ଜାତୀୟ ସଡକ ସୁରକ୍ଷା ମାସ ପାଳନ ଉପଲକ୍ଷେ ସଚେତନତା ରଥର ଶୁଭାରମ୍ଭ



କେନ୍ଦ୍ରାପଡ଼ା,୨ା୧: ଜାନୁୟାରୀ ୧ ତାରିଖରୁ ୩୧ତାରିଖ ପର୍ଯ୍ୟନ୍ତ ଜାତୀୟ ସଡକ ସୁରକ୍ଷା ମାସ ପାଳନ ଉପଲକ୍ଷେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଏକ ସଚେତନତା ରଥ ଜିଲ୍ଲା ପରିକ୍ରମା କରିବାର ବ୍ୟବସ୍ଥା କରାଯାଇଛି । ଗୁରୁବାର ସକାଳ ସାଢେ ୧୦ଟା ବେଳେ ଜିଲ୍ଲା କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନ ପତାକା ଦେଖାଇ ଏହି ସଚେତନତା ରଥର ଶୁଭାରମ୍ଭ କରିଛନ୍ତି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସଚେତନତା ରଥ ଜିଲ୍ଲାର ସମସ୍ତ ବ୍ଲକର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ସଡକ ସୁରକ୍ଷାର ବାର୍ତ୍ତା ଲୋକମାନଙ୍କୁ ବାଣ୍ଟିବ । ରଥରେ ସଡକ ସୁରକ୍ଷା ସମ୍ପର୍କିତ ବାର୍ତ୍ତା ଏଲ୍‌.ଇ.ଡି. ମାଧ୍ୟମରେ ପ୍ରଦର୍ଶନ କରାଯିବ । ଜିଲ୍ଲାର ସମସ୍ତ ଗାଡିଚାଳକ, ବୁଦ୍ଧିଜୀବୀ ଓ ସଚେତନ ନାଗରିକମାନଙ୍କୁ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଦୁଇଚକିଆ ଗାଡି ଚଳାଇବା ବେଳେ ହେଲ୍‌ମେଟ୍ ପରିଧାନ କରିବା, ଦ୍ରୁତ ଗତିରେ ଗାଡି ନ ଚଳାଇବା, ମଦ୍ୟପାନ କରି ଗାଡି ନ ଚଳାଇବା, ଗାଡି ଚଳାଇବା ବେଳେ ମୋବାଇଲ ବ୍ୟବହାର ନ କରିବା, ୧୮ବର୍ଷରୁ କମ୍ ବୟସର ପିଲାମାନଙ୍କୁ ଗାଡି ଚଳାଇବାକୁ ନ ଦେବା, ଗାଡି ଚଳାଇବା ପୂର୍ବରୁ ବ୍ରେକ୍‌, ହର୍ଣ୍ଣ, ଇଣ୍ଡିକେଟର୍‌, ଟାୟାର୍ ପ୍ରେସର୍ ପ୍ରଭୃତି ଚେକ୍ କରିବା ସହ ଗାଡିର କାଗଜପତ୍ର ସାଙ୍ଗରେ ରଖିବା, କ୍ଷମତାଠାରୁ ଅଧିକ ଓଜନର ମାଲ୍ ପରିବହନ ନ କରିବା ଏବଂ ମାଲ୍ ବୁହା ଯାନରେ ଯାତ୍ରୀ ପରିବହନ ନ କରିବା ପ୍ରଭୃତି ବିଷୟ ପ୍ରତି ଦୃଷ୍ଟି ଦେବାକୁ ନିବେଦନ କରାଯାଇଛି ବୋଲି ଆଞ୍ଚଳିକ ପରିବହନ ଅଧିକାରୀ ଧିରେନ୍ଦ୍ର କୁମାର ନାୟକ ସୂଚନା ଦେଇଛନ୍ତି । “ସଡକ ସୁରକ୍ଷା ଜୀବନ ରକ୍ଷା” ପ୍ରତି ସମସ୍ତେ ସଚେତନ ହେଲେ ଦୁର୍ଘଟଣା ଜନିତ ମୃତ୍ୟୁହାର ହ୍ରାସ ପାଇବ । ନିୟମ ଗୁଡିକୁ ନ ମାନିଲେ ଆଇନ ଅନୁଯାୟୀ ଦଣ୍ଡ ବ୍ୟବସ୍ଥାର ପ୍ରାବଧାନ ରହିଛି । ଉକ୍ତ ଶୁଭ ଉଦ୍‌ଘାଟନ ସମୟରେ ଅତିରିକ୍ତ ଜିଲ୍ଲାପାଳ ନିଲୁ ମହାପାତ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଦେବାଶିଷ ଧଳ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଅଶୋକ ବଳିଆରସିଂହ, ଜିଲ୍ଲାରେ ନୂତନ ଭାବେ ଯୋଗ ଦେଇଥିବା ଟିଆର୍‌ଓମାନେ ଉପସ୍ଥିତ ଥିଲେ ।


Next Post

ଜିଲ୍ଲାସ୍ତରୀୟ ସିନିୟର ଆନ୍ତଃକ୍ଲବ କ୍ରକେଟ୍ ଟୁର୍ଣ୍ଣାମେଣ୍ଟ ସୁପର ଲିଗ୍ ମ୍ୟାଚ୍‌ରେ ଗୋପବନ୍ଧୁ କ୍ରିକେଟ କ୍ଲବ ବିଜୟୀ

Fri Jan 3 , 2025
କେନ୍ଦ୍ରାପଡ଼ା,୩ା୧: କେନ୍ଦ୍ରାପଡା ଜିଲ୍ଲା କ୍ରିକେଟ୍ ଆସୋସିଏସନ ଏବଂ ଓସିଏର ମିଳିତ ଆନୁକୂଲ୍ୟରେ ବିଜୁ ପଟ୍ଟନାୟକ ଷ୍ଟାଡିୟମ୍‌ରେ ଆୟୋଜିତ ଜିଲାସ୍ତରୀୟ ଆନ୍ତଃ କ୍ଲବ ସୁପର ଲିଗ୍ ତ୍ରୟୋଦଶ ମ୍ୟାଚ୍‌ରେ ଗୋପବନ୍ଧୁ କ୍ରିକେଟ କ୍ଲବ ବିଜୟୀ ହୋଇଛି। ଶୁକ୍ରବାର ଦିନ ଆଳି କ୍ରିକେଟ ଓ ସ୍ପୋର୍ସ କାଉନ୍‌ସିଲ ଏବଂ ଗୋପବନ୍ଧୁ କ୍ରିକେଟ କ୍ଲବ ମଧ୍ୟରେ ସୁପର ଲିଗ୍ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଗୋପବନ୍ଧୁ କ୍ରିକେଟ କ୍ଲବ ଟସ୍ ଜିତି ବ୍ୟାଟିିଂ କରି […]

KANIKA