ସମାଜସେବୀ ଉମେଶ ଜେନାଙ୍କ ପରଲୋକ



ପଟ୍ଟାମୁଣ୍ଡାଇ ତା ୫/୧-ପଟ୍ଟାମୁଣ୍ଡାଇ ଅଂଚଳର ଯୁବସମାଜସେବୀ କଖାରୁଣୀ ଗ୍ରାମର ଉମେଶ ଜେନାଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳେକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା । ଦୀର୍ଘ ୧୫ବର୍ଷ ଧରି ଅବିଭକ୍ତ ଖଡିଅଣ୍ଟା ପଂଚାୟତ କଂଗ୍ରେସ ସଭାପତି ଥିଲେ । ପଂଚାୟତର ଉନ୍ନତିରେ ତାଙ୍କର ବଳିଷ୍ଠ ଅବଦାନ ଥିଲା । ଆଜି ଚିକିତ୍ସାଧୀନ ଅବସ୍ଥାରେ କଟକରେ ପରଲୋକ ହୋଇଯାଇଛି । ତାଙ୍କ ମର ଶରୀର କଟକରୁ ପଟ୍ଟାମୁଣ୍ଡାଇରେ ପହଂଚିବା ପରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ଶୋଭାଯାତ୍ରାରେ କଖାରୁଣୀ ଗାଁ କୁ ନେଇଥିଲେ । ତାଙ୍କ ଅକାଳ ବିୟୋଗରେ କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ସାହୁ, ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତି, ପଟ୍ଟାମୁଣ୍ଡାଇ ବ୍ଲକ ଅଧକ୍ଷ ପ୍ରଦ୍ୟୁମ୍ନ ସାମନ୍ତରାୟ, ପୌର ପରିଷଦ ଅଧକ୍ଷ ହେମନ୍ତ ସାହୁ, କଖାରୁଣୀ ସରପଞ୍ଚ ରମେଶ ମଲ୍ଲିକ, ଜିଲ୍ଲା କଂଗ୍ରେସ ଓ ବି ସି ଅଧକ୍ଷ ମଳୟ ଦାସ ପ୍ରମୁଖ ଗଭୀର ଶୋକପ୍ରକାଶ କରିଛନ୍ତି । ଗ୍ରାମ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଜ୍ୟେଷ୍ଠ ପୁତ୍ର ସମ୍ବିତ ଜେନା ମୁଖାଗ୍ନି ଦେଇଥିଲେ । ତାଙ୍କ ବିୟୋଗରେ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି ।


Next Post

ପ୍ରବୀଣ ରାଜନୈତିକ ମାୟାଧର ତ୍ରିପାଠୀଙ୍କ ଶ୍ରଦ୍ଧାଞ୍ଜଳି ସଭା

Sun Jan 5 , 2025
ପଟ୍ଟାମୁଣ୍ଡାଇ ୫/୧ -ପଟ୍ଟାମୁଣ୍ଡାଇ ଉତିକଣ ଅଂଚଳର ବିଶିଷ୍ଟ ସମାଜିକକର୍ମୀ , ସଂଗଠକ, ବହୁ ପ୍ରତିଷ୍ଠାନର ପ୍ରତିଷ୍ଠାତା, ବଳିଷ୍ଠ କର୍ମକାଣ୍ଡ ତତ୍ୱବିତ, ପ୍ରବୀଣ ରାଜନୈତିକ ମାୟାଧର ତ୍ରିପାଠୀଙ୍କ ଦ୍ୱାଦଶ ତିଥିରେ ତାଙ୍କ ଜନ୍ମ ମାଟି ବିଲପୋଖରିଆପଡା ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଶିକ୍ଷାବିତ ଦାମୋଦର ଶତପଥୀଙ୍କ ସଭାପତିତ୍ୱରେ ଆୟୋଜିତ ସ୍ମୃତି ସଭାରେ ସ୍ତମ୍ଭକାର ଭାସ୍କର ରାଉତରାୟ, ସରପଂଚ ଅକ୍ଷୟ ସାମଲ, ବରିଷ୍ଠ କଂଗ୍ରେସ ନେତା ମଳୟ ଦାସ, ଗୌରାଙ୍ଗ ସାମନ୍ତରାୟ, ପ୍ରଭାତ ସେଠୀ, […]

KANIKA