
କେନ୍ଦ୍ରାପଡ଼ା,୨ା୧: ରାଜ୍ୟ ସରକାର କୃଷି ତଥା କୃଷକମାନଙ୍କ ଉନ୍ନତି ଓ କ୍ରମବର୍ଦ୍ଧିଷ୍ଣୁ ଜନସମୁଦାୟର ଖାଦ୍ୟ ସୁରକ୍ଷା ନିମନ୍ତେ ଜଳ ସୁରକ୍ଷାର ବିକାଶ ଓ ସଫଳ ପରିଚାଳନା ନିମନ୍ତେ ଗୁରୁତ୍ୱାରୋପ କରୁଛନ୍ତି ବୋଲି ଜିଲ୍ଲାସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ ଉପଲକ୍ଷେ ଜଣ୍ଟିଲୋ ଡାକବଙ୍ଗଳା ଠାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ ମତବ୍ୟକ୍ତ କରିଥିଲେ। ଜଳସମ୍ପଦ ବିଭାଜନ ଅଧୀକ୍ଷଣ ଯନ୍ତ୍ରୀ ଇଂ ଉମେଶ ଚନ୍ଦ୍ର ସେଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକ ଶ୍ରୀ ସାହୁ କୃଷିଜୀବୀଙ୍କ ଗୁଣାତ୍ମକ ମାନ ବୃଦ୍ଧି, ଆଧୁନିକ ଜ୍ଞାନକୌଶଳ ପ୍ରୟୋଗ, ଜଳସେଚନ ପ୍ରଣାଳୀର ସୁପରିଚାଳନା, ପରିବେଶ ସନ୍ତୁଳନ ରକ୍ଷା ଓ ଜଙ୍ଗଲ ସମ୍ପଦ ସୁରକ୍ଷା ଉପରେ ଆଲୋକପାତ କରିଥିଲେ। ଅନୁଷ୍ଠିତ ଏହି ବୈଠକରେ ସମ୍ମାନିତ ଅତିଥିଭାବେ ମହାକାଳପଡ଼ା ବିଧାୟକଙ୍କ ପ୍ରତିନିଧି ସରୋଜକାନ୍ତ ସାହୁ, ଜିଲ୍ଲାପରିଷଦ ସଭାପତି ସୁଶ୍ରୀ ଲିଲିତା ଦାସ, ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ନିଲୁ ମହାପାତ୍ର, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ କଲ୍ୟାଣ ରାୟ, କେ.ବି.କେର ବରିଷ୍ଠ ବୈଜ୍ଞାନିକ ଡ଼. ଅରବିନ୍ଦ ଦାସ, ଉଠା ଜଳସେଚନ ବିଭାଜନର ନିର୍ବାହୀଯନ୍ତ୍ରୀ ଇଂ ଦୁଃଶାସନ ଜେନା, ଜିଲ୍ଲା ପରିଷଦ ସଦସ୍ୟା ନିର୍ମଳା ମହାନ୍ତି ପ୍ରମୁଖ ଯୋଗଦେଇଥିଲେ।
କୃଷି ଓ କୃଷକମାନଙ୍କ ସଶକ୍ତିକରଣ ନିମନ୍ତେ ପାଣି ପଞ୍ଚାୟତ ନିର୍ବାଚନ ଓ ସଦସ୍ୟମାନଙ୍କ ପ୍ରଶିକ୍ଷଣ ଆବଶ୍ୟକ ରହିଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଜଳର ସୁପରିଚାଳନା ଓ ଆବଣ୍ଟନ ହୋଇପାରିଲେ ଜଳ ସମସ୍ୟା ଜନିତ ଅସୁବିଧା ରହିବ ନାହିଁ। ଜିଲ୍ଲାପାଳ ଜଳ ସରଂକ୍ଷଣ ଉପରେ ଗୁରୁତ୍ୱାରୋପ କରିଥିଲେ। ନ୍ୟାୟ ସଙ୍ଗତ ଓ ସମାନତା ଭିତ୍ତିିରେ ବିଭିନ୍ନ ଜଳ ବ୍ୟବହାରକାରୀମାନଙ୍କ ମଧ୍ୟରେ ଜଳ ବଣ୍ଟନ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ କରିପାରିଲେ ଜଳ ସଂରକ୍ଷଣ, ଜଳର ପୁନଃ ବ୍ୟବହାର ସହିତ ଫସଲର ବିବିଧକରଣ ଜରିଆରେ ଅଧିକ ପ୍ରକାର ଫସଲ ଉତ୍ପାଦନ ହୋଇପାରିବ। ଜଳର ସୁବ୍ୟବହାର ପାଇଁ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ, ସମାନ ଓ ନ୍ୟାୟୋଚିତ ଜଳ ପରିଚାଳନା ହୋଇପାରିଲେ କେନ୍ଦ୍ରାପଡ଼ା ଭଳି କୃଷି ପ୍ରଧାନ ଜିଲ୍ଲାରେ କୃଷକମାନଙ୍କ ଅର୍ଥନୈତିକ ମାନଦଣ୍ଡ ସୁଦୃଢ ହୋଇପାରିବ। ଜଳ ବଣ୍ଟନ ଜନିତ ବିବାଦର ଗଣତାନ୍ତ୍ରିକ ପଦ୍ଧତିରେ ଅପୋଷ ସମାଧାନ କରିବା ସହ ସେଚାଞ୍ଚଳରେ ଥିବା କ୍ଷେତ୍ରନାଳୀ ଓ ନିଷ୍କାସନ ନାଳି ଇତ୍ୟାଦିର ଉତ୍ତମ ରକ୍ଷଣାବେକ୍ଷଣ ଦ୍ୱାରା ଖରିଫ ଋତୁର ବାଳକ ଜଳକୁ ସଞ୍ଚୟ କରି ରବି ଋତୁରେ ଉପଯୋଗ କରିବା ପାଇଁ ଶପଥ ପାଠ କରାଯାଇଥିଲା। ଫସଲ ବିବିଧି କରଣ, ଅର୍ଥକାରିଫସଲ ଉତ୍ପାଦନ ଓ ଜଳବାୟୁ ଅନୁକୂଳ ଚାଷ ପଦ୍ଧତି ଉପଯୋଗକଲେ କୃଷକ ସମାଜର ଜୀବନ ଜୀବିକାର ମାନବୃଦ୍ଧି ହୋଇପାରିବ। ପାଣି ପଞ୍ଚାୟତ ପକ୍ଷ ପାଳନ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ୧୬ଜଣ କୃତୀ ପ୍ରତିଯୋଗୀମାନଙ୍କୁ ଅତିଥିମାନେ ପ୍ରମାଣପତ୍ର ସହ ଅର୍ଥରାଶି ପ୍ରଦାନ କରି ପୁରସ୍କୃତ କରିଥିଲେ। ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ଯଥାକ୍ରମେ ୨୫୦୦,୨୦୦୦ ଓ ୧୫୦୦ ଟଙ୍କାର ଅର୍ଥରାଶି ପ୍ରଦାନ କରାଯାଇଥିଲା। ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭା କାର୍ଯ୍ୟକୁ ଶୁଭ ଉଦ୍ଘାଟନ ପରେ ଭାବଗ୍ରାହୀ କଳାନିକେତନର କଳାକାରମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। ଭାବଗ୍ରାହୀ କଳାନିକେତନର ସମ୍ପାଦକ ବିମଳ କିଶୋର ପରିଡା ଅତିଥି ପରିଚୟ ପ୍ରଦାନ କରିବାସହ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ପଶୁ ସମ୍ପଦ, ମସ୍ୟ, କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଷ୍ଟଲ କରାଯାଇ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ସମସ୍ତଙ୍କୁ ସଚେତନ କରାଯାଇଥିଲା। ସେଣ୍ଟ ଜାଭିଅର ସ୍କୁଲ, ଗୋପର ୨ ଜଣ ଓ ମଧୁସାଗର ବିଦ୍ୟାପୀଠର ଜଣେ, ମୋଟ ୩ ଜଣ ଛାତ୍ରଙ୍କୁ ଜଳ ସରଂକ୍ଷଣ ସମ୍ପର୍କିତ ପ୍ରୋଜେକ୍ଟ ପାଇଁ ପୁରସ୍କୃତ କରାଯାଇଥିଲା । ଏହି ବୈଠକରେ ବିଭିନ୍ନ ପାଣି ପଞ୍ଚାୟତର ସମ୍ପାଦକ, ସଭ୍ୟା/ସଭ୍ୟ, ସ୍କୁଲ ଛାତ୍ରଛାତ୍ରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଜନର ସହକାରୀ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।
ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ସଭା କାର୍ଯ୍ୟକୁ ଶୁଭ ଉଦ୍ଘାଟନ ପରେ ଭାବଗ୍ରାହୀ କଳାନିକେତନର କଳାକାରମାନେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରିଥିଲେ। ଭାବଗ୍ରାହୀ କଳାନିକେତନର ସମ୍ପାଦକ ବିମଳ କିଶୋର ପରିଡା ଅତିଥି ପରିଚୟ ପ୍ରଦାନ କରିବାସହ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ପଶୁ ସମ୍ପଦ, ମସ୍ୟ, କୃଷି ଓ ଉଦ୍ୟାନ କୃଷି ବିଭାଗ ପକ୍ଷରୁ ଷ୍ଟଲ କରାଯାଇ ରାଜ୍ୟ ସରକାରଙ୍କ ଯୋଜନା ବିଷୟରେ ସମସ୍ତଙ୍କୁ ସଚେତନ କରାଯାଇଥିଲା। ସେଣ୍ଟ ଜାଭିଅର ସ୍କୁଲ, ଗୋପର ୨ ଜଣ ଓ ମଧୁସାଗର ବିଦ୍ୟାପୀଠର ଜଣେ, ମୋଟ ୩ ଜଣ ଛାତ୍ରଙ୍କୁ ଜଳ ସରଂକ୍ଷଣ ସମ୍ପର୍କିତ ପ୍ରୋଜେକ୍ଟ ପାଇଁ ପୁରସ୍କୃତ କରାଯାଇଥିଲା । ଏହି ବୈଠକରେ ବିଭିନ୍ନ ପାଣି ପଞ୍ଚାୟତର ସମ୍ପାଦକ, ସଭ୍ୟା/ସଭ୍ୟ, ସ୍କୁଲ ଛାତ୍ରଛାତ୍ରୀ, ବିଭିନ୍ନ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ଶେଷରେ କେନ୍ଦ୍ରାପଡ଼ା ଜଳସମ୍ପଦ ବିଭାଜନର ସହକାରୀ ଯନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଥିଲେ।











