ଚୂଡ଼ାନ୍ତ ଭୋଟର ତାଲିକା-୨୦୨୫ପ୍ରକାଶିତ



କେନ୍ଦ୍ରାପଡା, ୬ା୧: ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ନିର୍ଭୁଲ ଓ ଶୁଦ୍ଧ ଭୋଟର ତାଲିକାର ଆବଶ୍ୟକତା ରହିଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ସୋମବାର ଚୂଡ଼ାନ୍ତ ଭୋଟର ତାଲିକା – ୨୦୨୫ ପ୍ରକାଶ ପାଇଛି। ଏହି ଅବସରରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସ୍ମୃତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପ-ଜିଲ୍ଲାପାଳ ରବୀନ୍ଦ୍ର କୁମାର ପ୍ରଧାନ, ଅତିରିକ୍ତ ଉପ ଜିଲ୍ଲାପାଳ ଅଶୋକ କୁମାର ଦାସ, ଡେପୁଟି କଲେକ୍ଟର (ନିର୍ବାଚନ) ରମେଶ ଚନ୍ଦ୍ର ପଣ୍ଡା, ବିଜେପିର ଉପିନ କୁମାର ରାଉତ, ସି.ପି.ଆଇ.(ଏମ)ର ଗୟାଧର ଧଳ, ଆଇ.ଏନ.ସି.ର ପ୍ରଫୁଲ୍ଲ କୁମାର ଦାସ, ଆମ ଆଦମି ପାର୍ଟିର ସୁର୍ଯ୍ୟକାନ୍ତ ପରିଡା, ବି.ଏସ.ପି.ର ସୁଧାକର ମଲ୍ଲିକ ପ୍ରମୁଖ ରାଜନୈତିକ ଦଳର ପ୍ରତିନିଧିମାନେ ଯୋଗ ଦେଇଥିଲେ। ସୂଚନାଯୋଗ୍ୟ ଯେ ତା. ୨୦.୦୮.୨୦୨୪ ରିଖ ଠାରୁ ଘରକୁ ଘର ବୁଲି ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ଚାଲିଥିବା ବେଳେ ବିଶେଷ ଅଭିଯାନ ଦିବସ ଭାବେ ନଭେମ୍ବର-୨, ୧୦ ଓ ୨୪ ତାରିଖରେ ନିଜ ଘର ପାଖ ବୁଥରେ ଭୋଟର ତାଲିକାରେ ନାମ ଯୋଗ ଓ ସଂଶୋଧନ କରିବା ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିଲା। ଜିଲ୍ଲାର ୫ଟି ନିର୍ବାଚନ ମଣ୍ଡଳୀରେ ୧୪୪୯ ମତଦାନ କେନ୍ଦ୍ର ଥିବାବେଳେ ୧୪୪୯ ବିଏଲଓ ଓ ୧୪୫ ଜଣ ବିଏଲଓ ସୁପରଭାଇଜର କାର୍ଯ୍ୟ କରୁଥିଲେ। ତା. ୨୯.୧୦.୨୦୨୪ ଡ୍ରାଫ୍ଟ ଇଲେକ୍ଟୋରାଲ୍ ରୋଲ ୨୦୨୫ ପ୍ରକାଶନ ସମୟରେ ଜିଲ୍ଲାରେ ୬୬୩୧୦୭ ପୁରୁଷ, ୬୧୬୯୪୦ ମହିଳା ଓ ୪୯ ଅନ୍ୟାନ୍ୟ, ମୋଟ ୧୨୮୦୦୯୬ ଜଣ ଭୋଟର ଥିଲେ ଓ ସ୍ୱତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ସମୟରେ ୭୮୨୮ ଭୋଟର ବାଦ୍ ପଡିଥିବା ବେଳେ ୧୨୮୩୪ ଜଣ ଭୋଟର ନୂତନ ଭାବେ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ଆଜି ପ୍ରକାଶ ପାଇଥିବା ଚୂଡ଼ାନ୍ତ ଭୋଟର ତାଲିକାରେ (ତା. ୦୬.୦୧.୨୦୨୫ ସୁଦ୍ଧା) ଜିଲ୍ଲାରେ ପୁରୁଷ ଭୋଟର ୬୬୫୪୬୭, ମହିଳା ଭୋଟର ୬୨୧୨୮୮ ଓ ତୃତୀୟ ଲିଙ୍ଗୀ ୪୬, ମୋଟ ୧୨୮୬୮୦୧ ଜଣ ଭୋଟର ତାଲିକାରେ ଅନ୍ତର୍ଭୁକ୍ତ ହୋଇଛନ୍ତି ବୋଲି ଡେପୁଟି କଲେକ୍ଟର (ନିର୍ବାଚନ) ସୂଚନା ପ୍ରଦାନ କରିଛନ୍ତି।


Discover more from

Subscribe now to keep reading and get access to the full archive.

Continue reading