ଶିକ୍ଷକ ଅଭାବ ପ୍ରତିବାଦରେ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ


ପଟ୍ଟାମୁଣ୍ଡାଇ ୨୮/୯ କଳ୍ପତରୁ ନାୟକ-କେନ୍ଦ୍ରାପଡ଼ା ଜିଲ। ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ଅନ୍ତର୍ଗତ କଷଣଅଣ୍ଟା ସରକାରୀ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପରୀକ୍ଷା ସମୟରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଶିକ୍ଷକ ଅଭାବ ପ୍ରତିବାଦରେ ଗ୍ରାମ ବାସୀ ସ୍କୁଲରେ ତାଲା ପକାଇଛନ୍ତି ।
ପ୍ରକାଶ ଯେ ପଟ୍ଟାମୁଣ୍ଡାଇ ପୌରାଞ୍ଚଳର କଷଣଅଣ୍ଟା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ଅଭାବ ଥିବାବେଳେ ହଠାତ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି କରାଯାଇଛି। ଫଳରେ ଶିକ୍ଷା ଦାନରେ ବାଧା ଉପୁଜୀବା ସହ ପିଲାଙ୍କ ପାଠପଢ଼ା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି I ଏ ସମ୍ପର୍କରେ ଗ୍ରାମବାସୀ ପଟ୍ଟାମୁଣ୍ଡାଇ ବିଇଓ ଓ ଶିକ୍ଷା ବିଭାଗ ପଦସ୍ତ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ ଅଦ୍ୟାବଧି କୌଣସି ପଦକ୍ଷେପ ନିଆଯାଇନାହିଁ ।ଯାହାକୁ ନେଇ ସୋମବାର ଅଭିଭାବକ ଓ ଗ୍ରାମବାସୀମାନେ ଏକାଠି ହୋଇ ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ I ସ୍କୁଲରେ ତାଲା ପଡ଼ିବା କାରଣରୁ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀଛାତ୍ର ମାନେ ଦୀର୍ଘ ସମୟ ଧରି ଖରା ତାତିରେ ବାହାରେ ଛିଡ଼ା ହୋଇ ରହିଥିଲେ। ଖବର ପାଇ ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରିବା ପରେ ତାଲା ଭଙ୍ଗା ଯାଇଥିଲା । ଏହାପରେ ବିଦ୍ୟାଳୟ ଭିତରକୁ ପ୍ରବେଶ କରି ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇଥିଲେ।

Be the first to comment

Leave a Reply

Your email address will not be published.