୦୧୧ ପୁରାତନ ବ୍ୟାଚ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ବନ୍ଧୁମିଳନ କାର୍ଯ୍ୟକ୍ରମ



କେନ୍ଦ୍ରାପଡ଼ା -୨୯/୧୨- କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟ ୨୦୧୧ ବ୍ୟାଚ ଛାତ୍ରଙ୍କ ଦ୍ୱାରା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଗରାପୁର ଆଳିଜଙ୍ଗା ସ୍ଥିତ ଗୋରେଖନାଥ ବଟରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୧୪ ବର୍ଷ ପରେ ପୁରାତନ ଛାତ୍ର ମାନଙ୍କ ମଧ୍ୟରେ ଏକ ବନ୍ଧୁତା ପୂର୍ଣ୍ଣ ବଣଭୋଜି କାର୍ଯ୍ୟକ୍ରମ ରଖାଯାଇଥିଲା । ସମସ୍ତିଙ୍କ ମଧ୍ୟରେ ଏକ ଉତ୍ସାହ ଉଦ୍ଧିପନ୍ନା ବାତାବରଣ ସୃଷ୍ଟି ହୋଇଥିଲା । ନାଚ ଗୀତ ର ଆସର ମେଳିଥିବା ବେଳେ ପରସ୍ପର ମଧ୍ୟରେ ଆଲିଙ୍ଗନ କୋଳାହଳ ଦେଖାଯାଇଥିଲା । କଲେଜର ପୁରୁଣା ସ୍ମୃତିକୁ ମନେପକାଇ ହସ ଲୁହ ଭରା ଆଲୋଚନା ରେ ପରସ୍ପର ମଧ୍ୟରେ ବାନ୍ଧିହୋଇଥିଲେ । ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମରେ ଅଲେଖ ନାୟକ, ପ୍ରଭାକର ମଲିକ, କମଳାକାନ୍ତ ସ୍ୱାଇଁ, ସାଦିକ ଖାନ,ଗୌରାଙ୍ଗ ବାରିକ, ଜିଓରୋଜ ସାହୁ, ସତ୍ୟବ୍ରତ ଆଚାର୍ଯ୍ୟ, ସୁବାସ ପ୍ରଧାନ, ପଦ୍ମଜ ସାହୁ,ଦିଲ୍ଲୀପ ଗୋଛାୟତ, ସାରଦା ପ୍ରସନ୍ନ ମଲ୍ଲିକ, ଦିଲ୍ଲୀପ, ରୁଦ୍ର, ଜିତେନ୍ କୁମାର ସେଠି, ଲିପୁ, ରାଜା, ସେକ ଚନ୍ଦନ, ଦିପୁନି, ସନ୍ତୋଷ ବାରିକ, ଲିଟୁ, ସଞ୍ଜୟ ନିଶିକାନ୍ତ ପ୍ରମୁଖ ଉପସ୍ଥିତ ଥିଲେ ।


Next Post

ରାଜ୍ୟସ୍ତରୀୟ ଯୁବ ତରଙ୍ଗ ଓ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ

Sun Dec 29 , 2024
କେନ୍ଦ୍ରାପଡା,୨୯ା୧୨: ବିବିଧ କଳାର ସମାବେଶୀ ମଞ୍ଚ ସିମ୍ଫୋନି ପକ୍ଷରୁ ଜିଲ୍ଲା ସଂସ୍କୃତି ଭବନରେ ତ୍ରିଦିବସୀୟ ରାଜ୍ୟସ୍ତରୀୟ ଯୁବ ତରଙ୍ଗ ଓ ନାଟ୍ୟ ମହୋତ୍ସବ ଉଦ୍‌ଯାପିତ ହୋଇଯାଇଛି । ପ୍ରଥମ ଦିନରେ ଅନୁଷ୍ଠିତ ଯୁବ ତରଙ୍ଗ କାର୍ଯ୍ୟକ୍ରମରେ କେବଳ ଯୁବକ ଯୁବତୀମାନଙ୍କୁ ନେଇ କବିତା, ଗଳ୍ପ, ଚିତ୍ରାଙ୍କନ, ନୃତ୍ୟ ପରିବେଷଣ କରାଯାଇ ସମସ୍ତଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । ଦ୍ୱିତୀୟ ଦିନରେ ରାଜ୍ୟର ସୁନାମଧନ୍ୟ ନାଟ୍ୟ ସଂସ୍ଥା ଅଜିଜର କଳାକାରମାନେ “ଏନ୍‌.ଏଚ୍ […]

KANIKA