ବିନୋଦବିହାରୀ ମନ୍ଦିରର ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ



କେନ୍ଦ୍ରାପଡ଼ା,୫/୧-କେନ୍ଦ୍ରାପଡ଼ା ସହର ସର୍ବ ପୁରାତନ ପ୍ରସିଦ୍ଧ ଶ୍ରୀ ଶ୍ରୀ ବିନୋଦ ବିହାରୀଜୀଉଙ୍କ ମନ୍ଦିର ଗତ ୬ମାସ ତଳେ ବଜ୍ରାଘାତରେ କ୍ଷତିଗ୍ରସ୍ତ ହେବା ପରେ ଏହି ମନ୍ଦିରର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବାବେଳେ ଜିଲ୍ଲାପାଳ ସ୍ମୃତି ରଂଜନ ପ୍ରଧାନ ଗତ ଶୁକ୍ରବାର ଦିନ ଏହି ମନ୍ଦିର ପରିଦର୍ଶନ କରି ପରିସ୍ଥିତିର ଅନୁଧ୍ୟାନ କରିଛନ୍ତି । ମନ୍ଦିରର ସୁରକ୍ଷା ଓ ଏହାର ପାରିପାଶ୍ୱର୍ିକ ବିକାଶ ନେଇ କ’ଣ କରାଯାଇପାରିବ ସେସଂପର୍କରେ ଟ୍ରଷ୍ଟବୋର୍ଡ଼ ଓ ସ୍ଥାନୀୟ ଲୋକଙ୍କ ସହିତ ଜିଲ୍ଲାପାଳ ବିସ୍ତୃତ ଆଲୋଚନା କରିଛନ୍ତି । ରାଜ୍ୟ ସରକାର ଓ ଦେବୋତ୍ତର ବିଭାଗର ଦୃଷ୍ଟି ଆକର୍ଷଣ କରିବା ସହିତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସେ ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି । ଜିଲ୍ଲାପାଳଙ୍କ ମନ୍ଦିର ପରିଦର୍ଶନ ବେଳେ ଟ୍ରଷ୍ଟି ଉମାକାନ୍ତ ସିଂହଙ୍କ ସମେତ ସମସ୍ତ ସଦସ୍ୟ ଓ ସ୍ଥାନୀୟ ଲୋକେ ଉପସ୍ଥିତ ଥିଲେ । ପ୍ରକାଶଯୋଗ୍ୟଯେ,କେନ୍ଦ୍ରାପଡ଼ା ପୌରାଂଚଳ ଗଣାମାହାଲ ଠାରେ ରହିଛି ଶ୍ରୀ ଶ୍ରୀ ବିନୋଦ ବିହାରୀଜୀଉଙ୍କର ଏହି ଭବ୍ୟ ମନ୍ଦିର । ପ୍ରାଚୀନ ଉତ୍କଳୀୟ କାରୁକାର୍ଯ୍ୟ ରେ ବିମଣ୍ଡିତ ଏହି ଐତିହ୍ୟ ସଂପନ୍ନ ମନ୍ଦିର କେବଳ କେନ୍ଦ୍ରାପଡ଼ା ନୁହେଁ ରାଜ୍ୟର ଏକ ଐତିହାସିକ ବିଭବ କହିଲେ ଅତ୍ୟୁକ୍ତି ହେବ ନାହିଁ । ଏହି ମନ୍ଦିର ର ନିର୍ମାଣ କାର୍ଯ୍ୟ ୧୨୭୬ସାଲରେ ଶ୍ରୀରାମ ଗୋବିନ୍ଦ ଜଗଦେବଙ୍କ ରାଜତ୍ୱ କାଳରେ ବାବାଜୀ ଗୋପାଳଦାସଙ୍କ ଦ୍ୱରା ଆରମ୍ଭ ହୋଇ ୧୩୧୫ସାଲରେ ଶ୍ରୀଲକ୍ଷ୍ମୀନାରାୟଣ ଜଗଦେବଙ୍କ ରାଜତ୍ୱ କାଳରେ ସଂପୂର୍ଣ୍ଣ ହୋଇଥିଲା ଏବଂ ବାବାଜୀ ଗୋପାଳଦାସଙ୍କ ଦ୍ୱାରା ଶ୍ରୀଜୀଉଙ୍କର ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏହି ମନ୍ଦିର ରାଜ୍ୟ ଦେବୋତ୍ତର ବିଭାଗ ଅଧିନରେ ଶ୍ରୀଶ୍ରୀ ବିନୋଦ ବିହାରୀଜୀଉ,ଶ୍ରୀଗୋପିନାଥଜୀଉ ଓ ସମାଧି ବାଲାବାବା ଟ୍ରଷ୍ଟ ଦ୍ୱାରା ପରିଚାଳିତ ହୋଇ ଆସୁଅଛି । କିନ୍ତୁ ଦୁଃଖର କଥା, ଗତ ୧୦୨୪ ଅଗଷ୍ଟ ୧୯ତାରିଖରେ ମନ୍ଦିର ଉପରେ ଆକସ୍ମିକ ବଜ୍ରପାତ ହେବା କାରଣରୁ ଏହି ମନ୍ଦିରର ପ୍ରଭୂତ କ୍ଷତି ହୋଇଛି । ମନ୍ଦିରର କେତେକ ସ୍ଥାନରୁ ପଥର ମଧ୍ୟ ଖସି ପଡ଼ିଛି । ଦେବୋତ୍ତର ବିଭାଗ ଏଥିନେଇ ରାଜ୍ୟ ପତ୍ନତତ୍ତ୍ୱ ବିଭାଗକୁ ଅବଗତ କଲାପରେ ପତ୍ନତତ୍ତ୍ୱ ବିଭାଗର ଏକ ଟିମ୍ ଆସି ମନ୍ଦିରର କ୍ଷୟକ୍ଷତି ଆକଳନ କରିଥିଲେ । ଏଥିନେଇ ଟ୍ରଷ୍ଟବୋର୍ଡ଼ ପକ୍ଷରୁ ସ୍ଥାନୀୟ ସାଂସଦ ଓ ବିଧାୟକଙ୍କ ଜରିଆରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କିନ୍ତୁ ଇତିମଧ୍ୟରେ ୬ମାସରୁ ଉଦ୍ଦ୍ୱର୍ କାଳ ବିତିଯାଇଥିଲେ ମଧ୍ୟ ମନ୍ଦିରର ପୁଃନଉଦ୍ଧାର ନେଇ କୌଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ‘ଳରେ ଲୋକଙ୍କ ଭାବାବେଗ ସହିତ ଜଡ଼ିତ ଏହିଐତିହ୍ୟ ସଂପନ୍ନ ମନ୍ଦିର ର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ତେବେ ଜିଲ୍‌ଲାପାଳଙ୍କ ପ୍ରତିଶ୍ରୁତି ପରେ ଆଶ୍ୱସ୍ତ ପ୍ରକାଶ ପାଇଛି ।


Discover more from

Subscribe now to keep reading and get access to the full archive.

Continue reading