ଜିଲ୍ଲା ସଂସ୍କୃତି ଭବନକୁ ରାମ୍ପ ନିର୍ମାଣ ପାଇଁ ପୁନର୍ବାସର ଦାବି



କେନ୍ଦ୍ରାପଡା ୭/୧-କେନ୍ଦ୍ରାପଡ଼ା ସହର ଉପଖଣ୍ଡ ଗୁଆଳସିଂ ଠାରେ ଥିବା ଜିଲ୍ଲା ସଂସ୍କୃତି ଭବନକୁ ହୁଇଲ୍ ଚେୟାର ବ୍ୟବହାରକାରୀ ଏବଂ ଚଳନଶକ୍ତି ବାଧିତ ବ୍ୟକ୍ତିମାନଙ୍କ ସହଜ ପ୍ରବେଶ ନିମନ୍ତେ ପୁନର୍ବାସ ପକ୍ଷରୁ ରାମ୍ପ ନିର୍ମାଣ ପାଇଁ ଦାବି କରାଯାଇଛି। ଜିଲ୍ଲା ପ୍ରଶାସନ ଦ୍ୱାରା ମୁନିସିପାଲଟି ଟାଉନ୍ ହଲ୍ ଠାରେ ଅନୁଷ୍ଠିତ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଭିନ୍ନକ୍ଷମଙ୍କ ନିମନ୍ତେ କାର୍ଯ୍ୟରତ ସେଚ୍ଛାସେବୀ ଅନୁଷ୍ଠାନ ପୁନର୍ବାସ ତରଫରୁ ଏହାର କାର୍ଯ୍ୟକାରୀ ପରିଷଦର ସଦସ୍ୟ ବଂଶ୍ରୀଧର ମହାନ୍ତି, ଜ୍ୟୋତି ରଞ୍ଜନ ନାୟକ ଓ ଶେଷଦେବ ପ୍ରସାଦ ଦାସ ପ୍ରମୁଖ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ନିବେଦନ ପତ୍ରସଂଖ୍ୟା ନମ୍ବର – ପିୟୁଏନ/୦୧, ୬ ଜାନୁୟାରୀ ୨୦୨୫ ରେ ପ୍ରଦାନ କରି ଏହାର ତୁରନ୍ତ ଜିଲ୍ଲା ସଂସ୍କୃତି ଭବନକୁ ଭିନ୍ନକ୍ଷମମାନଙ୍କ ନିମନ୍ତେ ପ୍ରବେଶ ଅନୁକୂଳ କରିବା ପାଇଁ ଦାବି ଜଣାଇଥିଲେ। ଏଠାରେ ପ୍ରକାଶଯୋଗ୍ୟ ଯେ ନୂତନ ଭିନ୍ନକ୍ଷମମାନଙ୍କ ଅଧିକାର ଅଧିନିୟମ- ୨୦୧୬ର ଧାରା ୪୪ ଅନୁଯାୟୀ ସମସ୍ତ ସର୍ବସାଧାରଣ ଅନୁଷ୍ଠାନ ହୁଇଲ୍ ଚେୟାର ବ୍ୟବହାରକାରୀ ଭିନ୍ନକ୍ଷମମାନଙ୍କ ନିମନ୍ତେ ବାଧତାମୂଳକ ଭାବେ ସୁଗମ ପ୍ରବେଶ ବ୍ୟବସ୍ଥା କରାଇବେ । ଏତଦ୍ ବ୍ୟତୀତ ଉକ୍ତ ସ୍ଥାନମାନଙ୍କରେ ସେମାନଙ୍କ ବ୍ୟବହାର ପାଇଁ ସୁଗମ ପ୍ରବେଶ ଶୌଚାଳୟ ଏବଂ ମଣ୍ଡପକୁ ଯିବା ନିମନ୍ତେ ମଧ୍ୟ ଅବିକଳ ପ୍ରାବଧାନ ରହିଛି । ପୁନର୍ବାସ ଅନୁଷ୍ଠାନ ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱ କାଳ ନିରନ୍ତର ଏ ଦିଗରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ଆସୁଛି । ଏହି ଅଭିଯୋଗ ପତ୍ର ପ୍ରାପ୍ତି ପରେ ଜିଲ୍ଲାପାଳ ଏ ଦିଗରେ ଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପୁନର୍ବାସର ପ୍ରତିନିଧି ମଣ୍ଡଳୀଙ୍କୁ ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି।


Next Post

ପବିତ୍ର ପାବନ ଜ୍ୟୋତି କଳସ ଯାତ୍ରା

Tue Jan 7 , 2025
କେନ୍ଦ୍ରାପଡ଼ା,୭ା୧: ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ଶାନ୍ତକୁଞ୍ଜ(ଉ.ଖ.)ପକ୍ଷରୁ ପରମ ବନ୍ଦନୀୟା ମାତାଜୀଙ୍କର ଜନ୍ମ ଶତବାର୍ଷିକ, ଅଖଣ୍ଡ ଜ୍ୟୋତି ପ୍ରଜ୍ଜ୍ୱଳନର ଶତବାର୍ଷିକୀ ଓ ପରମପୂଜ୍ୟ ଗୁରୁଦେବ ପଣ୍ଡିତ ଶ୍ରୀରାମ ଶର୍ମା ଆଚାର୍ଯ୍ୟଙ୍କ ଆଧ୍ୟାତ୍ମିକ ଜନ୍ମ ଶତବାର୍ଷିକ ପାଳନ ନିମନ୍ତେ ସମଗ୍ର ଭାରତ ବର୍ଷରେ ପରିକ୍ରମା କରୁଥିବା ପାବନ ଜ୍ୟୋତି କଳସ ଯାତ୍ରା କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ରେ ୩୧ତାରିଖ ଠାରୁ ଜାନୁଆରୀ ୯ତାରିଖ ପର୍ଯ୍ୟନ୍ତ ପରିକ୍ରମା କରୁଅଛି। ଏହି ୍‌ାତ୍ରାର […]

KANIKA