ମୁଖ୍ୟ ନିର୍ବାଚନ କମିଶନରଙ୍କ ବିରୋଧରେ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସର ବିକ୍ଷୋଭ



କେନ୍ଦ୍ରାପଡ଼ା, ୨୮/୯: ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ନିର୍ଦ୍ଦେଶକ୍ରମେ ଏବଂ ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ, କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ସଭାପତି ଡ଼ଃ ଦେବସ୍ମିତା ଶର୍ମାଙ୍କ ନେତୃତ୍ୱରେ ଆଜି ଜିଲ୍ଲା କଂଗ୍ରେସ ପକ୍ଷରୁ ଏକ ବିଶାଳ ବିକ୍ଷୋଭ ଓ ପଦଯାତ୍ରା ଅନୁଷ୍ଠିତ ହୋଇଛି। କେନ୍ଦ୍ରାପଡ଼ା ପୁରୁଣା ବସ୍‌ଷ୍ଟାଣ୍ଡଠାରୁ ଶତାଧିକ କଂଗ୍ରେସ ନେତା ଓ କର୍ମୀଙ୍କ ଉପସ୍ଥିତିରେ ପଦଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ନିରପେକ୍ଷତା, ଭୋଟରଙ୍କ ଅଧିକାରର ସୁରକ୍ଷା ଏବଂ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ନେଇ କଂଗ୍ରେସ ପକ୍ଷରୁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା। ବିକ୍ଷୋଭ ସମୟରେ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ସମ୍ପର୍କରେ ଦଳ ପକ୍ଷରୁ ଉଠାଯାଇଥିବା ଦାବିଗୁଡ଼ିକ ନେଇ ସ୍ଲୋଗାନ ଦିଆଯାଇଥିଲା। ଏଥିସହ ଏସଆଇଆର ପ୍ରକ୍ରିୟାରେ ବାଦ ପଡ଼ିଥିବା ଯୋଗ୍ୟ ଭୋଟରମାନଙ୍କ ନାମ ପୁନର୍ବାର ଭୋଟର ତାଲିକାରେ ସାମିଲ କରିବା ଦାବି କରାଯାଇଥିଲା। ଏହି ଦାବିଗୁଡ଼ିକ ସମ୍ପର୍କରେ ମାନ୍ୟବର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା। ଏହି ବିକ୍ଷୋଭରେ ପୂର୍ବତନ ବିଧାୟିକା ଡ଼ଃ ସିପ୍ରା ମଲ୍ଲିକ, ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ଦାସ ଓ ରତିକାନ୍ତ କାନୁନଗୋ, ଜିଲ୍ଲା ସାଙ୍ଗଠନିକ ଉପସଭାପତି ସତ୍ୟପ୍ରିୟ ସାମଲ, ଉପସଭାପତି ବିଭ୍ରାଂଶୁ ଲେଙ୍କା ଓ ଉମେଶ ଚନ୍ଦ୍ର ତ୍ରିପାଠୀ, ବରିଷ୍ଠ କଂଗ୍ରେସ ନେତା ଫକୀର ଚରଣ ଖଟୁଆ ଓ ଆକବର ଅଲ୍ଲୀ, ଜିଲ୍ଲା ସାଧାରଣ ସମ୍ପାଦକ ଦାମୋଦର ବିଶ୍ୱାଳ, ସନ୍ତୋଷ ବେହେରା, ସର୍ବେଶ୍ୱର ସେଠୀ, କୈଳାସ ଚନ୍ଦ୍ର କର, ରମାକାନ୍ତ ସ୍ୱାଇଁ, ବିଜୟ କୁମାର ପଣ୍ଡା, କୋଷାଧ୍ୟକ୍ଷ ଭାଗିରଥୀ ଜେନା, କିଷାନ ସେଲ୍ ଅଧ୍ୟକ୍ଷ ଜୟଦେବ ପରିଡ଼ା ଓ ଛାତ୍ର କଂଗ୍ରେସ ସଭାପତି ଦିବ୍ୟ ରଞ୍ଜନ ରାଉତ ପ୍ରମୁଖ ଯୋଗଦେଇଥିଲେ। ଏଥିସହ ବ୍ଲକ କଂଗ୍ରେସ ସଭାପତି ରବିନାରାୟଣ ବେହେରା, ଟାଉନ କଂଗ୍ରେସ ସଭାପତି କେନ୍ଦ୍ରାପଡା ଦିଲ୍ଲୀପ କୁମାର ପ୍ରଧାନ ଓ ପଟ୍ଟାମୁଣ୍ଡାଇ ତପନ ପାତ୍ର, ପଙ୍କଜ ଦାସ, ହରିଶ ପଟ୍ଟନାୟକ, ଜ୍ୟୋତି ରଞ୍ଜନ ପରିଡ଼ା, ପ୍ରକାଶ ମହାନ୍ତି ରାଜୀବ ଲୋଚନ ମିଶ୍ର, ସିକଂଶୁ ଲେଙ୍କା ଓ ପ୍ରଶାନ୍ତ ରାଉତ, ଜିଲ୍ଲା ସମ୍ପାଦକ ଉମେଶ ପାଢ଼ୀ, ଅଶୋକ ମୋହନ ଜେନା, ଅଶ୍ୱିନୀ ପାତ୍ର, ଗୌରାଙ୍ଗ ଜେନା, ପ୍ରଭାସ ଦାସ ଓ ବୀର ବାରିକଙ୍କ ସମେତ ଚଉଉ ସଦସ୍ୟ ବାବୁରାମ ଜେନା, ମାନଗୋବିନ୍ଦ ଦାସ, ଭରତ ତରାଇ, ସୁଶୀଲ ପ୍ରଧାନ, ଅଜୟ ଦାସ, ନିହାର ରଞ୍ଜନ ଦାସ, ବିଜୟ କୁମାର ସାମଲ, ହେମନ୍ତ ମିଶ୍ର, ବିଜୟ ବେହେରା, ସତ୍ୟରଞ୍ଜନ ରାଉତରାୟ, ବିପ୍ଳବ ମହାନ୍ତି, ନୀଳମଣି ସେଠୀ, ଚୈତନ୍ୟ ମଲ୍ଲିକ ଓ ସଂଗ୍ରାମ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ଜିଲ୍ଲା କଂଗ୍ରେସର ବହୁ ନେତା, ପଦାଧିକାରୀ, ବ୍ଲକ ଓ ନଗର କଂଗ୍ରେସର କର୍ମକର୍ତ୍ତା ଏବଂ କର୍ମୀମାନେ ଏହି ବିକ୍ଷୋଭରେ ସାମିଲ ହୋଇ ନିର୍ବାଚନ ବ୍ୟବସ୍ଥାରେ ସ୍ୱଚ୍ଛତା, ଭୋଟରଙ୍କ ଅଧିକାର ଓ ଗଣତାନ୍ତ୍ରିକ ପ୍ରକ୍ରିୟାର ସୁରକ୍ଷା ଦାବି କରିଥିଲେ।


Be the first to comment

Leave a Reply

Your email address will not be published.